Home >
ସ୍ଵଚ୍ଛତା ରେକିଂ ୨୦୧୭: ପ୍ରଥମ ସ୍ଥାନରେ ସୋନିପତର ଏହି ୟୁନିର୍ଭସିଟି, ଟପ୍-୩ରେ ନାହିଁ ଦିଲ୍ଲୀର କୌଣସି ଶିକ୍ଷାନୁଷ୍ଠାନ
Khabar Odisha: swachhta-ranking-2017-universities-colleges-in-india

ନୂଆଦିଲ୍ଲୀ,ସେପ୍ଟେମ୍ବର୧୪(ଖବର ଓଡିଶା): ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପ୍ରଥମ ଥର ଦେଶର ୧୭୪ ଶିକ୍ଷାନୁଷ୍ଠାନର ସ୍ଵଚ୍ଛତା ମାନ୍ୟତା ଜାରି କରିଛି। ଏହି ମାନ୍ୟତାରେ ବିଶ୍ଵ ବିଦ୍ୟାଳୟ ସ୍ତରରେ ହରିୟାଣାର ସୋନିପତର ଓପି ଜିନ୍ଦଲ ଗ୍ଲୋବାଲ ୟୁନିର୍ଭସିଟି ପ୍ରଥମ ସ୍ଥାନରେ ରହିଛି। ଟପ-୩ରେ ଦିଲ୍ଲୀର କୌଣସି ଶିକ୍ଷାନୁଷ୍ଠାନ ନାହିଁ। ଦ୍ଵିତୀୟରେ ରହିଛି ଜୟପୁରର ମନିପାଲ ୟୁନିର୍ଭସିଟି ଓ ତୃତୀୟରେ ରହିଛି ପଞ୍ଜାବର ଚିତକାରା ୟୁନିର୍ଭସିଟି।
 
କଲେଜ ସ୍ତରରେ
କଲେଜ ସ୍ତରରେ ସ୍ଵଚ୍ଛତା ମାନ୍ୟତାରେ ତାମିଲନାଡୁର କୋଙ୍ଗୁ ଆର୍ଟ୍ସ ଏଣ୍ଡ  ସାଇନ୍ସ କଲେଜ ପ୍ରଥମ ସ୍ଥାନରେ ରହିଛି। ଦ୍ଵିତୀୟ ସ୍ଥାନରେ ରହିଛି ମହାରାଷ୍ଟ୍ରର ବିଦ୍ୟା ପ୍ରତିଷ୍ଠାନ ଆର୍ଟ୍ସ, କମର୍ସ ଓ ସାଇନ୍ସ କଲେଜ।
 
ଟେକ୍ନିକାଲ କଲେଜ ସ୍ତରରେ
ପ୍ରଥମ ସ୍ଥାନରେ ରହିଛି ତାମିଲନାଡୁ କୋଏମ୍ବାଟୁରୁର ଅମୃତା ବିଶ୍ଵ ବିଦ୍ୟାପୀଠମ। ଦ୍ଵିତୀୟରେ  କୋନେରୁ ଲକ୍ଷମେୟା ଏଜୁକେସନ ଫାଉଣ୍ଡେସନ, ଗୁଣ୍ଟରୁ।
 
ସରକାରୀ ଶିକ୍ଷାନୁଷ୍ଠାନ ସ୍ତରରେ
ସରକାରୀ ଶିକ୍ଷାନୁଷ୍ଠାନ ସ୍ତରରେ ପ୍ରଥମ ସ୍ଥାନରେ ରହିଛି ଉତ୍ତରାଖଣ୍ଡର ଜିବି ପନ୍ତ ୟୁନିର୍ଭସିଟି ଅଫ ଏଗ୍ରିକଲଚର ଏଣ୍ଡ ୟୁର୍ନିଭସିଟି, ପନ୍ତନଗର। ଦ୍ଵିତୀୟରେ ମଦୁରାଇ କାମରାଜ ୟୁନିର୍ଭସିଟି ଓ ତୃତୀୟରେ ରହିଛି ତାମିଲନାଡ଼ୁର ଅଲାଗପ୍ପା ୟୁନିର୍ଭସିଟି କଲେଜ। 

Subscribe

National International State Sports Entertainment