Home >
୧୦ ହଜାର ରନ କ୍ଲବରେ ଧୋନୀ, ପଂଚମ ଭାରତୀୟ ଭାବେ ହାସଲ କଲେ ଏହି ଉପଲବ୍ଧି
Khabar Odisha:sports-odisha-cricket-dhoni-total-run-in-odi
ନୂଆଦିଲ୍ଲୀ, ଜାନୁଆରୀ ୧୩(ଖବର ଓଡିଶା):

ପଂଚମ ଭାରତୀୟ କ୍ରିକେଟର ଭାବେ ପୂର୍ବତନ ଅଧିନାୟକ ତଥା କ୍ୟାପଟେନ କୁଲ ଭାବେ ପରିଚିତ ମହେନ୍ଦ୍ର ସିଂ ଧୋନୀ ୧୦ହଜାର ରନ ପୂରଣ କରିଛନ୍ତି । ସେ ଗତକାଲି ଅଷ୍ଟ୍ରେଲିଆ ବିରୋଧରେ ଖେଳାଯାଇଥିବା ଦିନିକିଆ ସିରଜର ପ୍ରଥମ ମ୍ୟାଚରେ ଏହି ଉପଲବ୍ଧି ହାସଲ କରିଛନ୍ତି । 

ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଦିନିକିଆରେ ଧୋନୀଙ୍କ ମୋଟ ରନ ୯୯୯୯  ଥିଲା । ସେ କାଲିର ମ୍ୟାଚରେ ୫୧ରନର ପାଳି ଖେଳିବା ସମୟରେ ଏହି ରେକର୍ଡ ହାସଲ କରିଛନ୍ତି । ଧୋନୀ ୨୦୧୭ରେ ୧୦ହଜାର ରନର ମାଇଲଖୁଂଟ ଛୁଇଁ ସାରିଥିଲେ କିନ୍ତୁ ଏଥିରେ ଏସିଆ ଏକାଦଶ ତରଫରୁ ଆଫ୍ରିକା ଏକାଦଶ ବିରୋଧରେ ୧୭୪ ରନ ସାମିଲ ଥିଲା । 

ଗତକାଲି ସେ ଦେଶ ଦରଫରୁ ୧୦ହଜାର ରନର ମାଇଲଖୁଂଟ ଛୁଇଁଛନ୍ତି । ଧୋନୀଙ୍କ ପୂର୍ବରୁ ଭାରତୀୟ ବ୍ୟାଟସମ୍ୟାନ ଭାବେ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ରାହୁଲ ଡ୍ରାଭିଡ ଏବଂ ବିରାଟ କୋହଲ ଏହି ଉପଲବ୍ଧି ହାସଲ କରି ସାରିଛନ୍ତି । 

ଏମଏସଡି ଭାରତ ପକ୍ଷରୁ ୩୩୦ଟି ଦିନିକିଆ ଖେଳି ୪୯.୭୫ ଆଭରେଜରେ ୧୦,୦୫୦ ରନ ସଂଗ୍ରହ କରିଛନ୍ତି । ଯେଉଁଥିରେ ୯ଟି ଶତକ ଏବଂ ୬୭ଟି ଅର୍ଧଶତକ ସାମିଲ ରହିଛି ।

Subscribe

National International State Sports Entertainment