Home >
‘ମୋଦୀଙ୍କ ଦେଶରେ ଇଭିଏମ୍ ପାଖରେ ରହିଛି ରହସ୍ୟମୟୀ ଶକ୍ତି’ : ରାହୁଲ ଗାନ୍ଧୀ
Khabar Odisha:rajasthan-assembly-election-2018-rahul-gandhi-question-over-evm
ନୂଆଦିଲ୍ଲୀ, ଡିସେମ୍ବର ୦୭ (ଖବର ଓଡିଶା) :

 ରାଜସ୍ଥାନ ବିଧାନସଭା ନିର୍ବାଚନରେ ଇଭିଏମ୍ ମେସିନ ଖରାପ ହେବା ମାମଲାରେ କଂଗ୍ରେସ ଅଧ୍ୟକ୍ଷ ରାହୁ ଗାନ୍ଧୀ ବିଜେପି ଉପରକୁ ଆକ୍ରମଣ କରିଛନ୍ତି । ସେ କହିଛନ୍ତି ଇଭିଏମରେ ଅଜବ କାମ ହେଉଛି । ସେଥିପାଇଁ ସେ କଂଗ୍ରେସ ନେତାମାନଙ୍କୁ ସାବଧାନ ରହିବା ପାଇଁ ଅପିଲ କରିିଛନ୍ତି । 

ଏହି ଘଟଣା ପରେ ରାହୁଲ ଟ୍ୱିଟ୍ କରି କହିଛନ୍ତି କି, କଂଗ୍ରେସ କାର୍ଯ୍ୟକର୍ତାମାନେ ଆଜି ପରଠାରୁ ସଚେତନ ରୁହନ୍ତୁ । ମଧ୍ୟପ୍ରଦେଶରେ ଇଭିଏମ୍ ଅଜବ ବ୍ୟବହାର କରିଛି । କେହି ଜଣେ ଏକ ବସ୍ ଚୋରାଇ ଦୁଇ ଦିନ ପର୍ଯ୍ୟନ୍ତ ନିଖୋଜ ହୋଇ ଯାଇଥିଲା । ସେହି ସମୟରେ ଆଉ କିଛି ଲୋକ ନିଖୋଜ ହୋଇ ହୋଟେଲରେ ମଦ ପିଉ ଥିବାର ଦେଖା ଯାଇଛି । ମୋଦୀଙ୍କ ଭାରତରେ ଇଭିଏମ୍ ମେସିନ୍ ପାଖରେ ରହସ୍ୟମୟୀ ଶକ୍ତି ରହିଛି । 

ସୂଚନାନୁଯାୟୀ, ରାଜସ୍ଥାନର ବହୁ ସ୍ଥାନରେ ଇଭିଏମ୍ ମେସିନ୍ ଖରାପ ହୋଇଥିଲା । ବିକାନୋରର ପୂର୍ବ ପୋଲିଙ୍ଗ ବୁଥ୍ ନମ୍ବର ୧୭୨ରେ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମେଘବାଲଙ୍କୁ ମଧ୍ୟ ଏଥିପାଇଁ ତିନି ଘଂଟା ଅପେକ୍ଷା କରିବାକୁ ପଡିଥିଲା । ଫଳରେ ରାହୁଲ ଗାନ୍ଧୀ ଏହି ପଦ୍ସ୍ିତିକୁ ଦେଖି ବିଜେପି ଉପରେ ଆକ୍ରମଣ କରିଛନ୍ତି ।  

Subscribe

National International State Sports Entertainment