Home >
ଇରାନଠୁ ତୈଳ ଆମଦାନୀ ନେଇ ଭାରତକୁ ଆମେରିକାର ଚେତାବନୀ, ଦେଖି ନେବୁ
Khabar Odisha:we-will-take-care-of-countries-that-will-continue-to-buy-oil-from-iran-after-nov-4-donald-trump
ଓ୍ଵାଶିଂଟନ, ଅକ୍ଟୋବର୧୧(ଖବର ଓଡ଼ିଶା):

ଇରାନ ବିରୋଧରେ ନଭେମ୍ଵର ୪ରୁ ଆରମ୍ଭ ହେଉଛି ଅାମେରିକାର ନୂତନ ପ୍ରତିବନ୍ଧକ। ମାତ୍ର ଏହି ପ୍ରତିବନ୍ଧକକୁ ମାନୁନଥିବା ଦେଶକୁ ଆମେରିକା ଗୁରୁବାର ଚେତାବନୀ ଦେଇଛି। ଆମେରିକା ରାଷ୍ଟ୍ରପତି ତୈଳ ଅାମଦାନୀ କରୁଥିବା ଦେଶଗୁଡିକୁ ସ୍ପଷ୍ଟ ଶବ୍ଦରେ ଚେତାବନୀ ଦେଇ କହିଛନ୍ତି ଯେ ଯଦି  ପ୍ରତିବନ୍ଧ ଲାଗୁ ହେବା ଦିନ ପର୍ୟ୍ୟ ନ୍ତ କୌଣସି ଦେଶ ଇରାନଠୁ ତୈଳ ଆମଦାନୀ ସଂପୂର୍ଣ୍ଣ ବନ୍ଦ ନକରନ୍ତି ତେବେ ସେହି ଦେଶ ଗୁ଼ଡ଼ିକୁ ଓ୍ଵାଶିଂଟନ ଦେଖି ନେବ। ଅନ୍ୟ ପଟେ ଏହାର ଦୁଇ ଦିନ ପୂର୍ବରୁ ଭାରତ ଘୋଷଣା କରିଥିଲା ଯେ ଦେଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନଭେମ୍ବରରେ ଇରାନଠୁ ତୈଳ ଆମଦାନୀ ପାଇଁ ଅର୍ଡର ଦିଆସରିଛି?

ଉଲ୍ଲେଖନୀୟ ଚଳିତ ବର୍ଷ ମେ ମାସରେ ଆମେରିକା ଇରାନ ସହ ହୋଇଥିବା ପରମାଣୁ ରାଜିନାମାରୁ ଓହରି ଯାଇଥିଲା। ଦୁଇ ଦେଶ ମଧ୍ୟରେ ୨୦୧୫ରେ ପରମାଣୁ ରାଜିନାମା ହୋଇଥିଲା। ଏବେ ଟ୍ରମ୍ପ ଇରାନଠୁ ତୈଳ ଆମଦାନୀ କରୁଥିବା ଦେଶଗୁଡିକୁ ଦେଖି ନେବି ବୋଲି କହିଛନ୍ତି। 

ଟ୍ରମ୍ପ ଇରାନ ସହ ରାଜିନାମା ସମାପ୍ତ ହେବାର ଘୋଷଣା କରି ସେହି ସମୟରେ କହିଥିଲେ ଯେ ଏହି ରାଜିନାମା ନିଜର ମୂଳ ଉଦ୍ଦେଶ୍ୟ ଇରାନକୁ ପରମାଣୁ ହାସଲ ଦିଗରେ ରୋକିବାରେ ସଫଳ ହୋଇନଥିଲା।  ଏହି ରାଜିନାମା ଇରାନକୁ ବାଲାଷ୍ଟିକ ମିସାଇଲ ନିର୍ମାଣରେ ମଧ୍ୟ ରୋକି ପାରିନଥିଲା। 

ନୂତନ ରାଜିନାମା ମାନିବାକୁ ବାଧ୍ୟ କରିବା ପାଇଁ ଆମେରିକା ଇରାନ ଉପରେ ଅନେକ ପ୍ରତିବନ୍ଧକ ଲାଗୁ କରିଥିଲା। ଏହି ପ୍ରତିବନ୍ଧକ କାରଣରୁ ଇରାନର କାରବାର ଓ ତୈଳ ସେକ୍ଟର ଉପରେ ପ୍ରଭାବ ପଡ଼ିଥିଲା। ମାତ୍ର ନଭେମ୍ବର ୪ରୁ ଇରାନ ଉପରେ ଆମେରିକାର ଦ୍ଵିତୀୟ କଠୋର ପ୍ରତିବନ୍ଧ ଲାଗୁ ହେବାକୁ ଯାଉଛି। ଏଥିରେ ଇରାନର ତୈଳ କ୍ଷେତ୍ର ଓ ଜାହାଜ କ୍ଷେତ୍ର ତଥା ସେଣ୍ଟ୍ରାଲ ବ୍ୟାଙ୍କ ବହୁତ ପ୍ରଭାବିତ ହେବ। ଏହି ପରିପ୍ରେକ୍ଷୀରେ ଆମେରିକା ଇରାନଠୁ ତୈଳ କିଣୁଥିବା ଦେଶଗୁଡିକୁ ନଭେମ୍ବର ୪ ପର୍ଯ୍ୟନ୍ତ ଆମଦାନୀ ଶୂନ୍ୟ କରିବାକୁ କହିଥିଲା। ମାତ୍ର ଭାରତ ଅଳ୍ପ ହେଉ ପଛେ ଇରାନଠୁ ତୈଳ ଆମଦାନୀ କରିବାକୁ ଦୁଇ ଦିନ ପୂର୍ବେ ଘୋଷଣା କରିଥିଲା। 

ଉଲ୍ଲେଖଯୋଗ୍ୟ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ଦୁଇ ଦିନ ତଳେ କହିଥିଲେ ଯେ ଦେଶର ଦୁଇଟି ତୈଳ ରିଫାଇନାରୀ କମ୍ପାନୀ ନଭେମ୍ବର ମାସରେ ଇରାନଠୁ ତୈଳ ଆମଦାନୀ ପାଇଁ ଅର୍ଡର ଦେଇ ସାରିଛନ୍ତି। ଭାରତକୁ ନିଜର ଉର୍ଜା  ଆବଶ୍ୟକକୁ ପୂରଣ କରିବା ପାଇଁ  ଏମିତି କରିବାକୁ ପଡ଼ିବ। 

Subscribe

National International State Sports Entertainment