Home >
ସର୍ଦ୍ଦାର ରାଜାସ୍‌ ମାମଲାର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ
Khabar Odisha:state-odisha-ed-will-investigate-sardar-rajas-medical-case
ଧର୍ମଗଡ, ଫେବ୍ରୁଆରୀ୧୨(ଖବର ଓଡିଶା)

 ବହୁ ଚର୍ଚ୍ଚିତ କଲାହାଣ୍ଡି ସର୍ଦ୍ଦାର ରାଜାସ୍‌ ମେଡିକାଲ କଲେଜ ମାମଲାର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ  । ଇଡି ଏବେ ଏହି ମାମଲାର ଛାନଭିନ କରିବ । ମେଡିକାଲ କଲେଜରେ ହୋଇଥିବା ଆର୍ଥିକ ଅନିୟମିତାର ତଦନ୍ତ କରିବ ଇଡି । ପୂର୍ବରୁ ମାମଲାର ମୁଖ୍ୟ ଅଭିଯୁକ୍ତ ମ୍ୟାନେଜିଂ ଟ୍ରଷ୍ଟି ଏ.ଜନସେଲ ରାଜାଙ୍କୁ ଗିରଫ କରିଥିଲା ଇଓଡବ୍ଲୁ । ଏ.ଜନସେଲଙ୍କୁ ତାମିଲନାଡୁର ନଗରକୋଏଲରୁ ଗିରଫ କରିଥିଲା ଇଓଡବ୍ଲୁ । 

ସେଲଭାମ ଏଜୁକେସନାଲ ଚାରିଟେବଲ ଟ୍ରଷ୍ଟର ମୁଖ୍ୟ ହେଉଛନ୍ତି ଜନସେଲ ରାଜା । 2013-14 ଏବଂ 2014-15 ଶିକ୍ଷା ବର୍ଷରେ ମେଡିକାଲ କଲେଜରେ ଏମବିବିଏସ ପାଠ୍ୟକ୍ରମ ପାଇଁ ଏମସିଆଇର ଅନୁମତି ମିଳିଥିଲା । ତେବେ କଲେଜରେ କୌଣସି ଭିତ୍ତି ଭୂମି ନଥିବା ଲୁଚାଇଥିଲେ କଲେଜ କର୍ତ୍ତୃପକ୍ଷ । ଏପରିକି ସେ ମିଥ୍ୟା କାଗଜ ପତ୍ର ଦେଇ ଏମସିଆଇ ଅଧିକାରୀଙ୍କୁ ଅନ୍ଧାରରେ ରଖିଥିଲେ । ଫଳରେ ତୃତୀୟ ବର୍ଷ ପାଠ୍ୟକ୍ରମ ପାଇଁ କଲେଜକୁ ଅନୁମତି ମିଳିନଥିଲା । ସେପଟେ ତୃତୀୟ ବର୍ଷର ଅନୁମତି ନମିଳିବା ନେଇ ଜାଣିବାପରେ ମଧ୍ୟ ସେ ପିଲାଙ୍କଠାରୁ ବିପୁଳ ଟଙ୍କା ନେଇଥିଲେ । ପରେ ସେ କଲେଜ ବନ୍ଦ କରିଦେବା ସହ ଅର୍ଥକୁ ମଧ୍ୟ ତୁଷାରପାତ କରିଥିବା ଅଭିଯୋଗ ହୋଇଥିଲା । ଏହାପରେ 124 ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ଘରରୁ ଚାଲିଯାଇଥିଲା । ଏହି ଘଟଣାକୁ ନେଇ ସେହି ସମୟରେ ସାରା ଦେଶରେ ହଟ୍ଟଚମଟ ସୃଷ୍ଟି ହୋଇଥିଲା ।  

Subscribe

National International State Sports Entertainment