Home >
ବିଭାଜନ ନୁହେଁ, ୨୪ ଘଣ୍ଟାରେ ସମାଧନ ହେଉ ରାମ ମନ୍ଦିର ପ୍ରସଙ୍ଗ:ଯୋଗୀ
Khabar Odisha:politics-odisha--24-Hours-Are-Sufficient-For-Solution-Says-Cm-Yogi-Over-Ayodhya-Issue
ଲକ୍ଷ୍ମୌ,ଫେବ୍ରୁଆରୀ୧୧(ଖବର ଓଡିଶା)

ଲୋକସଭା ନିର୍ବାଚନ ଯେତେ ଯେତେ ପାଖେଇ ଆସୁଛି ରାମ ମନ୍ଦିରକୁ ନେଇ ବୟାନବାଜି ମଧ୍ୟ ଅଧିକ ହେବାରେ ଲାଗିଛି । ଏବେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ପ୍ରସଙ୍ଗରେ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ହାଇକୋର୍ଟ ଯଦି କହିଛନ୍ତି ଯେଉଁଠାରେ ରାମ ଲାଲା ବିରଜମାନ କରିଛନ୍ତି, ସେଇଟା ହିଁ  ରାମ ଜନ୍ମଭୂମି । ଯୋଗୀ କହିଛନ୍ତି ଯେ ଯେବେ ଏହା ରାମ ଜନ୍ମ ଭୂମି ବୋଲି କୋର୍ଟ କହିସାରିଛନ୍ତି ତେବେ ଏହି ବିବାଦର ସମାଧାନ କରିବା ପାଇଁ 24ରୁ 25 ଘଣ୍ଟା ଲାଗିବା କଥା ନୁହେଁ । 

ୟୁପି ସିଏମ ସୋମବାର ବିଧାନସଭାରେ କହିଛନ୍ତି ଯେ ଆଲହାବାଦ ହାଇକୋର୍ଟ କହିଛନ୍ତି ଯେ ଯେଉଁଠାରେ ରାମ ଲଲା ବିରଜମାନ କରିଛନ୍ତି ସେଇଟା ହିଁ ରାମ ଜନ୍ମଭୂମି ତେବେ ଏଥିନେଇ ଥିବା ବିବାଦ ଶେଷ ହୋଇଯାଇଛି ବୋଲି ମୁଁ ଭାବୁଛି। ବିଭାଜନ ପାଇଁ ତ କିଛି ବି ବିବାଦ ନାହିଁ ବିବାଦ କେବଳ ଏହା ରାମ ଜନ୍ମ ଭୂମି କି ନାହିଁ ତା ଉପରେ । 

ଯୋଗୀ କହିଛନ୍ତି ଯେ ଯେତେବେଳେ ଏହା ସ୍ଥିର ହୋଇଯାଇଛି ତେବେ ମୋତେ ଲାଗୁଛି ଏହି ବିବାଦର ସମାଧାନ ପାଇଁ 24ରୁ 25 ଘଣ୍ଟା ଲାଗିବା କଥା ନୁହେଁ । ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ମଧ୍ୟ ଯୋଗୀ ଆଦିତ୍ୟନାଥ ଗୋଟିଏ ସାକ୍ଷାତକାରରେ କହିଥିଲେ ଯଦି ସୁପ୍ରିମକୋର୍ଟ ତାଙ୍କୁ ଏହି ମାମଲା ଦିଅନ୍ତି ତେବେ ସେ 24 ଘଣ୍ଟାରେ ଏହାର ସମାଧନ କରିଦେବେ ।

ଏଠାରେ ସୂଚନାଯୋଗ୍ୟ ଯେ ଯୋଗୀଙ୍କ ଏହି ବୟାନ ସେହି ସମୟରେ ଆସିଛି ଯେତେବେଳେ ସ୍ୱାମୀ ସ୍ୱରୁପାନନ୍ଦ ସରସ୍ୱତୀଙ୍କ ନେତୃତ୍ୱରେ ସନ୍ଥମାନେ ଘୋଷଣା କରିଥିଲେ ଯେ 17 ଫେବ୍ରୁଆରୀରେ ପ୍ରୟାଗରାଜରୁ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିବେ । ସନ୍ଥମାନଙ୍କ କହିବା କଥା 20 ତାରିଖରେ ଏକି ବିଶାଳ ସଭା ଆୟୋଜନ କରାଯିବା ଏବଂ 21 ତାରିଖରେ ରାମ ମନ୍ଦିର ଶିଳାନ୍ୟାସ ସେହି ଜାଗାରେ କରାଯିବ, ଯେଉଁଠାରେ ରାମ ଲଲା ବିରାଜମାନ କରିଛନ୍ତି ।  

  • Tags:

Subscribe

National International State Sports Entertainment