Home >
ପଡୋଶୀ ଦେଶକୁ ଛଡ଼ାଇ ନେଲା ଚୀନ, ଏବେ ଭାରତ ଓ ଜାପାନ ସହ ସଂପର୍କ ବଢାଉଛି ତାଇଓ୍ଵାନ
Khabar Odisha:taiwan-coming-close-to-india-and-japan-after-china-snatches-allies
ନୂଆଦିଲ୍ଲୀ, ସେପ୍ଟେମ୍ବର୧୪(ଖବର ଓଡ଼ିଶା):

ତାଇଓ୍ଵାନକୁ ନିଜ ଦେଶରେ ସାମିଲ କରିବାକୁ ଇଚ୍ଛା ରଖିଥିବା ଚୀନ ଏବେ ନୂତନ ରଣନୀତି ଆପଣେଇଛି। ନୂତନ ରଣନୀତି ମୁତାବକ ଚୀନ ଏବେ ତାଇଓ୍ଵାନକୁ ଦୁନିଆରେ ଏକ ଘରିଆ କରିବାକୁ ପ୍ରୟାସ କରୁଛି। ମାତ୍ର ତାଇଓ୍ଵାନ ଚୀନର ଏହି ଉଦ୍ଦେଶ୍ୟ  ଜାଣିପାରି  ଏସିଆର ଶକ୍ତିଶାଳୀ ଦେଶଙ୍କ ସହ ମଜବୁତ ସମ୍ବନ୍ଧ ସ୍ଥାପନ କରିବା ଉପରେ ଜୋର ଦେଇଛି। ଏହି କ୍ରମରେ ତାଇଓ୍ଵାନ ଭାରତ ଓ ଜାପାନ ସହିତ ଅଷ୍ଟ୍ରେଲିଆ ଓ ସିଙ୍ଗାପୁର ଉପରେ ମଧ୍ୟ ନଜର ରଖିଛି। 

ଏଠାରେ କହି ରଖୁଛୁ ଯେ ଗତ କିଛି ସମୟ ମଧ୍ୟରେ ଚୀନ ତାଇଓ୍ଵାନର ଅନେକ ପଡୋଶୀ ଦେଶକୁ ଆର୍ଥିକ ଲୋଭ ଦେଖାଇ ନିଜ ଆଡକୁ ଟାଣିବାରେ ସଫଳ ହୋଇଛି। କେବଳ ଏତିକି ନୁହେଁ ଚୀନ ତାଇଓ୍ଵାନର ଆଖପାଖ ଅଞ୍ଚଳରେ ନିଜର ସାମରିକ ଗତିବିଧିକୁ ବଢାଇ ଦେଇଛି।  ଚୀନ ଗତ ମାସରେ  ଲାଟିନ ଆମେରିକା ଦେଶ ଅଲ-ସଲଭାଡୋରକୁ ନିଜ ସପକ୍ଷରେ ଆଣିବାରେ ସଫଳ ହୋଇଥିଲା। ଏହା ପୂର୍ବରୁ ମେ ମାସରେ କାରିବିଆଇ ଦେଶ ଡୋମନିକନ ଗଣରାଜ୍ୟ ଓ ପାନାମା ତାଇଓ୍ଵାନ ସହ ସଂପର୍କ ତୁଟାଇ ଚୀନ ସହିତ ନୂତନ ବନ୍ଧୁତା ସ୍ଥାପନ କରିଛନ୍ତି। ବର୍ତ୍ତମାନ ତାଇଓ୍ଵାନ କେବଳ ୧୭ ଦେଶ ସହିତ ରାଜନୈତିକ ସଂପର୍କ ରହିଛି। ସେଥି ମଧ୍ୟରୁ ୬ଟି ଛୋଟ ଦ୍ଵୀପ ରହିଛି। ଏହି ପରିଦୃଶ୍ୟକୁ ଦୃଷ୍ଟିରେ ରଖି ତାଇଓ୍ଵାନ ଏବେ ଭାରତ ଓ ଜାପାନ ସହିତ ସଂପର୍କ ସ୍ଥାପନ କରିବାକୁ ଆଗେଇ ଆସିଛି।

