Home >
ତେଲେଙ୍ଗାନାରେ ଓଡିଆ ଶ୍ରମିକ ମୃତ
Khabar Odisha:state-odia-labour-died-in-telengana
ବାଲେଶ୍ୱର, ଜାନୁଆରୀ ୧୩(ଖବର ଓଡିଶା):

ପଡୋଶୀ ରାଜ୍ୟ ତେଲେଙ୍ଗାନାରେ କାମ କରୁଥିବା ବେଳେ ଜଣେ ଓଡିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ସେ ସେଠାରେ ଏକ ଘରୋଇ ଫ୍ରାକ୍ଟ୍ରିରେ କାମ କରୁଥିଲେ । 

ସୂଚନା ମୁତାବକ, ବାଲେଶ୍ୱର ନୀଳଗିରି ନରସିଂହପୁର ଗ୍ରାମରେ ରହୁଥିବା ମନୋରଂଜନ ମହାପାତ୍ର ତେଲେଙ୍ଗାନା କରିମ ନଗରରେ ଥିବା ଏକ ପ୍ରାକ୍ଟ୍ରିରେ କାମ କରୁଥିଲେ । ସେଠାରେ କାମ କରୁଥିବା ବେଳେ ତାଙ୍କର ମୃତୁା ଘଟିଥିଲା । ତେବେ ମୃତ୍ୟୁର କାରଣ ନେଇ କୌଣସୀ ସ୍ପଷ୍ଟ ସୂଚନା ମିଳି ପାରିନାହିଁ । ଆଜି ତାଙ୍କ ମୃତଦେହ ଗ୍ରାମରେ ଆସି ପହଁଚିଛି । ଫଳରେ ସେଠାରେ ଶୋକର ଛାୟା ଖେଳି ଯାଇଛି । 

Subscribe

National International State Sports Entertainment