Home >
ସି ଭୋଟର ସର୍ଭେ: ମଧ୍ୟ ପ୍ରଦେଶ, ରାଜସ୍ଥାନରେ କଂଗ୍ରେସକୁ ବହୁମତର ଅନୁମାନ, ଛତିଶଗଡ଼ରେ ବିଜେପି ଆଗରେ
Khabar Odisha:survey-gives-thumping-majority-to-cong-in-rajasthan-simple-majority-in-mp
ନୂଆଦିଲ୍ଲୀ,ନଭେମ୍ବର୦୯(ଖବର ଓଡ଼ିଶା):

ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ସି-ଭୋଟରର ଏକ ଅପିନିଅଲ ପୋଲ ସାମ୍ନାକୁ ଆସିଛି। ଏହି ସର୍ଭେ ମୁତାବକ ରାଜସ୍ଥାନରେ ୧୪୫ ସିଟରେ ବିଜୟୀ ହୋଇ ସ୍ପଷ୍ଟ ବହୁମତ ସହିତ କଂଗ୍ରେସ କ୍ଷମତାସୀନ ହେବାର ଅନୁମାନ କରାଯାଇଛି। ଏହି ପରି ମଧ୍ୟପ୍ରଦେଶରେ ବି କଂଗ୍ରେସକୁ ବହୁମତ ମିଳିବା ନେଇ ସମ୍ଭାବନା ରହିଛି।  ସେଣ୍ଟର ଫର ଭୋଟିଂ ଓପନିୟନ ଆଣ୍ଡ ଟ୍ରେଣ୍ଡସ ଇନ ଇଲେକ୍ସନ ରିସର୍ଚ୍ଚ(ସି-ଭୋଟର) ନଭେମ୍ବରର ଦ୍ଵିତୀୟ  ସପ୍ତାହରେ ନିଜର ଏହି ସର୍ଭେ କରିଥିଲା। ସର୍ଭେ ଅନୁଯାୟୀ ତେଲେଙ୍ଗାନାରେ  କଂଗ୍ରେସ-ଟିଡିପି ୬୪ ସିଟ୍ ସହିତ ସ୍ପଷ୍ଟ ବହୁମତ ମିଳିବାର ସମ୍ଭାବନା ରହିଛି। ସେହି ପରି ଛତିଶଗଡ଼ରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବାର ଅନୁମାନ କରାଯାଇଛି। ଏହି ରାଜ୍ୟରେ  ବିଜେପି ସାମାନ୍ୟ ଆଗରେ ରହିବ ବୋଲି ଅନୁମାନ କରାଯାଇଛି।

ଛତିଶଗଡ଼, ମଧ୍ୟ ପ୍ରଦେଶ, ମିଜୋରାମ, ରାଜସ୍ଥାନ ଓ ତେଲଙ୍ଗାନାରେ ନଭେମ୍ବର ୧୨ ରୁ ଡିସେମ୍ବର ୭ ମଧ୍ୟରେ ମତଦାନ ହେବ। ମତଦାନ ଗଣନା ଡିସେମ୍ବର ୧୧ରେ ହେବ। 

ରାଜସ୍ଥାନ

ଏହି ସର୍ଭେରେ ବିଜେପିକୁ କେବଳ ୩୯.୭ ପ୍ରତିଶତ ଭୋଟ୍ ସହିତ ୪୫ ସିଟ୍ ମିଳିବାର ଅନୁମାନ କରାଯାଇଛି। ଅନ୍ୟ ପଟେ କଂଗ୍ରେସ ୪୭.୯ ପ୍ରତିଶତ ଭୋଟ୍ ସହିତ ୧୪୫ ସିଟରେ ବିଜୟୀ ହେବାର ସମ୍ଭାବନା ରହିଛି। ଏଠାରେ କଂଗ୍ରେସ ବହୁମତ ପାଇ ସରକାର ଗଠନ କରିବାର ପୂର୍ବାନୁମାନ କରାଯାଇଛି। ସି ଭୋଟର କହିଛି ଯେ ସିଏନଏକ୍ସର ପୋଲରେ ରାଜସ୍ଥାନରେ କଂଗ୍ରେସକୁ ୧୧୫ ସିଟ୍ ଓ ବିଜେପିକୁ ୭୫ ସିଟ୍ ମିଳିବାର ପୂର୍ବାନୁମାନ କରାଯାଇଛି। ଅନ୍ୟ ପଟେ ସିଏସଡିଏସ ସର୍ଭେରେ କଂଗ୍ରେସକୁ ୧୧୦ ସିଟ୍ ଓ  ବିଜେପିକୁ ୮୪ ସିଟ୍ ମିଳିବାର ସମ୍ଭାବନା ରହିଛି। 

ମଧ୍ୟ ପ୍ରଦେଶ

ମଧ୍ୟ ପ୍ରଦେଶରେ ସି ଭୋଟରର ସର୍ଭେରେ ବିଜେପିକୁ ୧୦୭ ସିଟ୍ ଜିତିବାର ପୂର୍ବାନୁମାନ କରାଯାଇଛି। ଅପରପକ୍ଷେ କଂଗ୍ରେସ ୧୧୬ ସିଟ୍ ସହିତ ବହୁମତ ପାଇବାର ସମ୍ଭାବନା ରହିଛି। ସି ଫୋରର ସର୍ଭେ ଅନୁଯାୟୀ ମଧ୍ୟ ପ୍ରଦେଶରେ ବିଜେପିକୁ ୧୨୨ ସିଟ୍ ଓ କଂଗ୍ରେସକୁ ୯୫ ସିଟ୍ ମିଳିବାର  ଅନୁମାନ କରାଯାଇଛି। ସିଏସଡିଏସରେ ବିଜେପି ୧୧୬ ଓ କଂଗ୍ରେସକୁ ୧୦୫ ସିଟ୍ ମିଳିବାର ପୂର୍ବାନୁମାନ କରାଯାଇଛି।

ଛତିଶଗଡ଼

ଛତିଶଗଡ଼ରେ ହୋଇଥିବା ସର୍ଭେ ଅନୁଯାୟୀ ଏଠାରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବାର ସମ୍ଭାବନା ରହିଛି। ଏଠାରେ କଂଗ୍ରେସକୁ ୪୧ ଓ ବିଜେପିକୁ ୪୩ ସିଟ୍ ମିଳିବାର ପୂର୍ବାନୁମାନ କରାଯାଉଛି। ସିଏନଏକ୍ସର ସର୍ଭେ ଅନୁଯାୟୀ ବିଜେପିକୁ ୫୦ ତ କଂଗ୍ରେସକୁ ୩୦ ଓ ଅନ୍ୟ ଆଞ୍ଚଳିକ ଦଳକୁ୧୦ ସିଟ୍ ମିଳିବାର ସମ୍ଭାବନା ରହିଛି। ସିଏସଡିଏସର ସର୍ଭେ ଅନୁସାରେ ବିଜେପିକୁ ୫୬ ଏବଂ କଂଗ୍ରେସକୁ ୨୫ ସିଟ୍ ମିଳିବାର ଅନୁମାନ କରାଯାଇଛି। 

Subscribe

National International State Sports Entertainment