Home >
ଆନ୍ଧ୍ର ଓ ରାଜସ୍ଥାନ ପରେ ମମତା ବାନାର୍ଜୀ ହ୍ରାସ କଲେ ତୈଳ ଦର
Khabar Odisha:petrol-diesel-price-cut-off-by-1-ruppee-per-litre-west-bengal-mamata-banerjee
କୋଲକାତା, ସେପ୍ଟେମ୍ବର୧୧(ଖବର ଓଡ଼ିଶା):

ପେଟ୍ରୋଲ-ଡିଜେଲର ଦର ବୃଦ୍ଧି ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟର ଲୋକଙ୍କୁ କିଛି ଆଶ୍ଵସ୍ତି ଦେଇଛନ୍ତି।  ମମତା ସରକାର ପେଟ୍ରୋଲ ଓ ଡିଜେଲ ଦରରେ ଲିଟର  ପିଛା ଏକ ଟଙ୍କା କମ କରିଛନ୍ତି। ତୈଳ ଦରର ଏହି ନୂତନ ମୂଲ୍ୟ ଆଜି ମଧ୍ୟ ରାତ୍ରରୁ ଲାଗୁ ହେବ। 

ମମତାଙ୍କ ପୂର୍ବରୁ ସୋମବାର ୨୧ ବିରୋଧୀ ଦଳ ପକ୍ଷରୁ ଭାରତ ବନ୍ଦ କରାଯାଇଥିଲା। ଏହି ବନ୍ଦ ସମୟରେ ଆନ୍ଧ୍ର ପ୍ରଦେଶର ଟିଡିପି ସରକାର ପେଟ୍ରୋଲ-ଡିଜେଲ ଉପରେ ଲାଗୁ ଭ୍ୟାଟ୍ ହ୍ରାସ କରି ଜନତାଙ୍କୁ ଆଶ୍ଵସ୍ତି ଦେଇଥିଲେ। ଆନ୍ଧ୍ର ପ୍ରଦେଶରେ ଭ୍ୟାଟ୍ ହ୍ରାସ ଦ୍ଵାରା ତୈଳ ଦର ଲିଟର ପିଛା ୨ ଟଙ୍କା ହ୍ରାସ ପାଇଛି। ଏଥିପାଇଁ ରାଜ୍ୟ ବିଧାନସଭାରେ ଏକ ପ୍ରସ୍ତାବ ପାରିତ କରାଯାଇଥିଲା।

ଅନ୍ୟ ପଟେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜସ୍ଥାନର ବସୁନ୍ଧରା ରାଜେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଉପରୁ ୪ ପ୍ରତିଶତ ଭ୍ୟାଟ୍ କମ କରିଛନ୍ତି। ସରକାରଙ୍କ ଏହି ପଦକ୍ଷେପରେ ଜନତାଙ୍କୁ ପେଟ୍ରୋଲ ଲିଟର ପିଛା ୨ ରୁ ୨.୫୦ ଟଙ୍କା କମ ଦରରେ ମିଳିବ। ଏହି ପରି କଂଗ୍ରେସ ଶାସିତ ପଞ୍ଜାବ ଓ କର୍ଣ୍ଣାଟକର ମେଣ୍ଟ ସରକାର ତୈଳ ଉପରୁ ଭ୍ୟାଟ୍ ହ୍ରାସ କରିବା ନେଇ ବିଚାର କରୁଛନ୍ତି। 

ଉଲ୍ଲେଖଯୋଗ୍ୟ ପେଟ୍ରୋଲ-ଡିଜେଲର ଆକାଶଛୁଆଁ  ଦର ଉପରେ ଲଗାମ ଲଗାଇବାରେ କେନ୍ଦ୍ର ସରକାର ବିଫଳ ହେବା ପରେ ଏବେ ରାଜ୍ୟ ସରକାରଙ୍କ ଉପରେ ଜନତାଙ୍କୁ ଆଶ୍ଵସ୍ତି ଦେବାର ଚାପ ପଡ଼ିଛି।  ଏବେ ରାଜ୍ୟ ସରକାର ଭ୍ୟାଟ୍ ଓ ବିକ୍ରୟ କର  କମ କରି ତୈଳ ଦର ହ୍ରାସ କରି ପାରନ୍ତି। 

  • Tags:

Subscribe

National International State Sports Entertainment