Home >
ଅନ୍ତିମ ମ୍ୟାଚରେ କିଛି ପରିବର୍ତ୍ତନ ହେବ କିନ୍ତୁ ୫-୧ରେ ସିରିଜ ଜିତିବାକୁ ଚେଷ୍ଟା କରିବୁ: କୋହଲି
Khabar Odisha:virat-kohli-said-there-could-be-few-changes-but-we-are-going-for-5-1

ପୋର୍ଟ ଏଲିଜାବେଥ,ଫେବୃଆରୀ୧୪(ଖବର ଓଡ଼ିଶା): ଭାରତୀୟ ଅଧିନାୟକ ବିରାଟ କୋହଲି କହିଛନ୍ତି ଯେ ଷଷ୍ଠ ତଥା ଅନ୍ତିମ ଦିନିକିଆରେ ଦଳ ବାହାରେ ବସିଥିବା ଖେଳାଳିଙ୍କୁ ସୁଯୋଗ ମିଳିପାରେ। ଦଳରେ ଖେଳାଳିଙ୍କର କିଛିଟା ପରିବର୍ତ୍ତନ ହୋଇପାରେ। ସିରିଜ୍  ଜିତି ସାରିଥିଲେ ମଧ୍ୟ  ମ୍ୟାଚକୁ ହାଲୁକା ଭାବେ ନେବୁ ନାହିଁ ଏବଂ ସିରିଜକୁ ୫-୧ରେ  ଜିତିବାକୁ ଚେଷ୍ଟା କରିବୁ।  ଭାରତ ମଙ୍ଗଳବାର ପଞ୍ଚମ ଏକ ଦିବସୀୟରେ ଘରୋଇ ଦଳକୁ ୭୩ ରନରେ ପରାସ୍ତ କରି ଦକ୍ଷିଣ ଆଫ୍ରିକା ମାଟିରେ ପ୍ରଥମ ଥର  ଦ୍ଵିପାକ୍ଷିକ ସିରିଜ୍ ଜିତିବାକୁ ସକ୍ଷମ ହୋଇଥିଲା। 

କୋହଲି କହିଛନ୍ତି ଏହି ସିରିଜକୁ  ଜିତିବା ପରେ ଆମେ ବସି ବିଚାର କରିବୁ ଯେ କେଉଁଠି ସୁଧାର କରାଯାଇ ପାରେ। ନିଶ୍ଚିତ ଭାବେ ଆମେ ସିରିଜକୁ ୫-୧ରେ ଜିତିବାକୁ ଚେଷ୍ଟା କରିବୁ। ମାତ୍ର ଅନ୍ତିମ ମ୍ୟାଚରେ ଖେଳାଳିଙ୍କୁ ସୁଯୋଗ ଦେବୁ। କୋହଲି କହିଛନ୍ତି ଆମର ସର୍ବୋଚ୍ଚ ପ୍ରାଥମିକତା ଜିତିବା ଏବଂ ଆମେ ଜିତିବା ପାଇଁ କିଛି ବି କରିବୁ। ଅନ୍ତିମ ମ୍ୟାଚ୍ ସେଞ୍ଚୁରିଆନରେ ଖେଳାଯିବ। 

  • Tags:

Subscribe

National International State Sports Entertainment