Home >
ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲ ନିଲମ୍ବିତ, ଯାଞ୍ଚ ହେବା ପର୍ଯ୍ୟନ୍ତ ଖେଳି ପାରିବେ ନାହିଁ କ୍ରିକେଟ୍
Khabar Odisha:sports-cricket-odisha-Hardik-Pandya-Lokesh-rahul-suspended
ନୂଆଦିଲ୍ଲୀ,ଜାନୁଆରୀ୧୧(ଖବର ଓଡ଼ିଶା):

ଟିଭି ସୋରେ ମହିଳାଙ୍କ ପ୍ରତି ଆଶାଳୀନ ମନ୍ତବ୍ୟ ଦେବା ହାର୍ଦ୍ଦିକ ପାଣ୍ଡ୍ୟା ଓ କେଏଲ ରାହୁଲଙ୍କୁ ମହଙ୍ଗା ପଡ଼ିଛି। ଉଭୟ ଖେଳାଳିଙ୍କୁ ଯାଞ୍ଚ ହେବା ପର୍ଯ୍ୟନ୍ତ ନିଲମ୍ବିତ  କରାଯାଇଛି। ଯାହା ଫଳରେ ଉଭୟ ଖେଳାଳି ଶନିବାରଠୁ ଆରମ୍ଭ ହେଉଥିବା ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଖେଳି ପାରିବେ ନାହିଁ। ଏହି ଦୁଇ ଖେଳାଳି କଫି ଓ୍ଵିଥ୍ କରଣ କାର୍ଯ୍ୟକ୍ରମରେ କରିଥିବା ଆଶାଳୀନ ମନ୍ତବ୍ୟ କାରଣରୁ ବିବାଦ ଘେରକୁ ଆସିଥିଲେ। ଏହା ପୂର୍ବରୁ ଆଜି ଦୁଇ ଖେଳାଳିଙ୍କୁ ସିଡନୀରେ ଶନିବାର ଖେଳାଯିବାକୁ ଥିବା ପ୍ରଥମ ଦିନିକିଆ ମ୍ୟାଚ୍ ପାଇଁ ମଧ୍ୟ ଦଳରେ ଚୟନ କରିନଥିଲେ। 

ପ୍ରଶାସକ ସମିତି(ସିଓଏ)ର ଅଧ୍ୟକ୍ଷ ବିନୋଦ ରାୟ ପିଟିଆଇକୁ କହିଛନ୍ତି ଯେ ପାଣ୍ଡ୍ୟା ଓ ରାହୁଲ ଉଭୟଙ୍କୁ ଯାଞ୍ଚ ଚାଲିଥିବା ପର୍ଯ୍ୟନ୍ତ କ୍ରିକେଟରୁ ବାସନ୍ଦ କରାଯାଉଛି। ବିସିସିଆଇ ସୂତ୍ର ମୁତାବକ ଏହି ଦୁଇ ଖେଳାଳିଙ୍କୁ ଔପଚାରିକ ଯାଞ୍ଚ ପୂରା ହେବା ପୂର୍ବରୁ ନୂତନ ଭାବେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବ। ବୋର୍ଡର ଅଧିକାରୀ କହିଛନ୍ତି ଯେ  ଏହାର ଯାଞ୍ଚ କିଏ କରିବ ତାହା ସ୍ପଷ୍ଟ କରାଯାଇ ନାହିଁ। ଏହି ଦୁଇ ଖେଳାଳିଙ୍କୁ ସେମାନେ ଦଳରେ ରଖିବାକୁ ଚାହୁଛନ୍ତି ନା ସ୍ଵଦେଶ ପଠାଇବାକୁ ଚାହୁଁଛନ୍ତି ଭାରତୀୟ ଦଳ ପ୍ରବନ୍ଧନ ଏହାର ନିଷ୍ପତ୍ତି ନେବେ। କିଛି ଲୋକଙ୍କ କହିବା କଥା ଦୁଇ ଖେଳାଳିଙ୍କୁ ଦଳରେ ରଖିବା ଉଚିତ୍ କାରଣ ସ୍ଵଦେଶରେ ସେମାନଙ୍କୁ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିପାରେ।  ମାତ୍ର ବିସିସିଆଇର ଅଧିକାଂଶ ଅଧିକାର ଏହାର ବିରୋଧରେ ଅଛନ୍ତି।

ଯଦି ଏହି ଦୁଇ ଖେଳାଳିଙ୍କୁ ସ୍ଵଦେଶ ଫେରାଇ ନିଆଯାଏ ତେବେ ତାଙ୍କ ଜାଗାରେ  ଋଷଭ ପନ୍ତ ଓ ମନୀଷ ପାଣ୍ଡେଙ୍କୁ ଦଳରେ ସାମିଲ କରାଯାଇପାରେ। ଏହି ନିଷ୍ପତ୍ତି ସେହି ସମୟରେ ଆସିଛି ଯେବେ ସିଓଏରେ ବିନୋଦ ରାୟଙ୍କ ସାଥୀ ଡାଏନା ଇଡୁଲଜୀ ଦୁଇ ଖେଳାଳିଙ୍କ ଉପରେ ଆଗାମୀ କାର୍ଯ୍ୟାନୁଷ୍ଠାନ ପର୍ଯ୍ୟନ୍ତ ନିଲମ୍ବନ କରିବାକୁ ସୁପାରିଶ କରିଥିଲେ।  କାରଣ ମହିଳାଙ୍କ ଉପରେ ଦେଇଥିବା ବିବାଦୀୟ ଟିପ୍ପଣୀକୁ ବିସିସିଆଇ ଆଚାର ସଂହିତାର ଉଲ୍ଲଙ୍ଘନ ଘୋଷିତ କରିବାକୁ ମନା କରି ଦେଇଥିଲା। ଇଡୁଲଜୀ ପ୍ରାରମ୍ଭରେ ଦୁହିଙ୍କୁ ଦୁଇଟି ମ୍ୟାଚରୁ ନିଲମ୍ବନ କରିବାର ପ୍ରସ୍ତାବ ଦେଇଥିଲେ। 

ଉଲ୍ଲେଖଯୋଗ୍ୟ କଫି ଓ୍ଵିଥ କରଣ ସୋରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲ ନିଜ ଜୀବନ ସହିତ ଜଡ଼ିତ କିଛି ଘଟଣା ବିଷୟରେ ଉଲ୍ଲେଖ କରିଥିଲେ। ଏହି ସମମୟରେ ପାଣ୍ଡ୍ୟା ରିଲେସନସିପ, ଡେଟିଂ ଓ ମହିଳାଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଥିଲେ। ମହିଳାଙ୍କ ବିରୋଧରେ ଏମିତି ମନ୍ତବ୍ୟ ଶୁଣିବା ପରେ ପାଣ୍ଡ୍ୟାଙ୍କ ସହିତ ଉକ୍ତ ସୋରେ ଭାଗ ନେଇଥିବା ରାହୁଲଙ୍କୁ ମଧ୍ୟ ଚାରିଆଡୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଏବେ ଉଭୟ ଖେଳାଳି ଅଷ୍ଟ୍ରେଲିଆ ବିପକ୍ଷରେ ସିଡନୀରେ ଖେଳାଯାଉଥିବା ପ୍ରଥମ ଦିନିକିଆରୁ ବାସନ୍ଦ କରାଯାଇଛି।

Subscribe

National International State Sports Entertainment