Home >
ବୁଲନ୍ଦସହର ହିଂସାକାଣ୍ଡ: ଫୌଜି ଜିତୁର ଗୁଳିରେ ମୃତ୍ୟୁବରଣ କରିଥିଲେ ଇନସପେକ୍ଟର ସୁବୋଧ, ଏସଆଇଟି ଯାଂଚର ଖୁଲାସା
Khabar Odisha:the-man-behind-bulandshahr-tension-is-an-army-man-who-shot-killed-inspector-subodh-kumar
ବୁଲନ୍ଦସହର, ଡିସେମ୍ବର ୦୭ (ଖବର ଓଡିଶା) :

ବହୁ ଚର୍ଚ୍ଚିତ ବୁଲନ୍ଦସହର ହିଂସାକାଣ୍ଡର ଏସଆଇଟି ଏବଂ ଏସଟିଏଫ ଯାଂଚରେ ଏକ ଆଶ୍ଚର୍ଯ୍ୟଚକିତ ଖୁଲାସା ହୋଇଛି । ଏହି ହିଂସାକାଣ୍ଡରେ ଶହିଦ ହୋଇଥିବା ଇନସପେକ୍ଟର ସୁବୋଧ କୁମାରଙ୍କୁ ଜାମ୍ମୁର ଫୌଜି ଜିତୁ ଗୁଳି ମାରିଥିଲା । ଜିତୁ ନିଜ ଗ୍ରାମକୁ ଛୁଟିରେ ଆସିଥିଲା । ସେହି ସମୟରେ ଏହି ହିଂସାକାଣ୍ଡରେ ସେ ନିଜ ଅବୈଧ ବନ୍ଧୁକ ସାହାଯ୍ୟରେ ସୁବୋଧଙ୍କୁ ଗୁଳି ମାରିଥିଲା । ଫଳରେ ଏହି ଘଟଣା ପରେ ଜିତୁ ଜାମ୍ମୁ ପଳାୟନ କରିଥିଲା । ପୁଲିସକୁ ଏହି ସମ୍ବନ୍ଧରେ ଏକ ମହତ୍ୱପୂର୍ଣ୍ଣ ଭିଡିଓ ମିଳିଛି । ଯେଉଁଥିରେ ଫୌଜି ଗୁଳି ଚାଳନା କରୁଥିବା ସଫ ସଫା ନଜର ଆସିଛି । ଏହା ପରେ ପୁଲିସ ପ୍ରଶାସନର ଅଧିକାରୀ ଜାମ୍ମୁର ଫୌଜୀ ୟୁନିଟି ସହ ବାର୍ତାଳାପ କରି ଏକ ଟିମ୍ ଜିତୁକୁ ଗିରଫ କରିବା ପାଇଁ ବାହାରି ଯାଇଛି । 

ସୂଚନାନୁଯାୟୀ, ସ୍ୟାନରେ ଏକ ଗାଇର ମରଶରୀର ମିଳିବା ପରେ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଉତେଜନା ସୃଷ୍ଟି ହୋଇଥିଲା । ପରବର୍ତୀ ସମୟରେ ଏହା ହିଂସାକାଣ୍ଡର ରୂପ ନେଇଥିଲା । ଯେଉଁଥିରେ ସୁବୋଧ କୁମାର ଏବଂ ଜଣେ ଛାତ୍ର ସୁମିତଙ୍କର ମୃତ୍ୟୁ ହୋଇଛି । ହିଂସାକାଣ୍ଡ ସମୟରେ ବୁଲନ୍ଦସହରରେ ପାଖାପାଖି ୧୫ ଲକ୍ଷ ଲୋକ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ ପରେ ଏଡିଜି ଇଂଟେଲିଜେନ୍ସ, ଏସଆଇଟି, ଏଟିଏସ, ଏସଟିଏଫ, କ୍ରାଇମବ୍ରାଂଚ, ଏବଂ ବୁଲନ୍ଦସହର ପୁଲିସ ଟିମ ଯାଂଚରେ ଲାଗିଥିଲେ । 

ଉଲ୍ଲେଖଯୋଗ୍ୟ, ପୁଲିସ ଏହି ମାମଲାରେ ୨୭ ଜଣ ଲୋକଙ୍କ ନାମରେ ମକୋଦ୍ଦମା ରୁଜୁ କରିଥିବା ସମୟରେ ୨୫୦-୩୦୦ ଲୋକଙ୍କ ନାମରେ ଅଜ୍ଞାତ ମାମଲା ରୁଜୁ କରିଛି । ଏଥିରେ ସେହି ଫୌଜିଙ୍କର ନାମ ମଧ୍ୟ ସାମିଲ ଥିଲା । ତେବେ ଏହି ହିଂସାକାଣ୍ଡର ମାଷ୍ଟରମାଇଣ୍ଡ କିଏ ରହିଛି ସେହି ବିଷୟରେ ପୁଲିସ ଯାଂଚ୍ କରୁଛି । ପୁଲିସ ସମ୍ପୂର୍ଣ୍ଣ ଘଟଣା ସହ ସମ୍ବନ୍ଧିତ ପାଖାପାଖି ୨୦୩ଟି ଭିଡିଓ ଏକାଠି କରିଛି । ସୁବୋଧଙ୍କୁ ଗୁଳି ଲାଗିବା ସହିତ ଜଣେ ଛାତ୍ରଙ୍କୁ ମଧ୍ୟ ଗୁଳି ଲାଗିଥିଲା । ପୁଲିସ ସୁମିତଙ୍କ ହତ୍ୟାକାରୀର ସନ୍ଧାନ ମଧ୍ୟ କରୁଛି ।  

Subscribe

National International State Sports Entertainment