Home >
କ୍ରାଇମବ୍ରାଂଚ ଦାଖଲ କରିପାରିଲା ନାହିଁ ଚାର୍ଜସିଟ୍, ଘୁଂଚିଲା ପୋଲିସ-ଓକିଲ ବିବାଦର ଶୁଣାଣି
Khabar Odisha:police-advocate-tension-judgement-postponed
କଟକ, ନଭେମ୍ବର ୦୯(ଖବର ଓଡିଶା):

ଘୁଂଚିଲା ପୋଲିସ ଏବଂ ଆଇନଜୀବୀଙ୍କ ମଧ୍ୟରେ ଚାଲିଥିବା ବିବାଦର ଶୁଣାଣି । ହାଇକୋର୍ଟ ଏହାର ଶୁଶାଣିକୁ ଆସନ୍ତା ସୋମବାରକୁ ଘୁଂଚାଇଛନ୍ତି । କ୍ରାଇମବ୍ରାଂଚ ସମ୍ପୂର୍ଣ୍ଣ ଚାର୍ଜସିଟ୍ ଦାଖଲ କରିପାରି ନଥିବା ହେତୁ ଶୁଣାଣି ଘୁଂଚିଥିବା ସୂଚନା ମିଳିଛି ।

ସୂଚନା ମୁତାବକ, ଆଜି ହାଇକୋର୍ଟରେ ଆଇନଜୀବୀଙ୍କୁ ପୋଲିସର ମାଡ଼ ଅଭିଯୋଗ ମାମଲାର ଶୁଣାଣି ହୋଇଥିଲା। ପୂର୍ବରୁ ଉଚ୍ଚ ନ୍ୟାୟାଳୟ ନଭେମ୍ବର ୯ ତାରିଖ ଅର୍ଥାତ୍ ଆଜି ସୁଦ୍ଧା ଏହି ମାମଲାର ତଦନ୍ତ ସାରିବାକୁ ତଦନ୍ତକାରୀ ଟିମକୁ ନିର୍ଦ୍ଦେଶ ଦେଇଥିଲେ। ତେଣୁ ଆଜିର ଶୁଣାଣି ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା। କିନ୍ତୁ କୋର୍ଟ ଏହି ଶୁଣାଣିକୁ ଆସନ୍ତା ସୋମବାର ଯାଏଁ ଘୁଂଚାଇ ଦେଇଛନ୍ତି । କ୍ରାଇମବ୍ରାଂଚ ଆଇଜି ତଦନ୍ତ ସାରିବା ପାଇଁ କୋର୍ଟଙ୍କୁ ଆଉ ୬ ସପ୍ତାହର ମହଲତ ମାଗିଥିଲେ । ଏତେ ସମୟ ଦେବା ପାଇଁ କୋର୍ଟ୍ ସିଧାସଳଖ ଭାବେ ମନା କରିଥିଲେ । ଏପରି କି ପୋଲିସ କର୍ମଚାରୀଙ୍କ ଉପରୁ ନିଳମ୍ବନ ଉଠିବା ନେଇ ମଧ୍ୟ ମାନ୍ୟବର ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଅନ୍ୟପକ୍ଷେ କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ଆଇନଜୀବୀମାନେ ଆନ୍ଦୋଳନ ଜାରି ରଖିଛନ୍ତି।  

ସୂଚନାଯୋଗ୍ୟ କି, ହାଇକୋର୍ଟ ଘଟଣାର ତଦନ୍ତ କରି ତଦନ୍ତକାରୀ ଟିମ୍ ତଥା କ୍ରାଇମବ୍ରାଞ୍ଜ ଆଇଜି ଅରୁଣ ବ୍ରୋଥାଙ୍କୁ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। । ହାଇକୋର୍ଟର ଅବସ୍ଥାପିତ ବିଚାରପତି ଚିତ୍ତରଞ୍ଜନ ଦାସ ଦୈନନ୍ଦିନ ଭିତ୍ତିରେ ଏହି ମାମଲାର ଅନୁଧ୍ୟାନ କରିବା ନେଇ ପ୍ରକାଶ କରିଥିଲେ। ତେବେ ସେ ରିପୋର୍ଟରେ କାହାକୁ ଦାୟୀ କରୁଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ରହିଥିଲା। ଏତତବ୍ୟତୀତ ଶୁକ୍ରବାର ଅପରାହ୍ନରେ ହାଇକୋର୍ଟ ବାର୍ ଆସୋସିଏସନର ବୈଠକ ଅନୁଷ୍ଠିତ ହେବ। ବୈଠକରେ ପରବର୍ତ୍ତୀ କାର୍ୟ୍ୟପନ୍ଥା ନିର୍ଦ୍ଧାରଣ ଆଇନଜୀବୀମାନେ ସ୍ଥିର କରିବେ।  

Subscribe

National International State Sports Entertainment