ଏହି ବିଚ୍‌ରେ ସେଲ୍ଫି ନେଲେ ହୋଇପାରେ ମୃତ୍ୟୁଦଣ୍ଡ, ଜାଣନ୍ତୁ କେଉଁଠି
Khabar Odisha:Ajab-khabar-Odisha-tourists-threatened-with-death-penalty-for-clicking-selfies-on-airport-beach
ଥାଇଲାଣ୍ଡ, ଏପ୍ରିଲ ୦୭(ଖବର ଓଡିଶା):

ଥାଇଲାଣ୍ଡର ଫୁକେଟ ଆଇଲାଣ୍ଡର ଚର୍ଚିତ ବିଚ୍‌ରେ ନେଲେ ପର୍ଯ୍ୟଟକଙ୍କୁ ମୃତ୍ୟୁଦଣ୍ଡ ହୋଇପାରେ ! ଥାଇଲାଣ୍ଡର ସୁରକ୍ଷା ଅଧିକାରୀ ଚେତାବନୀ ଦେବା ସହିତ କହିଛନ୍ତି କି ପାଖରେ ବିମାନ ଉଡୁଥିବା କାରଣରୁ ଲୋକମାନଙ୍କୁ ଏଠାରେ ସେଲ୍ଫି ନେବାକୁ ମନା କରାଯାଉଛି । ସେମାନଙ୍କୁ ଲାଗେ କି ସେଲ୍ଫି ନେଲେ ଉଡୁଥିବା ଫ୍ଲାଇଟର ପାଇଲଟଙ୍କ ଧ୍ୟାନ ହଟିବାର ସମ୍ଭାବନା ରହିଛି ଏବଂ ବଡ ବିପଦ ଘଟିବାର ଆଶଙ୍କା ରହିଛି । 

ଅଧିକାରୀଙ୍କ କହିବା ଅନୁଯାୟୀ ନିୟମ ଭାଙ୍ଗୁଥିବା ପର୍ଯ୍ୟଟକଙ୍କୁ ସର୍ବାଧିକ ଭାବେ ମୃତ୍ୟୁଦଣ୍ଡ ହୋଇପାରେ । ଏଥିପାଇଁ ବିଚ୍‌ର କିଛି ଅଂଶକୁ ଘେରାଯାଇ ସେଠାରେ ସେଲ୍ଫି ନେବା ପାଇଁ ବାରଣ କରାଯିବ । ଫୁକେଟ ଏଇଲାଣ୍ଡରେ ଥିବା ଏୟାରପୋର୍ଟ ଏକ ବ୍ୟସ୍ତବହୁଳ ଏୟାରପୋର୍ଟ । ଏବଂ ସେଠାରେ ପାଖରେ ଉଡୁଥିବା ଉଡାଜାହାଜ ସହିତ ଲୋକମାନେ ପ୍ରାୟତଃ ସେଲ୍ଫି ଉଠାଉଥିବା ଦେଖିବାକୁ ମିଳେ । ଏହି କାରଣରୁ ଏହି ବିଚ୍ ପର୍ଯ୍ୟଟକମାନଙ୍କ ପାଇଁ ଏକ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟଛି । 

ଲୋକମାନେ ଏହି ବିଚରେ ଫ୍ଲାଇଟ ସହିତ ଉଠାଇଥିବା ସେଲ୍ଫିଗୁଡିକୁ ସୋସିଆଲ ମିଡିଆରେ ସେୟାର କରୁଛନ୍ତି । ଏହି ସେଲ୍ଫିରେ ଜେଟ୍‌ଗୁଡିକ ପର୍ଯ୍ୟଟକଙ୍କ ଅତି ନିକଟରେ ଦେଖାଯାଉଥିବା ଦେଖି ଏୟାରପୋର୍ଟ କତୃପକ୍ଷଙ୍କ ଚିନ୍ତା ବଢିଯାଇଛି । ଏବେ ପର୍ଯ୍ୟନ୍ତ ୱାର୍ଣ୍ଣିଂ ଦିଆଯାଇଥିବା ସତ୍ତ୍ୱେ ପର୍ଯ୍ୟଟକମାନେ ସେଲ୍ଫି ନେବା ପାଇଁ ସେଠାରେ ପହଞ୍ଚିଯାଉଛନ୍ତି । 

ଯଦିଓ ବର୍ତ୍ତମାନ ସୁଦ୍ଧା ଏୟାରପୋର୍ଟ ଅଧିକାରୀ କହିନାହାଁନ୍ତି କି କେଉଁ ପ୍ରକାର ଫୋଟୋ ଉଠାଇବା ଫ୍ଲାଇଟ୍‌ର ସୁରକ୍ଷା ପ୍ରତି ବିପଦ ହୋଇପାରେ । କିନ୍ତୁ ଲେଜର ପେନ କିମ୍ୱା ଡ୍ରୋନ ଦ୍ୱାରା ଯେଭଳି ଭାବରେ ପ୍ଳାଇଟର ପାଇଲଟଙ୍କ ଧ୍ୟାନ ହଟିଥାଏ, ସେଲ୍ଫିରେ ମଧ୍ୟ ସମାନ ସ୍ଥିତି ଘଟିବାର ସମ୍ଭାବନା ରହିଛି । ସ୍ଥାନୀୟ ମିଡିଆକୁ ଅଧିକାରୀ ସୂଚନା ଦେଇ କହିଛନ୍ତି କି ନିୟମ ଭାଙ୍ଗୁଥିବା ଲୋକଙ୍କ ଉପରେ ନିୟମ ଅନୁଯାୟୀ ମୁକଦମା ରୁଜୁ କରାଯିବ ଯେଉଁଥିରେ ସର୍ବାଧିକ ଭାବେ ମୃତ୍ୟୁଦଣ୍ଡ ପର୍ଯ୍ୟନ୍ତ ରହିଛି । 

Subscribe

National International State Sports Entertainment