ବିବାହରେ ନବଦମ୍ପତିଙ୍କୁ ଖୁସିରେ ଦେଇଥିବା ଉପହାର ଫେରାଇନେଲେ ଅତିଥି ,ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା
Khabar Odisha:Ajab-khabar-Odisha-wedding-guest-gifted-a-cheque-to-bride-but-later-he-realized-mistake-then-asked-for-back-gift
ଭୁବନେଶ୍ୱର, ମାର୍ଚ୍ଚ ୧୨(ଖବର ଓଡ଼ିଶା):

 ବିବାହରେ ଗୋଟିଏ ପରମ୍ପରା ରହିଛି ଯେ ନବବିବାହିତ ଦମ୍ପତିଙ୍କୁ ନିଜ ପରିବାର ଲୋକେ କିଛି ନା କିଛି ଉପହାର ଦେଇଥାନ୍ତି । ତାହା ବଡ଼ ଲୋକଙ୍କ ଆଶୀର୍ବାଦ ବୋଲି କୁହାଯାଇଥାଏ । କିନ୍ତୁ ଉପହାର ଦେଇ ପୁଣି ଫେରାଇ ନେବା ଘଟଣା ଆପଣଙ୍କୁ ବିଚିତ୍ର ଲାଗୁଥିବ । ଆସନ୍ତୁ ଜାଣିବା ଏକ ଘଟଣା ବିଷୟରେ ..

ଅଷ୍ଟ୍ରେଲିଆରେ ଏଭଳି ଏକ ବିଚିତ୍ର ଘଟଣା ସାମନାକୁ ଆସିିଛି । ଏଠାରେ ବିବାହ ଉତ୍ସବରେ ଆସିଥିବା ଏକ ଅତିଥି ଖୁସିରେ ବରବଧୂଙ୍କୁ ଉପହାର ପ୍ରଦାନ କରିଥିଲେ । କିଛି ଦିନ ପରେ କିନ୍ତୁ ସେହି ଅତିଥି ନବବିବାହିତଙ୍କ ଠାରୁ ସେହି ଉପହାର ଫେରେଇ ନେଇଥିଲେ । ବିବାହ ସରିଲା ଭୋଜି ମଧ୍ୟ ସରିଲା । ଏହା ପରେ ବରକନ୍ୟା ନିଜ ବାହାଘରେ ମିଳିଥିବା ସମସ୍ତ ଉପହାର ଖୋଲି ଖୋଲି ଦେଖୁଥିଲେ । ସେଥି ମଧ୍ୟରେ ଦୁହିଁଙ୍କ ଆଖି ଏମିତି ଏକ ଉପହାର ଉପରେ ପଡ଼ିଲା ଯେ ସେମାନେ ଖୁସି ହୋଇଯାଇଥିଲେ । କିନ୍ତୁ ସେମାନଙ୍କ ଖୁସି ଅଧିକ ଦିନ ରହିଲା ନାହିଁ । ବିବାହରେ ବରର ଦାଦା ଖୁଡ଼ୀ ଉପହାର ଆକାରରେ ଏକ ଚେକ ପ୍ରଦାନ କରିଥିଲେ । ସେଥିରେ ୧୬୦ ପାଉଣ୍ଡ ଅର୍ଥାତ ୧୪,୫୦୦ ଟଙ୍କା ମୂଲ୍ୟ ଲେଖାହୋଇଥିଲା । 

ତିନି ମାସ ପରେ ହଟାତ ଦାଦାଖୁଡ଼ୀ ଫୋନ କରି କହିଲେ ଯେ ସେମାନେ ବିବାହରେ ଦେଇଥିବା ଚେକରେ ୧୬ ପାଉଣ୍ଡ ଅର୍ଥାତ ୧୫୦୦ଟଙ୍କା ଲେଖିବା ବଦଳରେ ଭୁଲରେ ୧୬୦ ପାଉଣ୍ଡ ଲେଖିଦେଇଛନ୍ତି । ତେଣୁ ସେଥି ମଧ୍ୟରୁ ୧୬ ପାଉଣ୍ଡ ରଖି ୧୪୪ ପାଉଣ୍ଡ ଫେରସ୍ତ କରିଦିଅନ୍ତୁ । କିନ୍ତୁ ବରର ପରିବାର ଲୋକେ ରାଗିଯାଇ ସମ୍ପୂର୍ଣ୍ଣ ମୂଲ୍ୟର ଚେକ ଫେରାଇ ଦେଲେ । ଏହି ବିଚିତ୍ର କାହାଣୀଟି ବୋହୁଟି ତାର ଫେସବୁକରେ ପୋଷ୍ଟ କରି ଲେଖିଥିଲା ଯେ ପ୍ରଥମେ ତ ସେମାନେ ଭାବିଥିଲେ ଦାଦାଙ୍କର ଟଙ୍କା ସମ୍ପନ୍ଧୀୟ କୈାଣସି ଅସୁବିଧା ଥିବା କିନ୍ତୁ ପରେ ଜଣା ପଡ଼ିଥିଲା ଯେ ତାଙ୍କୁ ଟଙ୍କାର ଆବଶ୍ୟକତା ନଥିଲା । କେବଳ ସେ ଦେଇଥିବା ଟଙ୍କା ଫେରସ୍ତ ଚାହୁଁଥିଲେ ।

Subscribe

National International State Sports Entertainment