“ତାଜମହଲ” ଠାରୁ ଅଧିକ ଆୟ କଲା “ଷ୍ଟାଚ୍ୟୁ ଅଫ ୟୁନିଟି”, ବର୍ଷକରେ ୬୨ କୋଟି
Khabar Odisha:National-statue-of-unity-earns-more-than-taj-mahal-in-one-year
ନୂଆଦିଲ୍ଲୀ, ନଭେମ୍ବର୧୧ (ଖବର ଓଡ଼ିଶା):

ନର୍ମଦା ନଦୀ କୂଳରେ ଦେଶର ପ୍ରଥମ ଗୃହ ମନ୍ତ୍ରୀ ଥା ଲୈାହମାନବ ସର୍ଦ୍ଦାର ବଲ୍ଲବ ଭାଇ ପଟେଲଙ୍କର ୧୮୨ ମିଟର ଉଚ୍ଚତା ବିଶିଷ୍ଟ ଏକ ପ୍ରତିମୂର୍ତ୍ତି ରହିଛି । ଏହା “ଷ୍ଟାଚ୍ୟୁ ଅଫ ୟୁନିଟି”ଭାବେ ପରିଚିତ । ଯାହାର ଆୟ ପ୍ରସିଦ୍ଧ “ତାଜମହଲ”ର ଆୟ ଠାରୁ ମଧ୍ୟ ଅଧିକ । 

ଦୁନିଆର ସବୁଠାରୁ ଉଚ୍ଚ “ଷ୍ଟାଚ୍ୟୁ ଅଫ ୟୁନିଟି” ଏକ ବର୍ଷ ମଧ୍ୟରେ ୬୩କୋଟି ଟଙ୍କା ଆୟ କରିଥିବା ବେଳେ “ତାଜମହଲ” ୫୬କୋଟି ଟଙ୍କା ଆୟ କରିଛି । “ତାଜମହଲ”ଠାରୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତି ୭କୋଟି କୋଟି ଟଙ୍କା ଅଧିକ ଆୟ କରିଥିବା ଆର୍କିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ସର୍ଭେ ରିପୋର୍ଟରୁ ଜଣାପଡ଼ିିଛି । ସେହିପରି ୩୦କୋଟି ଆୟ କରି ତୃତୀୟ ନମ୍ବରରେ ରହିଛି ଆଗ୍ରା କୀଲ୍ଲା । ୨୩କୋଟି ଟଙ୍କା ଆୟ କରି ଦିଲ୍ଲୀର କୁତବ ମୀନାର ଚତୁର୍ଥ ନମ୍ବରରେ ସ୍ଥାନ ପାଇଥିବା ବେଳେ ୧୯.୦୪ କୋଟି ଆୟ କରି ଫତେହପୁର ସିକ୍ରୀ ପଞ୍ଚମ ନମ୍ବରେ ରହିଛି । 

ପର୍ଯ୍ୟଟକଙ୍କ କ୍ଷେତ୍ରରେ ଆଗରେ ରହିଛି ତାଜ ମହଲ

ଅଧିକ ସଂଖ୍ୟକ ପର୍ଯ୍ୟଟକ ବୁଲି ଆସୁଥିବା କ୍ଷେତ୍ରରେ “ତାଜମହଲ” “ଷ୍ଟାଚ୍ୟୁ ଅଫ ୟୁନିଟି” ଠାରୁ ଆଗରେ ରହିଛି । “ତାଜମହଲ”କୁ ଏକ ବର୍ଷରେ ୬୪ଲକ୍ଷ ପର୍ଯ୍ୟଟକ ଯାଉଥିବା ବେଳେ “ଷ୍ଟାଚ୍ୟୁ ଅଫ ୟୁନିଟି”କୁ ଦେଖିବା ପାଇଁ ୨୪ଲକ୍ଷ ପର୍ଯ୍ୟଟକ ଯାଉଛନ୍ତି । 

  • Tags:

Subscribe

National International State Sports Entertainment