ଛାଡିଦେଇଥିବା ଶିଶୁକୁ ଆଣିବା ପାଇଁ ବିମାନର ଜରୁରୀ ଅବତରଣ
Khabar Odisha:national-airplane-urgent-landing-for-a-child
ନୂଆଦିଲ୍ଲୀ, ମାର୍ଚ୍ଚ ୧୨ (ଖବର ଓଡିଶା):

ସାଉଦି ବିମାନ ବନ୍ଦରରେ ଘଟିଛି ଏକ ଅଜବ ଘଟଣା । ଜଣେ ମହିଳା ଯାତ୍ରୀ ବିମାନବନ୍ଦରରେ  ନିଜ ପୁଅକୁ ଛାଡିଦେଇ ବିମାନ ଯାତ୍ରା ଆରମ୍ଭ କରିଦେଇଥିଲେ । କିନ୍ତୁ  ବିମାନ  ଏସବି ୮୩୨ କିଙ୍ଗ୍ ଅବଦୁଲ ଶିଶୁଟିକୁ ନେବା ପାଇଁ ଉଡିବାର କିଛି ସମୟ ପରେ ଫେରି ଆସିଥିଲା । ଏହା ପ୍ରଥମ ଥର ପାଇଁ ହୋଇଛି ଯାହାକୁ ଆପତକାଳୀନ ଏବଂ ଅନ୍ୟ କିଛି କାରଣ ପାଇଁ ଫେରିବାକୁ ପଡିଥିଲା ।

ଏହି ଘଟଣାରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ପାଇଲଟ୍ ବିମାନ ଫରାଇ ଆଣିବାକୁ ଏୟାର ଟ୍ରାଫିକ ଅଫିସରଙ୍କୁ କହୁଛନ୍ତି । ସେ କହୁଛନ୍ତି କି ଜଣେ ମହିଳା ଯାତ୍ରୀ ବିମାନ ଅପେକ୍ଷାସ୍ଥଳରେ ଭୁଲରେ ତାଙ୍କୁ ଶିଶୁଙ୍କୁ ଛାଡିଦେଇଛନ୍ତି । ଭଗବାନ ଆମ ସହ ଅଛନ୍ତି  । ଆମେ ପୁଣି ଥରେ ସେଠାକୁ ଫେରିପାରିବା କି । 

ଏହାପରେ ବିମାନ ଅପରେଟର ଫେରିବା ପାଇଁ ଅନୁମତି ଦେଇଥିଲେ । ମାନବିକତା ଆଧାରରେ ଫଇସଲା କରିବାର କାରଣରୁ ସୋସିଆଲ ମିଡିଆରେ ପାଇଲଟଙ୍କୁ ପ୍ରଶଂସା କରାଯାଇଛି । ତେବେ ମହିଳାଙ୍କୁ କେତେବେଳେ ତାଙ୍କର ଭୁଲ ଜଣା ପଡିଲା ତାହା ଏବେ ସୁଧା ସ୍ପଷ୍ଟ ହୋଇପାରିନାହିଁ  ।

  • Tags:

Subscribe

National International State Sports Entertainment