ଏସିଆର ଶକ୍ତିଶାଳୀ ଦେଶ ସହିତ ସଂପର୍କ ମଜବୁତ କରିବା ନେଇ ତାଇଓ୍ଵାନର ଜଣେ ଅଧିକାରୀ କହିଛନ୍ତି ଯେ ତାଇଓ୍ଵାନ ନିଜର ପୁରୁଣା ସାଥୀଙ୍କୁ ଏକଜୁଟ ରଖିବାରେ ବିଫଳ ହୋଇଛି। ଏହି କାରଣରୁ ଏସିଆର ବଡ଼ ବଡ଼ ଶକ୍ତିଙ୍କ ସହ ରଣନୀତି ସମ୍ବନ୍ଧ ମଜବୁତ କରିବା ଉପରେ ଏବେ ଜୋର ଦିଆଯାଉଛି।

ଏହା ମଧ୍ୟରେ ତାଇଓ୍ଵାନ ଭାରତ ସହିତ ସଂପର୍କ ମଜବୁତ କରିବା ଉପରେ ଜୋର ଦେଇଛି। ଖବର ମୁତାବକ ଭାରତୀୟ ମିଲିଟାରୀ ଅଫିସର ମଧ୍ୟ ସରକାରୀ ପାସପୋର୍ଟ ପରିବର୍ତ୍ତେ ସାଧାରଣ ପାସପୋର୍ଟରେ ତାଇପେ ଯିବା ଆସିବା କରୁଛନ୍ତି। ଭାରତ ମଧ୍ୟ ଆଶା ରଖିଛି ଯେ ତାଇଓ୍ଵାନ ଆମକୁ ଚୀନର ଗତିବିଧି, ତାର ସେନାର ଉପସ୍ଥିତି କେଉଁଠି କେଉଁଠି ରହିଛି ଏବଂ ଚୀନର ଅସ୍ତ୍ରଶସ୍ତ୍ର ବିଷୟରେ ସୂଚନା ଦେଇ ପାରିବ। ଅନ୍ୟ ପଟେ ତାଇଓ୍ଵାନ ଅଧିକାରୀମାନେ ନିଜର ଯୁଦ୍ଧ ଜାହାଜ କାର‌୍ୟ୍ୟକ୍ରମରେ ଜାପାନର ବିଶେଷଜ୍ଞଙ୍କୁ ମଧ୍ୟ ସାମିଲ କରିଛି। 

ଏହା ପୂର୍ବରୁ ସିଙ୍ଗାପୁର ତାଇଓ୍ଵାନକୁ ଇସାରାରେ କହି ସାରିଛି ଯେ ତାଙ୍କ କ୍ଷେତ୍ରରେ ନିଜର ସେନାକୁ ମୁତୟନ କରିବାକୁ ଚାହୁଁଛି। ଚୀନର ଅସନ୍ତୋଷ ପରେ ମଧ୍ୟ ଏସବୁ କରିବାକୁ ସିଙ୍ଗାପୁର ପ୍ରସ୍ତୁତ ରହିଥିବା କୁହାଯାଇଛି। ଅନ୍ୟ ପଟେ ଅଷ୍ଟ୍ରେଲିଆ ଯାହାର ଆମେରିକା ସହିତ ଘନିଷ୍ଠ ସଂପର୍କ ରହିଛି ସେ ଏହି ମାମଲାରେ ଏ ପର‌୍ୟ୍ୟନ୍ତ କୌଣସି ମନ୍ତବ୍ୟ ଦେଇ ନାହାନ୍ତି। ତଥାପି ଅଷ୍ଟ୍ରେଲିଆ ତାଇଓ୍ଵାନ ସପକ୍ଷରେ ଆସିବାର ସଙ୍କେତ ଦେଇଛି।  

  • Tags:

Subscribe

National International State Sports Entertainment