Home >
ଆଜି ମହାପ୍ରଭୁଙ୍କ ଦିବା ପହୁଡ ନୀତି, ଅପରାହ୍ନ ୪ରୁ ସଂନ୍ଧ୍ୟା ୭ ଯାଏଁ ବନ୍ଦ ରହିବ ଦର୍ଶନ
Khabar Odisha:sri-jagannath-diba-pahuda-niti
ପୁରୀ, ନଭେମ୍ବର ୦୯(ଖବର ଓଡିଶା):

ମହାପ୍ରଭୁଙ୍କ ପହିଲି ଭୋଗ ନୀତି ଅବସରରେ ଆଜି ଦିନ ୪ଟାରୁ ସଂନ୍ଧ୍ୟା ୭ଟା ପର୍ୟ୍ୟନ୍ତ ଶ୍ରୀଜିଉମାନଙ୍କର ଦିବା ପହୁଡ ନୀତି ଅନୁଷ୍ଠିତ ହେବ । ଏହି ସମୟ ମଧ୍ୟରେ ଅର୍ଥାତ୍ ୩ଘଣ୍ଟା ଧରି ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଜଗମୋହନ ମରାମତି କାମ ବନ୍ଦ ରଖାଯିବା ସହ ଏହି ଦିବା ପହୁଡ ନୀତି କରାଯିବାନେଇ ସୂଚନା ମିଳିଛି। 

ଆଜି ରାତି ୨ରୁ ଦୁଆରଫିଟା ପରେ ଭିତରସୋଧ, ମଙ୍ଗଳଆଳତୀ, ଅବକାଶ, ସୂର୍ୟ୍ୟାପୂଜା ଆଦି ନୀତି ସମ୍ପନ୍ନ ହୋଇଥିଲା ଏହାପରେ ସକାଳ ୫ଟାରୁ ୬ଟା ମଧ୍ୟରେ ପହିଲି ଭୋଗ ନୀତି, ୬ଟା ୩୦ରୁ ୭ଟା ୩୦ମଧ୍ୟରେ ସକାଳ ଧୂପ, ୮ଟା ୧୫ରୁ ୯ଟା ୩୦ରେ ଭୋଗ ମଣ୍ଡପ ନୀତି ଦିନ ୧୦ଟାରେ ମଧ୍ୟାହ୍ନ ଧୂପ ଥିବା ବେଳେ ୧୦ଟା ୧୫ରେ ଦ୍ୱିତୀୟ ଭୋଗ ମଣ୍ଡପ ନୀତି ଅନୁଷ୍ଠିତ ହୋଇଛି। ଦିବା ପହୁଡ ଖୋଲିବା ପରେ ଅନ୍ୟାନ୍ୟ ନୀତି ଆରମ୍ଭ ହେବ।  କାର୍ତିକ ମାସରେ ଏହି ବିଶେଷ ନୀତି ସମ୍ପର୍ଣ୍ଣ ହୋଇଥାଏ । 

  • Tags:

Subscribe

National International State Sports Entertainment