ଆପଣଙ୍କ ମୋବାଇଲ ଫୋନ ଗରମ୍ ହୋଇଯାଉଛି କି, ଆପଣାନ୍ତୁ ଏହି ଉପାୟ
Khabar Odisha:Ajab-khabar-Odishafollow-these-tricks-to-save-your-smartphone-from-overheating
ନୂଆଦିଲ୍ଲୀ, ମାର୍ଚ୍ଚ ୧୭(ଖବର ଓଡିଶା) :

ଯଦି ଆପଣ ସ୍ମାର୍ଟ ଫୋନ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ଫୋନ କେବେ ନା କେବେ ଅତ୍ୟଧିକ ଗରମ୍ ହେଉଥିବାର ସମସ୍ୟା ଆସିଥିବ। ସ୍ମାର୍ଟ ଫୋନ ବ୍ୟବହାର କରୁଥିବା ସମୟରେ ଆମେ କିଛି ଏମିତି ଭୁଲ କରିଥାନ୍ତି ଯାହା ଫଳରେ ଫୋନଟି ଆବଶ୍ୟକତାରୁ ଅଧିକ ଗରମ୍ ହୋଇଯାଇଥାଏ। ସାଧାରଣତଃ ଗେମ୍ ଖେଳିବା ସମୟରେ, ଚାର୍ଜ କରିବା ସମୟରେ କିମ୍ବା ଭିଡିଓ ଷ୍ଟ୍ରିମିଂ ସମୟରେ ଫୋନ୍ ଅଧିକ ଗରମ୍ ହୋଇଥାଏ। ଯଦି ଆପଣଙ୍କର ମଧ୍ଯ ଏହି ସମସ୍ୟା ହେଉଛି, ଆମେ କିଛି ଟ୍ରିକ୍ ଏଠାରେ କହିବୁ, ଯାହାଦ୍ୱାରା ଏହି ସମସ୍ୟାକୁ ଦୂର କରାଯାଇପାରିବ।

୧) ଫୋନକୁ ରାତି ସାରା ଚାର୍ଜରେ ଲଗାଇ ରଖିବା ଅଧିକ ଗରମ୍ ସୃଷ୍ଟି କରିଥାଏ ଏବଂ ଫୋନର ବ୍ୟାଟେରୀକୁ ମଧ୍ଯ ଦୁର୍ବଳ କରିଥାଏ।

୨) ନିଜର ସ୍ମାର୍ଟ ଫୋନକୁ ସର୍ବଦା ଅରିଜିନାଲ ଚାର୍ଜରରେ ଚାର୍ଜ କରନ୍ତୁ। ଯଦି ଆପଣଙ୍କର ଫୋନ ବ୍ୟାଟେରୀ ଖରାପ ହୋଇଯାଇଛି, ତେବେ କମ୍ପାନୀର ସର୍ଭିସ୍ ସେଣ୍ଟରରୁ ନୂଆ ବ୍ୟାଟେରୀ କିଣନ୍ତୁ। ନକଲି ଚାର୍ଜର ଏବଂ ବ୍ୟାଟେରୀ ଫୋନକୁ ଅଧିକ ଗରମ୍ କରିଥାଏ।

୩) ଫୋନ ସ୍କାର୍ଚକୁ ରୋକିବା ପାଇଁ ଆପଣ ବ୍ୟାକ୍ କଭର ବ୍ୟବହାର କରନ୍ତି। ଏହାଦ୍ୱାରା ଆପଣଙ୍କ ଫୋନ ସ୍କାର୍ଚ ତ ହୁଏ ନାହିଁ, କିନ୍ତୁ ଏହା ଫୋନ ଗରମ୍ ହେବାର ଏକ କାରଣ ପାଲଟିଥାଏ।

୪) ଫୋନରେ ଏଭଳି ଆପ୍ଲିକେସନ ରଖନ୍ତୁ ନାହିଁ ଯେଉଁ ଆପ୍ଲିକେସନ ବ୍ୟାକ୍ ଗ୍ରାଉଣ୍ଡରେ ଚାଲୁରହିଥାଏ।

Subscribe

National International State Sports Entertainment