Home >
ଶ୍ରୀଲଙ୍କା ରାଜନୈତିକ ସଙ୍କଟ: ସଂସଦ ଭଙ୍ଗ କଲେ ରାଷ୍ଟ୍ରପତି ସିରିସେନା, ମଧ୍ୟବର୍ତ୍ତୀ ନିର୍ବାଚନ ପଥ ପରିଷ୍କାର
Khabar Odisha:sri-lanka-president-sacks-parliament-after-power-struggle
କଲମ୍ବୋ,ନଭେମ୍ବର୦୯(ଖବର ଓଡ଼ିଶା):

ଶ୍ରୀଲଙ୍କାରେ ପ୍ରଧାନମନ୍ତ୍ରୀ ପଦକୁ ନେଇ ଦୁଇ ସପ୍ତାହ ଧରି ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ଶ୍ରୀଲଙ୍କାର ରାଷ୍ଟ୍ରପତି ମୈତ୍ରିପାଲ ସିରିସେନା ସଂସଦକୁ ଭଙ୍ଗ କରିଛନ୍ତି। ଶ୍ରୀଲଙ୍କା ସଂସଦରେ ପ୍ରଧାନମନ୍ତ୍ରୀ ପଦ ପାଇଁ ପର୍ଯ୍ୟାପ୍ତ ସଂଖ୍ୟା ବଳ ନହେବାରୁ ରାଷ୍ଟ୍ରପତି ସିରିସେନା ସଂସଦ ଭଙ୍ଗ କରିଥିବା ଜଣେ ମନ୍ତ୍ରୀ କହିଛନ୍ତି।

ରାଷ୍ଟ୍ରପତି ସିରିସେନା ଏକ ବିଜ୍ଞପ୍ତି ଉପରେ ହସ୍ତାକ୍ଷର କରି ୨୨୫ ସଦସ୍ୟ ବିଶିଷ୍ଟ ସଦନଙ୍କୁ ଭଙ୍ଗ କରିଛନ୍ତି। ଏହି ନିଷ୍ପତ୍ତି  ଶୁକ୍ରବାର ମଧ୍ୟ ରାତ୍ରରୁ ଲାଗୁ ହୋଇଯିବ। ଏହା ସହିତ ଶ୍ରୀଲଙ୍କାରେ ମଧ୍ୟବର୍ତ୍ତୀ ନିର୍ବାଚନର ପଥ ପରିଷ୍କାର ହୋଇଛି। ରାଜନୈତିକ ଗତିରୋଧ  କାରଣରୁ ଭାରତର ଦକ୍ଷିଣରେ ଥିବା ପଡୋଶୀ ଦେଶରେ ଦୁଇ ବର୍ଷ ପୂର୍ବରୁ ନିର୍ବାଚନ କରିବାକୁ ପଡ଼ିବ। 

ମନ୍ତ୍ରୀଙ୍କ ମୁତାବକ ଶ୍ରୀଲଙ୍କାରେ ଜାନୁଆରୀରେ ନିର୍ବାଚନ ହେବାର ସମ୍ଭାବନା ଥିବା କହିଛନ୍ତି। ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଙ୍ଘେଙ୍କୁ ବରଖାସ୍ତ କରି ରାଷ୍ଟ୍ରପତି ମୈତ୍ରିପାଲ ସିରିସେନା ପୂର୍ବତନ ରାଷ୍ଟ୍ରପତି ମହିନ୍ଦା ରାଜପକ୍ଷେଙ୍କୁ ନୂତନ ପ୍ରଧାନମନ୍ତ୍ରୀ ରୂପେ ନିଯୁକ୍ତ କରିଥିଲେ। ରାଷ୍ଟ୍ରପତିଙ୍କ ଏହି ଅସାମ୍ବିଧାନିକ ପଦକ୍ଷେପ ପରେ ଶ୍ରୀଲଙ୍କାରେ ରାଜନୈତିକ ସଙ୍କଟ ସୃଷ୍ଟି ହୋଇଥିଲା। ୨୨୫ ଆସନ ବିଶିଷ୍ଟ ଏହି ଦ୍ଵୀପ ଦେଶରେ ବହୁମତ ପାଇଁ ୧୧୩ ସିଟ୍ ଆବଶ୍ୟକ। 

Subscribe

National International State Sports Entertainment