ବରଗଡ଼ ଧନୁଯାତ୍ରା: ଆଜି ମଥୁରା ନଗରୀକୁ ବୀଜେ କରିବେ କୃଷ୍ଣବଳରାମ
Khabar Odisha:art-and-culture-odisha-8th-day-of-world-famous-bargarh-dhanuyatra
ବରଗଡ, ଜାନୁଆରୀ ୧୮(ଖବର ଓଡ଼ିଶା):

ସମସ୍ତ ଷଡ଼ଯନ୍ତ୍ର ବିଫଳ ହେବା ପରେ ଏବେ ଧନୁଯାତ୍ରା କରି କୃଷ୍ଣବଳରାମଙ୍କୁ ମଥୁରା ନଗରୀକୁ ଆଣିବାକୁ ଯୋଜନା କରିଛନ୍ତି କଂସ ମହାରାଜ । ଆଜି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା କୃଷ୍ଣବଳରାମଙ୍କୁ ନିମନ୍ତ୍ରଣ କରିବାକୁ ଗୋପପୁର ଯିବେ ଅକ୍ରୁର । ଅଷ୍ଟମ ଦିନରେ କୃଷ୍ଣବଳରାମଙ୍କ ମଥୁରା ଆଗମନ ଦୃଶ୍ୟ ପରିବେଶଣ ହେବ । 

ଏବେ କଂସମହାରାଜର ଅଟ୍ଟହାସ୍ୟରେ ପ୍ରକମ୍ପିତ ହେଉଛି ବରଗଡ଼ ଧନୁଯାତ୍ରା । ୭୦ ବର୍ଷ ଧରି ଇତିହାସ ସୃଷ୍ଟି କରିଥିବା ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାରେ ଦେଶବିଦେଶରୁ କଳାକାରମାନେ ଆସି ନିଜନିଜର କଳାକୃତି ପ୍ରଦର୍ଶନ କରୁଛନ୍ତି । ମଣିପୁର, ମେଘାଳୟ ,ରାଜସ୍ଥାନ ଓ ଉତ୍ତରପ୍ରଦେଶରୁ ବଛାବଛା କଳାକାର ମାନେ ବରଗଡର ଧନୁଯାତ୍ରାକୁ ଅଧିକ ଆକର୍ଷଣୀୟ କରିଛନ୍ତି । 

ଗତକାଲି ସପ୍ତମ ଦିନରେ କଂସଙ୍କ ଷଡଯନ୍ତ୍ର ବିଫଳ, ମଥୁରାନଗରୀରେ ଧନୁଯାତ୍ରା ନେଇ ପ୍ରସ୍ତାବ, ଯମୁନା ନଇରେ କୃଷ୍ଣ ବଲରାମଙ୍କ ନାବକେଳି ଓ କୃଷ୍ଣବଳରାମଙ୍କୁ ନିମନ୍ତ୍ରଣ କରିବାକୁ ଚିଟାଉ ପ୍ରସ୍ତୁତ ଇତ୍ୟାଦି ପରିବେଷିତ ହୋଇଥିଲା । ଆଜି ଅଷ୍ଟମ ଦିନରେ ଅକ୍ରୁରଙ୍କର ଗୋପପୁର ଗସ୍ତ  ଓ କୃଷ୍ଣବଳରାମଙ୍କର ମଥୁରାନଗରୀ ଆଗମନ ଇତ୍ୟାଦି ଦୃଶ୍ୟ ଅଭିନୀତ ହେବ ।

Subscribe

National International State Sports Entertainment