ଆଦିବାସୀ ମେଳା ୨୦୨୧: ଚଳିତ ଥର ଜନଜାତିଙ୍କ ନୃତ୍ୟର ତାଳେ ତାଳେ ଦୁଲୁକୁନି ମଞ୍ଚ, ଖାଲି ପଡିଛି ଦର୍ଶକ ଗ୍ୟାଲେରୀ
Khabar Odisha:Adivasi-mela-2021

 ଭୁବନେଶ୍ୱର, ଫେବୃଆରୀ ୭ (ଖବର ଓଡ଼ିଶା): ପ୍ରତିବର୍ଷ ଆଦିବାସୀ ମେଳାକୁ ରାଜଧାନୀ ବାସୀ ବେଶ୍ ଉତ୍କଣ୍ଠାର ସହିତ ଅପେକ୍ଷା କରି ରହିଥାନ୍ତି । ଓଡ଼ିଶାର ଜନଜାତି ମାନଙ୍କ ଜୀବନ ଶୈଳୀ, ଚାଲିଚଳଣି ଆଉ ବିଶେଷ କରି ସେମାନଙ୍କ ନୃତ୍ୟ ଓ ପରମ୍ପରା କୁ ଦେଖିବା ପାଇଁ ଆଦିବାସୀ ମେଳାରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କ ଭିଡ ଯମିଥାଏ । ମାତ୍ର ଚଳିତ ବର୍ଷ ସବୁ କିଛି ପଡିଛି ଫିକା ।

ଚଳିତ ବର୍ଷ ଆଦିବାସୀ ମେଳାରେ ଆଦିବାସୀଙ୍କ ନୃତ୍ୟର ତାଳେ ତାଳେ ଦୁଲୁକୁନି ମଞ୍ଚ କି ଦେଖିବାକୁ ମିଳୁନି ସେଇ ଦର୍ଶକଙ୍କ ଭିଡ । 

ଚଳିତ ବର୍ଷ କରୋନା କଟକଣା ପାଇଁ ଦର୍ଶକ ମାନଙ୍କ ମନୋରଞ୍ଜନ ପାଇଁ ର୍ଭଚୁଆଲ୍ ମାଧ୍ୟମରେ ବଡ଼ ବଡ଼ ଡିସପ୍ଳେ ଲଗାଇ ଆଦିବାସୀଙ୍କ ନାଚ, ଗୀତ ପରିବେଶଷ କରାଯାଉଛିସ୍ତ କିନ୍ତୁ ଏହି ବ୍ୟବସ୍ଥା ଦର୍ଶକ ମାନଙ୍କୁ ସେତେ ଆକୃଷ୍ଟ କରିପାରୁ ନଥିବା ମେଳା ବୁଲିବାକୁ ଆସୁଥିବା ଲୋକେ ମତ ରଖିଛନ୍ତି ।

କେବଳ ଯେ ଦର୍ଶକ ଗ୍ୟାଲେରୀ ଖାଲି ପଡିଛି ତାହା ନୁହେଁ । ପୂର୍ବରୁ ଆଦିବାସୀ ମାନଙ୍କ କୁଡିଆ ଘର ବି ଚଳିତ ଆଦିବାସୀ ମେଳାରେ ଦେଖିବାକୁ ମିଳୁ ନାହିଁ ଯାହାକୁ ନେଇ ଏଥର ନିରାଶ ହୋଇଛନ୍ତି ରାଜଧାନୀ ବାସୀ ।

ଅନ୍ୟପଟେ ଅଳ୍ପ ସଂଖ୍ୟକ ଷ୍ଟଲ, କଡା କରୋନା କଟକଣା ଆଉ ଲୋକଙ୍କ ମନୋରଞ୍ଜନ ସେତେଟା ବ୍ୟବସ୍ଥା ନଥିବାରୁ ଚଳିତ ବର୍ଷ ଆଦିବାସୀ ମେଳା ସମ୍ପୂର୍ଣ୍ଣ ରୂପେ ଫିକା ପଡିଛି ବୋଳଇ କୁହାଯାଇପାରେ ।

  • Tags:

Subscribe

National International State Sports Entertainment