ମଞ୍ଚରୁ ପଡ଼ି ମାମୁ ମଲା, ଶେଷ ହେଲା ୧୧ ଦିନ ଧରି ଚାଲିଥିବା ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା
Khabar Odisha:Art-and-culture-odisha--bargarh-dhanu-yatra-end-with-the-kansa-badha
ବରଗଡ଼, ଜାନୁଆରୀ ୨୧(ଖବର ଓଡ଼ିଶା):

କଂସ ବଧ ସହ ମୁକ୍ତାକାଶ ରଙ୍ଗମଞ୍ଚରେ ଦୀର୍ଘ ୧୧ ଦିନ ଧିର ଚାଲିଥିବା ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ସୋମବାର ପୌଷ ପୂର୍ଣ୍ଣିମା ଅବସରରେ ଉଦଯାପନ ହୋଇ ଯାଇଛି । ପୁରାଣର ସେହି ଦ୍ୱାପର ଯୁଗର କଂସ ଭୂମିକାରେ ଅଭିନୟ କରୁଥିବା ନାଟକର ମୁଖ୍ୟ ଖଳନାୟକଙ୍କ ରାଜୁତି ଶେଷ ହୋଇଛି । ପ୍ରାୟ ଦେଢ଼ ସପ୍ତାହ ଧରି ଚଳଚଞ୍ଚଳ ହୋଇ ଉଠିଥିବା ରଙ୍ଗମହଲ ଓ ରାଜଦରବାର ଶାନ୍ତ ପଡ଼ିଯାଇଛି । ଶେଷରେ କଂସରାଜ ଉଭେଇ ଯିବା ସହିତ ସତ୍ୟ ଓ ନ୍ୟାୟର ପ୍ରତିଷ୍ଠା ହୋଇ ମହରାଜା ଉଗ୍ରସେନଙ୍କ ରାଜ୍ୟାଭିଷେକ ହୋଇଛି ।  

ଧନୁଯାତ୍ରାର ଶେଷ ଦିନରେ କୃଷ୍ଣ-ବଳରାମ ମଥୁରା ଭ୍ରମଣରେ କରିଥିଲେ । ସେମାନେ ଆସୁଥିବା ଜାଣି ପୂର୍ବରୁ କଂସ ମହରାଜା ବିଚଳିତ ହୋଇ ପଡ଼ିଥିଲେ । କାରଣ ପୂର୍ବରୁ ତାଙ୍କୁ ଦୈବୀ ବାଣୀ ହୋଇଥିଲା । ମହାମନ୍ତ୍ରୀ ଶକ୍ରାଜିତ, ସେନାପତି ହଂସଧ୍ୱଜ, ଚାଣୁର ମୁଷ୍ଟିକ ଏବଂ ମଲ୍ଲବୀର ନିଜର ପରାକ୍ରମ ବଖାଣୁ ଥିଲେ ବି କଂସ ନିଜକୁ ଅସହାୟ ମନେ କରୁଥିଲେ । ସାମାନ୍ୟ ଆଶ୍ୱସ୍ତି ପାଇଁ ସେ ସୁରାପାନ କରି ମସଗୁଲ ରହୁଥିଲେ । 

କୃଷ୍ଣ-ବଳରାମ ମଥରା ଭ୍ରମଣ ପରେ କଂସ ଦରବାରରେ ପହଞ୍ଚି ଥିଲେ କିନ୍ତୁ ବାଟରେ ସେମାନଙ୍କୁ କୁବଳୟା ହସ୍ତୀ ଅଟକାଇ ଶିକାର ସମ୍ମୁଖୀନ ହୋଇଥିଲା । ପରେ ଏକ ଯୁଦ୍ଧରେ କୃଷ୍ଣ-ବଳରାମଙ୍କ ହାତରେ ଅଷ୍ଟମଲ୍ଲ ନିହତ ହୋଇଥିଲେ । ଖବର ପାଇ କହରାଜା କଂସଙ୍କ ଶିବଧନୁ ହାତରୁ ଖସି ପଡ଼ିଥିଲା । ଦୁଇ ଭାଇ ରାଜଦରବାର ଉପରକୁ ଉଠି ଆସିବା ପରେ କଂସ ଆହୁରି ଦୁର୍ବଳ ହୋଇ ପଡ଼ିଥିଲେ । ଶେଷରେ ଭଣଜାଙ୍କ ଦ୍ୱାରା ଯୁଦ୍ଧରେ ପରାଜିତ ହୋଇ ଜୀବନ ହାରିଥିଲେ । ମଞ୍ଚ ଉପରୁ ପଡ଼ି କଂସ ମହରାଜ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଏହା ସହିତ ଦୀର୍ଘ ୧୧ ଦିନ ଧିର ଚାଲିଥିବା ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ଯବନିକା ପଡ଼ିଛି। ଶେଷ ଦିନରେ ଧନୁଯାତ୍ରା ଦେଖିବା ପାଇଁ ହଜାର ହଜାର ଦର୍ଶକଙ୍କ ଗହଳି ଲାଗି ରହିଥିଲା। 

  • Tags:

Subscribe

National International State Sports Entertainment