Home >
ଜାଣନ୍ତୁ କଣ ଥିଲା ଗେଷ୍ଟ ହାଉସ କାଣ୍ଡ, ଯାହାକୁ ଭୁଲି ମାୟବତୀ ପୁଣି ଏସପି ସହ କଲେ ମେଣ୍ଟ
Khabar Odisha:politics-odisha-sp-bsp-learn-what-was-the-guest-house-scandal
ଉତ୍ତର ପ୍ରଦେଶ ଜାନୁଆରୀ ୧୨ (ଖବର ଓଡିଶା)

ଲୋକସଭା ନିର୍ବାଚନକୁ ନଜରରେ ରଖି ଉତ୍ତର ପ୍ରଦେଶର ଦୁଇ ଦଳ ମଧ୍ୟରେ ଥିବା ଦୀର୍ଘ ଦିନର ଶତ୍ରୁତା ଶେଷ ହୋଇଛି । ସାରା ଦେଶରେ  ଚାଲିଥିବା ମୋଦୀ ଲହରୀକୁ ଉତ୍ତର ପ୍ରଦେଶରେ ରୋକିବା ପାଇଁ ଏସପି ଓ ବିଏସପି ମଧ୍ୟରେ ମେଣ୍ଟ ହୋଇଛି । ଏନେଇ ଏସପି ଅଧ୍ୟକ୍ଷ ଅଖିଲେଶ ଯାଦବ ଓ ବିଏସପି ମୁଖ୍ୟ ମାୟାବତୀ ଆଜି ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ଦୁଇ ଦଳ ୩୮-୩୮ଟି ସିଟରେ ନିର୍ବାଚନ ଲଢିବେ ।

ଏହା ସାମ୍ବାଦିକ ସମ୍ମିଳନୀରେ ମାୟବାତୀ ଗେଷ୍ଟ ହାଉସ କାଣ୍ଡ ପ୍ରସଙ୍ଗ ଉଠାଇଛନ୍ତି । ସେ କହିଛନ୍ତି ଯେ ୧୯୯୩ ମସିହାରେ କାଶୀରାମ ଏବଂ ମୁଲାୟମ ସିଂହ ଯାଦବ ମେଣ୍ଟ କରି ନିର୍ବାଚନ ଲଢିଥିଲେ । କିନ୍ତୁ ଏହି ମେଣ୍ଟ ବେଶି ଦିନ ଚାଲିପାରିନଥିଲା । ଏବେ ସେହି ଗେଷ୍ଟ ହାଉସ କାଣ୍ଡକୁ ଭୁଲି ଏହି ପ୍ରକାର ମେଣ୍ଟ କରିବାର ଆବଶ୍ୟକତା ରହିଛି । 

ତେବେ କଣ ଥିଲା ଗେଷ୍ଟ ହାଉସ କାଣ୍ଡ ?

ସୂଚନାଯୋଗ୍ୟ, ବାବରୀ ମସଜିଦ ଘଟଣା ପରେ ୧୯୯୩  ରେ ମୁଲାୟମ ସିଂହ ଯାଦବ ଏବଂ ବିଏସପି ଅଧ୍ୟକ୍ଷ କାଶୀରାମ ବିଜେପିକୁ  ରୋକିବା ପାଇଁ ମେଣ୍ଟ କରିଥିଲେ ଯାହାକୁ କୋଲଙ୍କ ସମର୍ଥମ ମଧ୍ୟ ମିଳିଥିଲା । ମୁଲାୟମ ସିଂହଙ୍କ ନେତୃତ୍ୱରେ ମେଣ୍ଟ ସରକାର ହୋଇଥିଲା । କିନ୍ତୁ ବେଶି ଦିନ ଚାଲିପାରିନଥିଲା ଏହି ମେଣ୍ଟ ସରକାର । ଗୋଟିଏ ରାଲିରେ ମାୟାବତୀ ମେଣ୍ଟ ଭାଙ୍ଗିବା ନେଇ ହଠାତ ଘୋଷଣା କରିଥିଲେ ୨ ଜୁନ ୧୯୯୫ରେ ମାୟବତୀ ବିଧାୟକମାନଙ୍କ ସହ ଲକ୍ଷ୍ନୋର ମୀରାବାଇ ଗେଷ୍ଟ ହାଉସର ରୁମ ନମ୍ବର ୧ରେ ଥିଲେ । ହଠାତ ଏସପିର ନେତା ମାନେ ଗେଷ୍ଟ ହାଉସରେ ପସି ମାୟାବତୀଙ୍କ ସହ ଖରାପ ବ୍ୟବହାର କରିବା ସହ ଅପଶବ୍ଦ ବ୍ୟବହାର କରିଥିଲେ । ନିଜକୁ ବଞ୍ଚାଇବା ପାଇଁ ରୁମରେ ନିଜକୁ ବନ୍ଦ କରି ରଖିଥିଲେ ମାୟବାତୀ । ପ୍ରତ୍ୟେକଦର୍ଶୀଙ୍କ ସୂଚନା ଅନୁସାରେ ସେ କେବଳ ଠିଆ ହୋଇ ସିଗାରେଟ ପିଉଥିଲେ । ଏହା ପରେ ତତକାଳୀନ ମୁଲାୟମ ସିଂହଙ୍କ ସରକାରକୁ ବରଖାସ୍ତ କରାଯାଇଥିଲା । ମାୟାବତୀଙ୍କ ଜୀବନୀ ଉପରେ ଆଧାରିତ ବହି ବହନ ଜୀରେ ମଧ୍ୟ ଏହି କାଣ୍ଡ ବିଷୟରେ ଉଲ୍ଲେଖ ରହିଛି । ତେବେ ଏବର ମେଣ୍ଟ ସରକାର କେତେ ଦୂର ଚାଲୁଛି ତାହା ଦେଖିବାକୁ ବାକି ରହିଲା । 

Subscribe

National International State Sports Entertainment