Home >
ୟୁପିରେ ୭୩ରୁ ୭୪ ହେବ, ୭୧ ନୁହେଁ- ଅମିତ ଶାହା
Khabar Odisha:politics-odisha-amit-saha-yogi-adityanath
ୟୁପି, ଜାନୁଆରୀ ୧୨(ଖବର ଓଡିଶା) :

ଉତରପ୍ରଦେଶରେ ଏସପି-ବିଏସପି ମହାମେଂଟ ହେବା ନେଇ ଏକ ପ୍ରକାର ସ୍ଥିର ହୋଇ ସାରିଥିବା ବେଳେ ଏହା ମଧ୍ୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏନେଇ ପ୍ରତିକ୍ରିୟା ରଖିଛନ୍ତି । ଆଗାମୀ ନିର୍ବାଚନରେ ଦଳ ଗତଥର ଭଳି ଆସନ ବିଜୟୀ ହେବ ବୋଲି ସେ କହିଛନ୍ତି । ଜାତୀୟ ପରିଷଦ ବୈଠକରେ ସେ କହିଛନ୍ତି ଯେ ଗତ ଥର ବିଜେପି ୭୩ଟି ଆସନରେ ବିଜୟ ଲାଭ କରିଥିଲା । ବର୍ତମାନ ଏହି ସଂଖ୍ୟ ୭୪ ହେବ । କେବେହେଲେ ଏହା ୭୧କୁ ଖସିବ ନାହିଁ । 

ଶାହା ଆହୁରି କହିଛନ୍ତି ଯେ, ବିଭିନ୍ନ ମୋଦୀ ବିରୋଧୀ ଶକ୍ତି ଏକଜୁଟ ହେଉଛନ୍ତି । ଯେଉଁମାନେ କେବେ ହେଲେ ଅନ୍ୟଜଣଙ୍କ ମୁହଁ ମଧ୍ୟ ଦେଖୁନଥିଲେ । ସେମାନଙ୍କ ପାଖରେ ନେତା, ନେତୃତ୍ୱ ଏବଂ ବିଚାରର ଅଭାବ ରହିଛି । ବିଧାନସଭାରେ ଦଳ ଏସପି, ବିଏସପି, କଂଗ୍ରେସ ସମସ୍ତଙ୍କୁ ପରାସ୍ତ କରିଛି । ଦଳ ନିଜ ଦମରେ ଉତରପ୍ରଦେଶରେ ୫୦ପ୍ରତିଶତ ଭୋଟ ହାସଲ କରିବା ପାଇଁ ଲକ୍ଷ୍ୟ ରଖିବ । କହିବାକୁ ଗଲେ ଏଠାରେ ବିଜେପି ସାମ୍ନାରେ କୌଣସୀ ହେଲେ ଚ୍ୟାଲେଂଜ ନାହିାଁ  

ବିଜେପି ଅଧ୍ୟକ୍ଷ ଆହୁରି କହିଛନ୍ତି କି, ଦଳ ପାଖରେ ନରେନ୍ଦ୍ର ମୋଦୀଙ୍କ ବଳି ବିଶ୍ୱର ମହାନ ନେତା ଅଛନ୍ତି । ଏଭଳି ନେତା ଯିଏ ଗରିବ, ଦଳିତ, ପଛୁଆ ବର୍ଗଙ୍କ ସହ ରହିଛନ୍ତି । ବର୍ତମାନ ଦେଶର ବିକାଶ ସାରା ବିଶ୍ୱକୁ ଚକିତ କରିଛି । ରାଜ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ରାଜ୍ୟକୁ ବିକଶିତ କରିବାରେ ଲାଗିଛନ୍ତି ।

Subscribe

National International State Sports Entertainment