Home >
ବିଜୁ ଯୁବ ବାହିନୀକୁ ନିରଞ୍ଜନଙ୍କ ଟାର୍ଗେଟ୍ , କହିଲେ ସାଧାରଣ ଲୋକଙ୍କ ଟିକସ ରାଜନୈତିକ ଉଦ୍ଦେଶ୍ୟରେ ଖର୍ଚ୍ଚ ହେଉଛି
Khabar Odisha:pcc-chief-niranjan-targeted-biju-juva-bahini
ଭୁବନେଶ୍ୱର, ସେପ୍ଟେମ୍ବର ୧୪ (ଖବର ଓଡିଶା):

ସାଧାରଣ ଲୋକଙ୍କ ଟିକସକୁ ବିଜେଡି ରାଜନୈତିକ ଉଦ୍ଦେଶ୍ୟରେ ଖର୍ଚ୍ଚ କରୁଛି । ରାଜ୍ୟର ୪୦ ପ୍ରତିଶତ ଏସସି ଏସଟି ଯୁବକ ନିଯୁକ୍ତିରୁ ବଂଚିତ ହେଉଛନ୍ତି ।ଏଭଳି ଢଙ୍ଗରେ ରାଜ୍ୟ ସରକାର ତଥା ବିଜୁ ଜନତା ଦଳକୁ ଟାର୍ଗେଟ୍ କରିଛନ୍ତି ରାଜ୍ୟ ପିସିସ ସଭାପତି ନିରଞ୍ଜନ ପଟ୍ଟନାୟକ । ଏହା ସହ ବିଜୁ ଯୁବ ବାହିନୀକୁ ସେ କଡା ସମାଲୋଚନା କରିଛନ୍ତି ।

ନିରଞ୍ଜନ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ବିଜୁ ଯୁବ ବାହିନୀରେ ଏସସି ଏସଟିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ନାହିଁ । ଏ ବାବଦରେ ସରକାର ତିନି ବର୍ଷରେ ପ୍ରାୟ ୪୦୦ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ନିଷ୍ପତି ନେଇଛନ୍ତି । ଏହି ଚୁକ୍ତିଭିତିକ ନିଯୁକ୍ତି ସମ୍ବିଧାନର ଧାରା ୩୩୮କୁ ସମ୍ପୂର୍ଣ୍ଣ ଭାବେ ଉଲଙ୍ଘନ କରୁଛି । 

 ବିଜୁ ବାହିନୀ ଗଠନ ହେବା ପରଠୁ ସର୍ବଦା ବିବାଦ ଏବଂ ଚର୍ଚ୍ଚାରେ ରହି ଆସିଛି । ପୂର୍ବରୁ ଭାରତୀୟ ଜନତା ପାର୍ଟି ଏନେଇ ପ୍ରଶ୍ନ ଉଠାଇଥିବା ବେଳେ ବର୍ତମାନ ନିରଞ୍ଜନଙ୍କ ମନ୍ତବ୍ୟ ରାଜ୍ୟ ରାଜନୀତିକୁ ଉଷ୍ମ କରିଛି । 

ଦାମ ରାଉତଙ୍କ ବହିଷ୍କାରକୁ ନେଇ ପ୍ରତିକ୍ରିୟା

ବିଜେଡିର ପୂର୍ବତନ ନେତା ଦାମୋଦର ରାଉତଙ୍କ ବହିଷ୍କାରକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ନିରଞ୍ଜନ ପଟ୍ଟନାୟକ । ଏହାକୁ ସେ ବିଜେଡିର ଆଭ୍ୟନ୍ତରୀଣ ମାମଲା କହିବା ସହ ମୁଖ୍ୟମନ୍ତ୍ରୀଙ୍କ ଧାଡିକିଆ ଉତର ହାସ୍ୟାସ୍ପଦକୁ ତାତ୍ସଲ୍ୟ କରିଛନ୍ତି । ଚାରା ଏବଂ ସମବାୟ ଦୁର୍ନୀତିକୁ ବିଭାଗୀୟ ମନ୍ତ୍ରୀ ସ୍ୱୀକାର କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଏହାକୁ ହାସ୍ୟାସ୍ପଦ କହିବା ଦୁର୍ଭାଗ୍ୟଜନକ ବୋଲି ପିସିସି ସଭାପତି କହିଛନ୍ତି ।

  • Tags:

Subscribe

National International State Sports Entertainment