Home >
ହ୍ୟାରିସ୍ ମାନିଲେ ଅଷ୍ଟ୍ରେଲିଆ କରୁଛି ସଂଘର୍ଷ, ‘ବିରାଟ ବାହିନୀ’ ଆମକୁ ରକ୍ଷାତ୍ମକ ପାଇଁ ବିବଶ କଲା
Khabar Odisha:we-are-still-fighting-and-still-in-the-contest-insists-marcus-harris
ଆଡ଼ିଲେଡ଼,ଡିସେମ୍ବର ୦୭(ଖବର ଓଡ଼ିଶା):

 ଆଡ଼ିଲେଡ଼ ଟେଷ୍ଟର ଦ୍ଵିତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତର ସ୍ଥିତି ମଜବୁତ ରହିଛି। ଭାରତର ପ୍ରଥମ ଇନିଂସ ୨୫୦ ରନ ଜବାବରେ ଅଷ୍ଟ୍ରେଲିଆ ୭ ଓ୍ଵିକେଟ୍ ହରାଇ ୧୯୧ ରନ କରିଛି। ଦଳ ଏବେ ବି ଭାରତଠୁ ୫୯ ରନ ପଛରେ ରହିଛି। ଏହା ପରେ ଅଷ୍ଟ୍ରେଲିଆର ଓପନିଂ ବ୍ୟାଟସମ୍ୟାନ ମାର୍କସ ହ୍ୟାରିସ ଶୁକ୍ରବାର କହିଛନ୍ତି ଯେ ପ୍ରଥମ ଟେଷ୍ଟରେ ତାଙ୍କର ଦଳ ସଂଘର୍ଷ କରୁଛି।  ନିଜର ପ୍ରଥମ ଟେଷ୍ଟ ଖେଳୁଥିବା  ହ୍ୟାରିସ୍ କହିଛନ୍ତି ଯେ ତାଙ୍କ ଦଳ ଏବେ ବି ମ୍ୟାଚରେ ରହିଛି। 

ହ୍ୟାରିସ୍ କହିଛନ୍ତି ଯେ ଆମେ ବହୁତ ଭଲ ବୋଲିଂ କରିଛୁ। ମାତ୍ର ବ୍ୟାଟିଂରେ ପ୍ରଭାବୀ ପ୍ରଦର୍ଶନ କରି ନାହିଁ ଦଳ। ଆଜି ରନ କରିବା ଏତେ ସହଜନଥିଲା। ତଥାପି ଆମେ ଭାରତକୁ ବହୁତ ଭଲ ଚ୍ୟାଲେଞ୍ଜ ଦେଇଛୁ। ଟ୍ରେଭିସ୍ ହେଡ୍ ବହୁତ ଭଲ ବ୍ୟାଟିଂ ଜାରି ରଖିଛନ୍ତି। 

ହ୍ୟାରିସ୍ କହିଛନ୍ତି ଯେ ଅଷ୍ଟ୍ରେଲିଆ ନିଜର ପଲ୍ଲା ଭାରି ରଖି ମ୍ୟାଚରେ ନିଜର ସ୍ଥିତି ମଜବୁତ କରିବାକୁ ଚାହୁଁଥିଲା। ମାତ୍ର ଭାରତୀୟ ବୋଲର କ୍ରମାଗତ ଆମ ଉପରେ ଚାପ ପକାଇ ରଖିଥିଲେ। ସେମାନେ ଆମକୁ ରକ୍ଷଣାତ୍ମକ  ଆଭିମୁଖ୍ୟ ଆପଣେଇବାକୁ ବିବଶ କଲେ।  ସେ କହିଛନ୍ତି ଯେ ଆପଣ ବିପକ୍ଷ ବୋଲରଙ୍କୁ ତେବେ ଯାଇ ଚାପରେ ରଖି ପାରିବେ ଯେବେ ସେମାନେ ଆପଣଙ୍କୁ ସୁଯୋଗ ଦେବେ। ଆଡିଲେଡ୍ ପିଚ୍ ବ୍ୟାଟସମ୍ୟାନକୁ ଅଧିକ ସମୟ ଖେଳିବାକୁ ଦେଉ ନାହିଁ ବୋଲି ହ୍ୟାରିସ୍ କହିଛନ୍ତି। 

Subscribe

National International State Sports Entertainment