ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ବ୍ୟକ୍ତିଗତ ସଚିବଙ୍କ ସମେତ ୫୦ଟି ସ୍ଥାନରେ ଆୟକର ବିଭାଗର ଚଢ଼ଉ
Khabar Odisha:national-income-tax-department-raids-the-house-of-kamal-nath-osd
ଭୁବନେଶ୍ୱର, ଅପ୍ରେଲ ୦୭ (ଖବର ଓଡ଼ିଶା):

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ବ୍ୟକ୍ତିଗତ ସଚିବ ପ୍ରବୀଣ କକ୍କଡ଼ଙ୍କ ଘରେ ଆୟକର ବିଭାଗ ଚଢ଼ଉ କରିଛି । ପନ୍ଦରରୁ ଉର୍ଦ୍ଧ୍ୱ ଅଧିକାରୀ ସ୍କିମ୍‌ ନମ୍ବର ୭୫ ଠାରେ ଥିବା ତାଙ୍କ ବାସଭବନରେ ଚଢ଼ଉ କରିଛନ୍ତି । ଏହା ସହିତ ବିଜୟ ନିଗରରେ ଥିବା ଶୋରୁମ୍‌ରେ ମଧ୍ୟ ଖୋଳତାଡ଼ ଚାଲିଛି । 

ଆୟକର ବିଭାଗର ୩୦୦ ଅଧିକାରୀ ଆଜି ଦେଶବ୍ୟାପୀ ୫୦ଟି ସ୍ଥାନରେ ଚଢ଼ଉ କରୁଛନ୍ତି । ଭୂଲା, ଇନ୍ଦୋର, ଗୋଆ ଏବଂ ଦିଲ୍ଲାରେ ବି ଏକକାଳୀନ ଚଢ଼ଉ ଜାରି ରହିଛି । ରାତି ପ୍ରାୟ ତିନିଟା ବେଳେ ଆୟକର ବିଭାଗର ଅଧିକାରୀମାନେ ପ୍ରବୀଣଙ୍କ ଘରେ ପହଁଚିଥିଲେ । ପ୍ରଥମେ ପରିବାର ଲୋକ ତାଙ୍କୁ ଅନୁମତି ଦେଇ ନ ଥିଲେ । କିନ୍ତୁ ଆୟକର ବିଭାଗ ଜାଣିବା ପରେ ଯାଞ୍ଚ ଆରମ୍ଭ ହୋଇଥିଲା । ଏହା ସହିତ ଆୟକର ବିଭାଗ କମଲନାଥଙ୍କ ଭଣଜା ରତୁଲ ପୁରୀଙ୍କ ସମେତ ଅନ୍ୟ ତିନି ଜଣଙ୍କ ଘରେ ମଧ୍ୟ ଛାନଭିନ କରୁଛି । ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ମନ ଲଣ୍ଡ୍ରିଂ ମାମଲାରେ ରତୁଲଙ୍କ ନାମ ସଂପୃକ୍ତି ଅଛି । ପ୍ରତୀକ ଯୋଶୀ ଓ ଆର୍‌କେ ମିଗଲାନୀଙ୍କ ଘରେ ମଧ୍ୟ ଚଢ଼ଉ ହେଉଛି । ଯିଏ କି କମଲନାଥଙ୍କ ଅତି ନିକଟତର ବନ୍ଧୁ ବୋଲି କୁହାଯାଉଛି । 

କମଲନାଥଙ୍କ ବ୍ୟକ୍ତିଗତ ସଚିବ ପ୍ରବୀଣ ଯେତେବେଳେ ପୋଲିସ ବିଭାଗରେ ଥିଲେ ତାଙ୍କୁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯାଇଥିଲା । ୨୦୦୪ରେ ଚାକିରି ଛାଡ଼ି ସେ କଂଗ୍ରେସ ନେତା କାନ୍ତିଲାଲ ଭୂରିଆଙ୍କ ବ୍ୟକ୍ତିଗତ ସଚିବ ଥିଲେ । ଏହା ପରେ ସେ ୨୦୧୮ରେ କମଲନାଥଙ୍କ ବ୍ୟକ୍ତିଗତ ସଚିବଭାବେ ନିଯୁକ୍ତି ପାଇଥିଲେ ।

Subscribe

National International State Sports Entertainment