ସ୍ୱାମୀଙ୍କ ପାସପୋର୍ଟରେ ମହିଳା ଲେଖିଲେ ସୈାଦା ହିସାବ ଏବଂ ସମ୍ପର୍କୀୟଙ୍କ ଫୋନ ନମ୍ବର
Khabar Odisha:Ajab-khabar-Odisha-Kerala-woman-turns-husband-passport-into-phone-directory-viral-video
ଭୁବନେଶ୍ୱର, ମାର୍ଚ୍ଚ ୨୯(ଖବର ଓଡ଼ିଶା):

ସାଧାରଣତଃ ଭାରତରେ ପାସପୋର୍ଟ ପାଇବାକୁ ହେଲେ ଅନେକ ପରିଶ୍ରମ କରି ବାରମ୍ବାର ପାସପୋର୍ଟ ଅଫିସ ଦୈାଡ଼ିବାକୁ ପଡ଼ିଥାଏ । ପାସପୋର୍ଟ ପ୍ରସ୍ତୁତ ହେବା ପର ତାକୁ ସମ୍ଭାଳି ଠିକ ଭାବରେ ରଖିବା ଜରୁରୀ ହୋଇଥାଏ । କିନ୍ତୁ କେରଳରେ ଘଟିଥିବା ଏକ ବିଚିତ୍ର ଘଟଣା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଆସନ୍ତୁ ଜାଣିବା ଘଟଣାଟି କଣ ..

ଭାରତରୁ ଅନ୍ୟ କେଉଁ ଦେଶ  ଯିବା ବେଳେ ଏହି ପାସପୋର୍ଟ କାମରେ ଆସିଥାଏ । ଅଳ୍ପ ବିଦ୍ୟା ଭୟଙ୍କରୀ କଥାରେ ଅଛି । କେରଳର ଜଣେ ମହିଳା ନିଜ ସ୍ୱାମୀଙ୍କ ପାର୍ସପୋର୍ଟରେ ସମସ୍ତ ସମ୍ପର୍କୀୟଙ୍କ ଫୋନ ନମ୍ବର ଲେଖିଛନ୍ତି । ଏବଂ କେବଳ ଏତିକି ନୁହେଁ ମହିଳା ଜଣକ ଘରର ସୈାଦା ତାଲିକା ମଧ୍ୟ ସେହି ପାସପୋର୍ଟରେ ଲେଖିଛନ୍ତି । ଏହି ଘଟଣାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । କିନ୍ତୁ କୁହାଯାଉଛି ଯେ ସ୍ୱାମୀଙ୍କ ପୁରୁଣା ପାସପୋର୍ଟରେ ମହିଳା ଜଣକ ଏପରି ଘରର ସୈାଦା ଓ ହିସାବ ତାଲିକା ଏବଂ ଫୋନ ନମ୍ବର ଲେଖିଥିଲେ । 

Subscribe

National International State Sports Entertainment