Home >
ୟମନରେ ସରକାର ସମର୍ଥକ ଓ ବିଦ୍ରୋହୀଙ୍କ ମଧ୍ୟରେ ସଂଘର୍ଷ, ୫୮ ମୃତ
Khabar Odisha:to-capture-hodida-58-fightrers-killed-in-yamen
ନୂଆଦିଲ୍ଲୀ,ନଭେମ୍ବର୦୮(ଖବର ଓଡ଼ିଶା):

ୟମନର ବନ୍ଦର ସହର ହୋଦିଦାରେ ସରକାର ସମର୍ଥକ ଓ ବିଦ୍ରୋହୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ୫୮ ଲଢୁଆଙ୍କ ମୃତ୍ୟୁ ଘଟିଛି।  ରାତିସାରା ଚାଲିଥିବା ଏହି ସଂଘର୍ଷ ଏବଂ ସାଉଦି ଆରବ ସହାୟତାରେ ହୋଇଥିବା ବିମାନ ଆକ୍ରମଣରେ ୪୭ ବିଦ୍ରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ସୈନିକଙ୍କ ମୃତ୍ୟୁ ଘଟିଛି।

ସରକାରୀ ନିୟନ୍ତ୍ରଣରେ ଥିବା ବାହ୍ୟ ଇଲାକାରେ ନିର୍ମିତ  ହସ୍ପିଟାଲ ସୂତ୍ରରୁ ୧୧ ଜଣ ସୈନିକ ମରିଥିବା ସୂଚନା ମିଳିଛି। ୟମନ ସରକାରଙ୍କ ସୈନିକଙ୍କୁ ଅନ୍ୟ ଦେଶର ସୈନ୍ୟ ସହାୟତା ମିଳିଛି, ଯାହା ସାହାଯ୍ୟରେ ସେମାନେ ପ୍ରୂ୍ବାପେକ୍ଷା ଭଲ ସ୍ଥିତିରେ ଅଛନ୍ତି ଏବଂ ଛଅ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ସହରରେ ନିଜର ସ୍ଥିତି ମଜବୁତ ରଖିଛନ୍ତି। ଲାଲ ସାଗର କୂଳରେ ସ୍ଥିତ ଏହି ଏହି ଅଞ୍ଚଳକୁ ବିଦ୍ରୋହୀଙ୍କ ଅନ୍ତିମ ମଜବୁତ ଗଢ ବୋଲି କୁହାଯାଏ।

ହୋଦିଦାରେ ମୁତୟନ ସେନା କହିଛନ୍ତି ଯେ ଏଠାରେ ବିଛା ଯାଇଥିବା ବାରୁଦ ସୁଡ଼ଙ୍ଗ ଓ ଖାଇ କାଣରୁ ସୈନିକଙ୍କୁ ମୁସ୍କିଲ ହେଉଛି। ୟମନର ପ୍ରାୟ ୮୦ ପ୍ରତିଶତ ବାଣିଜ୍ୟକ ଆମଦାନୀ ଏବଂ ମିଳିତ ଜାତିସଙ୍ଘର ତତ୍ଵାବଧାନରେ ଆସୁଥିବା ମାନବୀୟ ସହାୟତା ହୋଦିଦା ଦେଇ ହିଁ ଯାଇଥାଏ।

ସାହାଯ୍ୟ କରୁଥିବା ସଂସ୍ଥା ବିଦ୍ରୋହୀ ଓ ସରକାରଙ୍କକୁ ଅପିଲ କରିଛନ୍ତି ଯେ ସେମାନେ ନାଗରିକଙ୍କୁସ ସେଠାରୁ ବାହାରିକୁ ଅନୁମତି ପ୍ରଦାନ କରନ୍ତୁ। ୨୦୧୪ରୁ ହୋଦିଦା ଉପରେ ବିଦ୍ରୋହୀ କବଜା କରିଥିଲେ। 

Subscribe

National International State Sports Entertainment