Home >
ତେଲଙ୍ଗାନା ବିଧାନସଭା ନିର୍ବାଚନ ଏଗଜିଟ୍ ପୋଲ୍ ୨୦୧୮: କେ.ଚନ୍ଦ୍ର ଶେଖର ରାଓଙ୍କ ହାତରେ ତେଲଙ୍ଗାନା
Khabar Odisha:telangana-chunav-exit-polls-2018-result
ନୂଆଦିଲ୍ଲୀ, ଡିସେମ୍ବର ୦୭(ଖବର ଓଡ଼ିଶା):

୨୦୧୮ର ଶେଷ ମାସରେ ପାଞ୍ଚଟି ରାଜ୍ୟ ମଧ୍ୟ ପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ତେଲଙ୍ଗାନାରେ ବିଧାନସଭା ନିର୍ବାଚନ ଶେଷ ହେବା ମାତ୍ରେ ଏଗଜିଟ୍ ପୋଲରେ ଫଳାଫଳକୁ ନେଇ ପୂର୍ବାନୁମାନ ଜାରି ରହିଛି। ମଧ୍ୟ ପ୍ରଦେଶ, ଛତିଶଗଡ଼ରେ ବିଜେପି ଓ କଂଗ୍ରେସ ମଧ୍ୟରେ ଜୋରଦାର ଟକ୍କର ହେଉଥିବା ବେଳେ ରାଜସ୍ଥାନରେ କଂଗ୍ରେସକୁ ବହୁମତ ମିଳୁଥିବା ଜଣା ପଡ଼ିଛି। ସେହି ପରି ତେଲଙ୍ଗାନାରେ ଅନେକ ଏଜେନ୍ସି ପକ୍ଷରୁ ସର୍ଭେ କରାଯାଇଛି। ଅଧିକାଂଶ ସର୍ଭେରେ କେ. ଚନ୍ଦ୍ରଶେଖର ରାଓଙ୍କ ପାର୍ଟି ତେଲଙ୍ଗାନା ରାଷ୍ଟ୍ର ସମିତି(ଟିଆରଏସ)କୁ ବହୁମତ ମିଳୁଥିବା ଦେଖାଯାଇଛି।

ତେଲେଙ୍ଗାନା ରାଜ୍ୟର ରାଜନୀତି

ତେଲଙ୍ଗାନାରେ ତେଲଙ୍ଗାନା ରାଷ୍ଟ୍ର ସମିତି(ଟିଆରଏସ) କ୍ଷମତାରେ ରହିଛି। ଏହାର ମୁଖ୍ୟମନ୍ତ୍ରୀ ଅଛନ୍ତି କେ ଚନ୍ଦ୍ରଶେଖର ରାଓ। ଏଠାରେ ଗତ ୨୦୧୪ ନିର୍ବାଚନରେ ଆନ୍ଧ୍ର ପ୍ରଦେଶ ଓ ତେଲଙ୍ଗାନା ଏକ ଥିଲେ। ବିଭାଜନ ପରେ ତେଲଙ୍ଗାନାର ବିଧାନସଭା ସିଟ୍ ହେଉଛି ୧୧୯। ଏଥିରୁ ଟିଆରଏସ ୯୦ଟି ସିଟରେ ନିର୍ବାଚନ ଜିତିଥିବା ବେଳେ ଆନ୍ଧ୍ର ପ୍ରଦେଶରେ ତେଲଗୁ ଦେଶମ ପାର୍ଟି(ଟିଡିପି) ସରକାର ଓ ଏନ ଚନ୍ଦ୍ରବାବୁ ନାଇଡ଼ୁ ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ୨୦୧୮ ନିର୍ବାଚନରେ ଟିଆରଏସ ବହୁମତ ସହିତ ସରକାର ଗଠନ କରିବା ଦେଖିବାକୁ ମିଳୁଛି। ୧୧୯ ଆସନ ବିଶିଷ୍ଟ ତେଲଙ୍ଗାନା ବିଧାନସଭାରେ ବହୁମତ ପାଇଁ ଆବଶ୍ୟକ ୬୦ ସିଟ୍।

ଟାଇମ୍ସ ନାଓ-ସିଏନଏକ୍ସର ଏଗଜିଟ୍ ପୋଲ

ଟିଆରଏସ- ୬୬ ସିଟ୍

କଂଗ୍ରେସ+- ୩୭ ସିଟ୍

ବିଜେପି- ୭ ସିଟ୍

ଅନ୍ୟ- ୯ ସିଟ୍ 

ରିପବ୍ଲିକ ଟିଭି ଓ ଜନ କି ବାତ୍

ଟିଆରଏସ- ୫୦ ରୁ ୫୬ ସିଟ୍

କଂଗ୍ରେସ+- ୩୮ ରୁ ୫୨ ସିଟ୍

ବିଜେପି- ୪ ରୁ ୭ ସିଟ୍

ଅନ୍ୟ- ୮ ରୁ ୧୪ ସିଟ୍ 

ଇଣ୍ଡିଆ ଟୁଡେ-ଏକ୍ସିସ୍ ମାଇ ଇଣ୍ଡିଆ ଏଗଜିଟ୍ ପୋଲ

ଟିଆରଏସ- ୭୯ ରୁ ୯୧ ସିଟ୍

କଂଗ୍ରେସ+- ୨୧ ରୁ ୩୩ ସିଟ୍

ତେଲଙ୍ଗାନା ବିଷୟରେ ଆସିଥିବା ସବୁ ଏଗଜିଟ୍ ପୋଲ

ଟିଆରଏସ- ୭୬

କଂଗ୍ରେସ- ୩୨

ବିଜେପି-୦୪

ଅନ୍ୟ- ୦୭ 

Subscribe

National International State Sports Entertainment