Home >
ସଚିବାଳୟରେ ମକ୍‌ ପୋଲିଂ, ଆସନ୍ତାକାଲି ନିର୍ବାଚନୀ ପ୍ରସ୍ତୁତି ସମୀକ୍ଷା ପାଇଁ ଓଡ଼ିଶା ଆସିବ ସିଇସି ଟିମ୍‌
Khabar Odisha:state-odisha-eci-will-came-bbsr-tomorrow
ଭୁବନେଶ୍ୱର, ଫେବୃଆରୀ ୧୨(ଖବର ଓଡ଼ିଶା):

ସାଧାରଣ ନିର୍ବାଚନ ପାଇଁ ଆଉ କେଇଟା ଦିନ ବାକି ରହିଛି । ତେଣୁ ଏହା ପୂର୍ବରୁ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି ଜାରି ରହିଛି । ଆଜି ରାଜ୍ୟ ସଚିବାଳୟରେ ଇଭିଏମ୍‌ ଓ ଭିଭିପାଟ୍‌ ମେସିନ୍‌ରେ ମକ୍‌ ପୋଲିଂ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଅନ୍ୟ ପକ୍ଷରେ ରାଜ୍ୟରେ ନିର୍ବାଚନ ପ୍ରସ୍ତୁତି କେମିତି ଚାଲିଛି ତାର ତଦାରଖ କରିବାକୁ କେନ୍ଦ୍ରୀୟ ଟିମ୍‌ ଓଡ଼ିଶା ଆସୁଛନ୍ତି । ଏ ନେଇ ରାଜ୍ୟ ନିର୍ବାଚନ କମିଶନ ମୁଖ୍ୟ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି ।

ଆଜି ସଚିବାଳରେ ଇଭିଏମ୍‌ ଓ ଭିଭିପାଟ୍‌ ମେସିନ୍‌ରେ ମକ୍‌ ପୋଲିଂ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପ୍ରଶିକ୍ଷଣମୂଳକ ଅଭ୍ୟାସ ମତଦାନ କରିଛନ୍ତି ନିର୍ବାଚନ ମୁଖ୍ୟ ଅଧିକାରୀ । ଏହା ପରେ ଖୁବ ଶୀଘ୍ର ହାଇକୋର୍ଟ ବିଚାରପତି ଓ ସାମ୍ବାଦିକଙ୍କ ସାମ୍ନାରେ ମକ୍‌ ପୋଲିଂ କରାଯିବ ବୋଲି ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି । ଏହି ମକ୍‌ ପୋଲିଂରେ ମୁଖ୍ୟ ଶାସନ ସଚିବଙ୍କ ସହ ବହୁ ଅଧିକାରୀ ସାମିଲ ହୋଇଥିଲେ । ମକ୍ ପୋଲରେ ଇଭିଏମ୍ ଓ ଭିଭିପାଟ୍ ବ୍ୟବହାର ନେଇ ଅବଗତ କରାଯାଇଛି ।

ସେହିପରି ରାଜ୍ୟରେ ନିର୍ବାଚନୀ ପ୍ରସ୍ତୁତି କେମିତି ଚାଲିଛି ତାର ସମୀକ୍ଷା କରିବାକୁ ଜାତୀୟ ନିର୍ବାଚନ କମିଶନଙ୍କ ଟିମ୍‌ ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି । ଆସନ୍ତା ୧୪ ଓ ୧୫ ତାରିଖରେ ରାଜ୍ୟରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ । ଏହା ସହିତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । 

Subscribe

National International State Sports Entertainment