Home >
ଘଣ୍ଟା ପ୍ରତି ୧୬୦ କିଲୋମିଟର ବେଗରେ ଦୌଡ଼ିବ ‘ମିନି ବୁଲେଟ ଟ୍ରେନ’ ଟି-୧୦
Khabar Odisha:t-20-train-a-engine-less-train-with-160-kmph-speed-to-be-out-in-june

ନୂଆଦିଲ୍ଲୀ, ନଭେମ୍ବର ୦୯ (ଖବର ଓଡ଼ିଶା): ଭାରତୀୟ ରେଳବାଇ ବୁଲେଟ ଟ୍ରେନ ପର୍ବୂରୁ ସେମି ହାଇ-ସ୍ପିଡ (ମଧ୍ୟମ ଧରଣର ଦ୍ରୁତ ଗତି) ଟ୍ରେନ ଶୁଭାରମ୍ଭ କରିବାକୁ ଯୋଜନା କରୁଛି। ଏହି କ୍ରମରେ ନିକଟରେ ନେକ୍ସଟ ଜେନେରେସନ୍‌ ଟ୍ରେନ-୧୮ (ଟି-୧୮) ପରୀକ୍ଷା କରାଯାଇଥିଲା। ବିନା ଇଞ୍ଜିନରେ ଚାଲିଥିବା ଏହି ଟ୍ରେନ୍‌ ଚେନ୍ନାଇର ଇଣ୍ଟିଗ୍ରାଲ କୋଚ ଫେକ୍ଟ୍ରି (ଆଇସିଏଫ)ରେ ନିର୍ମାଣ କରାଯାଇଛି। ପରୀକ୍ଷା ପୂରା ହେବା ପରେ ଟ୍ରେନକୁ ଯାତ୍ରୀଙ୍କ ପାଇଁ ଡିସେମ୍ବର ୧୫ରୁ ଆରମ୍ଭ କରାଯାଇପାରେ। ଟି-୧୮ ଶତାବ୍ଦୀ ଟ୍ରେନ୍‌ର ସ୍ଥାନ ନେବ। ଭାରତୀୟ ରେଳବାଇ ପୁଣି ଥରେ ଇଞ୍ଜିନ ବିହୀନ ଟ୍ରେନ୍‌ ଟି-୨୦ ନିର୍ମାଣ କରୁଛି, ଯାହାକୁ ମିନି ବୁଲେଟ୍‌ ଟ୍ରେନ୍‌ କୁହାଯାଇ ପାରିବ। କୁହାଯାଉଛି ଯେ, ଏହି ଟ୍ରେନ୍‌ ରାଜଧାନୀ ଏକ୍ସପ୍ରେସ୍‌ର ସ୍ଥାନ ନେବ। 

ଟି-୧୮ ଭଳି ଟି-୨୦ ମଧ୍ୟ ଘଣ୍ଟାପ୍ରତି ୧୬୦ କିଲୋମିଟର ବେଗରେ ଦୌଡ଼ିବ। ରିପୋର୍ଟ ମୁତାବକ ବର୍ତ୍ତମାନ ସମୟରେ ଦିଲ୍ଲୀରୁ ହାଓଡା ଯାଉଥିବା ରାଜଧାନୀ ଏକ୍ସପ୍ରେସ ଯେତେ ସମୟ ନେଇଥାଏ, ଏହାର ତୁଳନାରେ ୩ ଘଣ୍ଟା ୩୫ ମିନିଟ କମ ସମୟ ନେବ। ଟି-୨୦କୁ ୨୦୨୦ରେ ଆରମ୍ଭ କରାଯିବାର ସମ୍ଭାବନ ରହୁଛି। ଟ୍ରେନ୍‌ରେ ୨୦ଟି କୋଚ ରହିବ। ପରୀକ୍ଷା ସମୟରେ ଏହାକୁ ଘଣ୍ଟା ପ୍ରତି ୧୭୬ କିଲୋମିଟର ବେଗରେ ଦୌଡ଼ାଯିବ। ଏହି ଟ୍ରେନ୍‌ ଦେଖିବାକୁ ମେଟ୍ରୋ ଟ୍ରେନ୍‌ ଭଳି ହେବ। ଟ୍ରେନ୍‌ର ଆଗ-ପଛରେ ଡ୍ରାଇଭର କ୍ୟାବିନ ରହିବ। ଏହା ଦ୍ୱାରା ଇଞ୍ଜିନକୁ ରିଭର୍ସ କରିବାରେ ସମୟ ବଞ୍ଚିଯିବ। 

 

  • Tags:

Subscribe

National International State Sports Entertainment