ମହାପ୍ରଭୁଙ୍କ ଗୁପ୍ତନୀତି ପାଇଁ ଆଜି ୪ ଘଣ୍ଟା ପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ
Khabar Odisha:Public-viewings-will-be-closed-for-four-hours-today-in-SriMandir

ପୁରୀ, ଏପ୍ରିଲ ୫ (ଖବର ଓଡ଼ିଶା): ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡା ନୀତି ପାଇଁ ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ । ପ୍ରତିବର୍ଷ ଶ୍ରୀଜୀଉଙ୍କ ଏହି ଗୁପ୍ତନୀତି ଦୁଇରୁ ତିନି ଥର କରାଯାଇଥାଏ । ତେବେ ଆଜି ଚୈତ୍ରମାସ କୃର୍ଷ୍ଣପକ୍ଷ ନବମୀ ତିଥିରେ ଅବସରରେ ମହାପ୍ରଭୁଙ୍କ ଏହି ନୀତି ଅନୁଷ୍ଠିତ ହେବାକୁ ଯାଉଛି ।

ମଧ୍ୟାହ୍ନ ଧୂପ ପରେ ଦୀର୍ଘ ୪ ଘଣ୍ଟା ଧରି ସେମାୟତ ମାନଙ୍କ ଦ୍ୱାରା ଏହି ନୀତି କ୍ରାନ୍ତି କରାଯିବ । ଦିନ ୪ ଟାରୁ ସଂଧ୍ୟା ୮ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ମିଳିଛି । ତେବେ ଶ୍ରୀଜୀଉଙ୍କ ଏହି ଗୁପ୍ତନୀତି ଶ୍ରୀପୟରର ସୁରକ୍ଷା ପାଇଁ କରାଯାଇଥାଏ ।

ଆଜି ସେମାୟତ ମାନଙ୍କ ଦ୍ୱାରା ଏହି ନୀତି ସମ୍ପାଦନ ହେବା ପରେ ସାଧାରଣ ଲୋକଙ୍କ ପାଇଁ ଶ୍ରୀମନ୍ଦିର ଖୋଲାଯିବ । ଅନ୍ୟପଟେ ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ଶ୍ରୀମନ୍ଦିରରେ ମଧ୍ୟ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇପାରେ । ସମସ୍ତ କୋଭିଡ୍ ନିୟମକୁ ମାନି ଭକ୍ତ ମାନେ ମହାପ୍ରଭୁଙ୍କୁ ଦର୍ଶନ କରୁନ୍ତୁ ବୋଲି ବାରମ୍ବାର ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଉଛି ।

  • Tags:

Subscribe

National International State Sports Entertainment