ସିସିଟିଭିରେ କଏଦ ହେଲା ମୂଷାର ହାଇପ୍ରୋଫାଇଲ ଚୋରି ,ସୁନା ଦୋକାନରୁ ହିରା କାନଫୁଲ ଗାଏବ
Khabar Odisha:AjabKhabar-Odisha-rats-stolen-diamond-tops-from-jewelry-shop-in-patna
ଭୁବନେଶ୍ୱର, ମାର୍ଚ୍ଚ ୦୮(ଖବର ଓଡ଼ିଶା):

 ସାଧାରଣତଃ ଲୋକେ ମୂଷା ପାଇଁ ଘରେ ଚିନ୍ତିତ ରହିଥାନ୍ତି । ମୂଷାଙ୍କ ହରକତ ତ ଆପଣ ଭଲ ଭାବେ ଜାଣିଥିବେ । ଆପଣକୁ ଏକ ବିଚିତ୍ର ଘଟଣା ସମ୍ପର୍କରେ ଜଣାଇବାକୁ ଚାହୁଁଛୁ । ଆସନ୍ତୁ ଜାଣିବା ..

ମୂଷାର ହାଇପ୍ରୋଫାଇଲ ଚୋରି । ବିହାରର ମୂଷା ବହୁତ ପ୍ରସିଦ୍ଧ । ମଦ ପିଉଥିବା ମୂଷା ବର୍ତ୍ତମାନ ଚୋରି ମଧ୍ୟ କରିଛି । ନିକଟରେ ବିହାରର ରାଜଧାନୀ ପାଟଣାର ଏକ ସୁନା ଦୋକାନରୁ ହିରା କାନଫୁଲ ଗାଏବ ହୋଇଥିଲା ।ଦୋକାନୀ ଯେତେବେଳେ ସିସିଟିଭି ଫୁଟେଜ ଦେଖିଲେ ତାଙ୍କ ହୋସ ଉଡ଼ିଗଲା । ଦୋକାନ ମାଲିକ ସିସିଟିଭି ଫୁଟେଜ ଦେଖିବା ପରେ ଜାଣିଥିଲେ ଯେ ଏହି ଚୋରି କେଉଁ ବ୍ୟକ୍ତି ନାହିଁ ଏକ ମୂଷା କରିଛି । ଗୋଟିଏ ମୂଷା ଆରାମସେ ଦୋକାନକୁ ଆସିଲା ଏବଂ ପ୍ଲାଷ୍ଟିକରେ ରଖାଯାଇଥିବା ହିରା କାନଫୁଲ ନିଜ ସାଥିରେ ନେଇପଳାଇଲା । ବର୍ତ୍ତମାନ ସୁଦ୍ଧା ହିରା କାନଫୁଲ ସୁନାଦୋକାନୀ ହାତକୁ ଆସିନାହିଁ ।

Subscribe

National International State Sports Entertainment