Home >
ରାଜସ୍ଥାନ ବିଧାନସଭା ନିର୍ବାଚନ ଏଗଜିଟ୍ ପୋଲ-୨୦୧୮: ବିଜେପିକୁ ଜୋରଦାର ଝଟକା, କଂଗ୍ରେସକୁ ବହୁମତ
Khabar Odisha:rajasthan-election-exit-polls-2018-declared
ଜୟପୁର, ଡିସେମ୍ବର ୦୭(ଖବର ଓଡ଼ିଶା):

୨୦୧୯ ପୂର୍ବରୁ ପାଞ୍ଚଟି ରାଜ୍ୟର ନିର୍ବାଚନକୁ ସେମି ଫାଇନାଲ ରୂପେ ବିବେଚନା କରାଯାଉଛି। ଚଳିତ ବିଧାନସଭା ନିର୍ବାଚନରେ ବିଜେପିକୁ କଡ଼ା ଟକ୍କର ଦେଉଛି କଂଗ୍ରେସ। ମଧ୍ୟ ପ୍ରଦେଶରେ ବିଜେପି ଓ କଂଗ୍ରେସ ମଧ୍ୟରେ ତୀବ୍ର ପ୍ରତିଦ୍ଵନ୍ଦିତା ହେଉଥିବା ବେଳେ ରାଜସ୍ଥାନରେ ବିଜେପିକୁ ଜୋରଦାର ଝଟକା ଲାଗିବାକୁ ଯାଉଛି। ଏଠାରେ କଂଗ୍ରେସକୁ ବହୁମତ ମିଳୁଥିବା ବିଭିନ୍ନ ଏଗଜିଟ୍ ପୋଲରୁ ଜଣା ପଡୁଛି। 

ରାଜସ୍ଥାନରେ ଗତ ଶୁକ୍ରବାର ସମସ୍ତ ୨୦୦ ସିଟରେ  ମତଦାନ ପ୍ରକ୍ରିୟା ପୂରା ହୋଇଥିଲା। ଏଥର ୭୦ରୁ ଅଧିକ ପ୍ରତିଶତ ଲୋକ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି।  ରାଜସ୍ଥାନରେ ନିର୍ବାଚନ ମତଦାନ ପରେ ଆସିଥିବା ଟାଇମ୍ସ ନାଓ ଏଗଜିଟ୍ ପୋଲରେ ଏଥର  କଂଗ୍ରେସ ସରକାର ଗଠନ କରୁଥିବା ଦେଖାଯାଇଛି। ଏହା ବ୍ୟତୀତ ଅନ୍ୟ ସର୍ଭେରେ ମଧ୍ୟ ରାଜସ୍ଥାନରେ କଂଗ୍ରସକୁ ବହୁମତ ମିଳୁଥିବା ଦର୍ଶାଯାଇଛି। 

ଟାଇମ୍ସ ନାଓ ଏଗଜିଟ୍ ପୋଲ

ଟାଇମ୍ସ ନାଓ ଏଗଜିଟ୍ ପୋଲ ମୁତାବକ ଏଥର କଂଗ୍ରେସ ବହୁମତ ସହିତ କ୍ଷମତାକୁ ଫେରୁଥିବା ବେଳେ ବିଜେପିକୁ ଜୋରଦାର ଝଟକା ଲାଗିବାକୁ ଯାଉଛି।

ବିଜେପି- ୮୫

କଂଗ୍ରେସ- ୧୦୫

ଅନ୍ୟ- ୦୯

ଜନ କି ବାତ୍

ଜନ କି ବାତର ଏଗଜିଟ୍ ପୋଲ୍ ଅନୁଯାୟୀ ଉଭୟ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି। ଉଭୟ ଦଳକୁ ବହୁମତ ମିଳୁନଥିବା ଏହି ଏଗଜିଟ୍ ପୋଲରୁ ଜଣା ପଡୁଛି।

ବିଜେପି- ୯୩

କଂଗ୍ରେସ- ୯୧

ଟାଇମ୍ସ ନାଓ ସିଏନଏକ୍ସ ଏଗଜିଟ୍ ପୋଲ୍ 

ଟାଇମ୍ସ ନାଓ ସିଏନଏକ୍ସ ଏଗଜିଟ୍ ପୋଲ୍ ମୁତାବକ ଏଥର କଂଗ୍ରେସ ପାଖାପାଖି ୧୦୫ ସିଟରେ ବିଜୟୀ ହୋଇ ସରକାର ଗଠନ କରିବାର ଆଶା ରହିଛି। ଅନ୍ୟ ପଟେ ବିଜେପିକୁ ୮୫ ସିଟ୍ ମିଳିବାର ସମ୍ଭାବନା ରହିଛି।

ବିଜେପି- ୮୫

କଂଗ୍ରେସ- ୧୦୫

ଅନ୍ୟ- ୧୦

ଏକ୍ସିସ୍ ଇଣ୍ଡିଆ ଟୁଡେ

ବିଜେପି- ୬୫

କଂଗ୍ରେସ- ୧୨୯

ଅନ୍ୟ – ୫

ଏକ୍ସିସ ମାଇଁ ଇଣ୍ଡିଆ

କଂଗ୍ରେସ- ୧୧୯-୧୪୧

 ବିଜେପି- ୫୫-୭୨

ଏହି ରାଜ୍ୟରେ ପ୍ରତ୍ୟେକ ୫ ବର୍ଷରେ ସରକାର ପରିବର୍ତ୍ତନ ହେବାର ପରମ୍ପରା ରହି ଆସିଛି। ଏଠାରେ କେବେ କଂଗ୍ରେସ ତ କେବେ ବିଜେପି ନିର୍ବାଚନ ଜିତି କ୍ଷମତାକୁ ଆସିଥାନ୍ତି। 

ଏବେ କଣ ରହିଛି ରାଜ୍ୟର ସ୍ଥିତି

ବିଜେପି- ୧୬୩

କଂଗ୍ରେସ- ୨୧

ଅନ୍ୟ- ୧୬

Subscribe

National International State Sports Entertainment