Home >
ହକି ପାଇଁ ଟଙ୍କା ଅଛି ହେଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ନାହିଁ, ଭଦ୍ରକରେ ଗରୀବ ରୋଗୀ ହନ୍ତସନ୍ତ
Khabar Odisha:politics-odisha-bhadrak-biju-swasthya-kalyan-yojana
ଭଦ୍ରକ, ଜାନୁଆରୀ ୧୨(ଖବର ଓଡିଶା):

ବହୁ ଜାକଜମକରେ ରାଜ୍ୟ ସରକାର ଆରମ୍ଭ କରିଥିଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । କେନ୍ଦ୍ରର ଲୋକାଭିମୁଖୀ ଆୟୁଷ୍ମାନ ଯୋଜନାକୁ ଓଡିଶାରେ ଲାଗୁ ନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜସ୍ୱ ଯୋଜନା ଆରମ୍ଭ କରିଥିଲେ । ମୁଖ୍ୟ ଉଦ୍ଦେଶ୍ୟ ଥିଲା କଳେବଳେ କୌଶଳେ ଭୋଟ ହାତେଇବା । କିନ୍ତୁ ଏହା କିଛି ଜିଲ୍ଲାରେ ରାଜ୍ୟ ମୁଖିଆଙ୍କ ପାଇଁ ବୁମେରାଂ ପାଲଟିଥିବା ଲକ୍ଷ୍ୟ କରାଯାଉଛି । କହିବାକୁ ଗଲେ ଏହା ଏବେ ପ୍ରହସନରେ ପରିଣତ ହେବାରେ ଲାଗିଲାଣି । କେଉଁଠି ରାଜ୍ୟ ସରକାରଙ୍କ ଇଚ୍ଛା ଶକ୍ତିର ଅଭାବ ପାଇଁ ରୋଗୀ ପ୍ରାଇଭେଟ ନର୍ସିଂହୋମରେ ଏହାର ଫାଇଦା ପାଉ ନଥିବା ବେଳେ ଆଉ କେଉଁଠି ବୀମା କମ୍ପାନୀଙ୍କ ଉପରେ କୋଟି କୋଟି ଟଙ୍କା ବାକି ପଡିଛି ।

ଏହିଭଳି ଚିତ୍ର ସାମ୍ନାକୁ ଆସିଛି ଭଦ୍ରକ ଜିଲ୍ଲାରେ । କେତେକ ଘରୋଇ ନର୍ସିଂହୋମ  ସରକାରଙ୍କ ଦ୍ୱାରା ପଂଜିକୃତ ହୋଇଥିଲେ ସୁଧା ଏହି ସୁବିଧା ରୋଗୀଙ୍କୁ ଦେଉ ନାହାନ୍ତି । ଯୋଜନା ଆରମ୍ଭ ହେବାର ପ୍ରଥମ କିଛି ଦିନରେ ଜିଲ୍ଲାର ଘରୋଇ ମେଡିକାଲ ଗୁଡିକ ରୋଗୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସେବା ଯୋଗାଇ ଦେଉଥିଲେ । କିନ୍ତୁ ସେମାନଙ୍କୁ ବାମୀ କମ୍ପାନୀ ଅର୍ଥ ପଇଠ କରୁନାହାନ୍ତି । ଏହି ବକେୟା ଅର୍ଥରାଶି ପାଖାପାଖି ୪କୋଟି ଟଙ୍କାର ହେବ । ଏ ଦିଗରେ ରାଜ୍ୟ ସରକାର କିଛି ପଦକ୍ଷେପ ନେଉ ନାହାନ୍ତି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଭିନ୍ନ ନର୍ସିଂହୋମ ମାଲିକ ।  

ସରକାର, ବୀମା କମ୍ପାନୀ ଏବଂ ନର୍ସିଂହୋମ ମାଲିକଙ୍କ କନ୍ଦଳରେ ବଳି ପଡୁଛନ୍ତି ରୋଗୀ । ସେମାନେ ନାହିଁ ନଥିବା ଅସୁବିଧାରେ ହନ୍ତସନ୍ତ ହେୁଛନ୍ତି । ଗରୀବ ରୋରୀମାନେ ନିଜ ପକେଟରୁ ଅର୍ଥ ଖର୍ଚ୍ଚ କରି ଚିକିତ୍ସିତ ହେଉଛନ୍ତି । ଯାହା ସେମାନଙ୍କ ପାଇଁ ବୋଝ ଉପରେ ଲଳିତା ମାଡ ସଦୃଶ ହୋଇଯାଇଛି । 

ଗୋଟିଏ ପଟେ ରାଜ୍ୟ ସରକାର ହକି ଉଦଘାଟନୀ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ନିଜର ପ୍ରଚାର ପ୍ରସାର କରିଥିବା ବେଳେ ବିଭିନ୍ନ ଯୋଜନା ପାଇଁ ଅର୍ଥ ଖର୍ଚ୍ଚ କରିବାକୁ କୁଣ୍ଠାବୋଧ କରୁଛନ୍ତି । ଯାହାକୁ ନିନ୍ଦା କରିଛନ୍ତି ହିତାଧିକାରୀ । 

Subscribe

National International State Sports Entertainment