ଆଜି ଠାରୁ ପୁରୀ ଶ୍ରୀମନ୍ଦିର ଗର୍ଭଗୃହ ଯାଂଚ
Khabar Odisha:State-Odisha-Team-comprising-officials-of-ASI-Technical-Core-Committee-and-CBRI-begin-inspection-of-Sanctum-Sanctorum-of-Puri--Srimandir
ପୁରୀ, ଜୁଲାଇ ୦୬(ଖବର ଓଡ଼ିଶା):

ଆଜି ଶ୍ରୀମନ୍ଦିରର ଗର୍ଭଗୃହ ଯାଂଚ ଆରମ୍ଭ ହୋଇଛି । ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଗର୍ଭଗୃହ ଯାଂଚ କରାଯାଇ ରଥାଯାତ୍ରା ଶେଷ ହେବା ମଧ୍ୟରେ ମରାମତି କରାଯିବାକୁ ଳକ୍ଷ୍ୟ ରଖାଯାଇଛି । 

ବର୍ତ୍ତମାନ ଶ୍ରୀମନ୍ଦିର ରତ୍ନବେଦୀରୁ ଓହ୍ଲାଇ ଆସି ଭାଇଭଉଣୀଙ୍କ ସହ ମହାପ୍ରଭୁ ଜଗନ୍ନାଥ ରଥଯାତ୍ରାରେ ବାହାରି ମାଉସୀମା ଘରକୁ ଯାଇଛନ୍ତି । ପୂର୍ବରୁ ଗର୍ଭଗୃହରେ ପାଣି ଗଳୁଥିବା ଅଭିଯୋଗ ହୋଇଥିଲା । ତେଣୁ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଏଏସଆଇ ଓ କୋର କମିଟି ଯାଂଚ କରି ଏହି ୯ଦିନରେ ମରାମତି କାର୍ଯ୍ୟ କରିବାକୁ ଚେଷ୍ଟା କରାଯାଉଛି । ଗର୍ଭଗୃହରେ ଥିବା ପ୍ରଥମ ମହଲା ,ଦ୍ୱିତୀୟ ମହଲା ସହ କାନ୍ଥ ଓ ଚଟାଣ ,କରବେଲ, ଷ୍ଟିଲକ୍ରସକୁ ଯାଂଚ କରାଯିବ ।ଏଥିପାଇଁ ଜଗମୋହନ ଓ ଷ୍ଟିଲ କରବେଲରେ ଲୁହାଭାର ଲଗାଯାଇଛି । ଏହା ସହ ବିଶେଷ କରି ବାୟୁଚଳାଚଳ ତଥା ଭେଣ୍ଟିଲେସନ ନେଇ ଗୁରୁତ୍ୱ ଦିଆଯାଉଛି ।

  • Tags:

Subscribe

National International State Sports Entertainment