Home >
ସ୍ଵାଧୀନତା ଉତ୍ସବ ପାଳନ ପରେ ଅଗଷ୍ଟ ୧୮ରେ ପାକିସ୍ତାନର ମଙ୍ଗ ଧରିବେ ଇମ୍ରାନ ଖାନ
Khabar Odisha:pakistan-imran-khan-prime-minister-oath-taking-date-finalized-for-the-18th-of-august-
ଇସଲାମାବାଦ, ଅଗଷ୍ଟ୧୦(ଖବର ଓଡ଼ିଶା):

ପାକିସ୍ତାନ ତେହରିକ-ଇ-ଇନସାଫ(ପିଟିଆଇ)ର ଅଧ୍ୟକ୍ଷ ଇମ୍ରାନ ଖାନ ସ୍ଵାଧୀନତାର ଉତ୍ସବ ପାଳନ କରିବା ପରେ ଅଗଷ୍ଟ ୧୮ରେ ପ୍ରଧାନମନ୍ତ୍ରୀ ପଦର ଶପଥ ନେବେ। ଏହା ପୂର୍ବରୁ ପିଟିଆଇ ମୁଖ୍ୟ ଇମ୍ରାନ ପ୍ରଧାନମନ୍ତ୍ରୀ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଆଜି ଇସଲାମାବାଦରେ ଏକ ଘରୋଇ ହୋଟେଲରେ ପାର୍ଟିର ସଂସଦୀୟ ସମିତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। 

ଶୁକ୍ରବାର ପିଟିଆଇର ମୁଖପାତ୍ର ଫୈସଲ ଜାଭେଦ ଇମ୍ରାନ ଅଗଷ୍ଟ ୧୮ରେ ପ୍ରଧାନମନ୍ତ୍ରୀ ପଦର ଶପଥ ନେବେ ବୋଲି ଘୋଷଣା କରିଛନ୍ତି। ଶପଥ ସମାରୋହରେ କପିଲ ଦେବ ଓ ନବଜୋତ ସିଦ୍ଧୁ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବେ। 

ଉଲ୍ଲେଖଯୋଗ୍ୟ କ୍ରିକେଟରରୁ ନେତା ହୋଇଥିବା ୬୫ ବର୍ଷୀୟ ଇମ୍ରାନ ଖାନଙ୍କ ପାର୍ଟି ତେହରିକ-ଇ-ଇନସାଫ ଜୁଲାଇ ୨୫ରେ ହୋଇଥିବା ସାଧାରଣ ନିର୍ବାଚନରେ ସବୁଠୁ ବଡ଼ ପାର୍ଟି ରୂପେ ଆର୍ବିଭାବ ହୋଇଛି। ଏବେ ଇମ୍ରାନ ସହଯୋଗୀ ଦଳକୁ ନେଇ ସରକାର ଗଠନ କରିବାକୁ ଯାଉଛନ୍ତି। 

ଭାରତୀୟ ଉଚ୍ଚାୟୁକ୍ତ ଇମ୍ରାନଙ୍କୁ ଉପହାରରେ ଦେଲେ ବ୍ୟାଟ୍

ଅନ୍ୟ ପଟେ ଶୁକ୍ରବାର ଭାରତୀୟ ଉଚ୍ଚାୟୁକ୍ତ ଅଜବ ବିସାରିଆ ଇମ୍ରାନଙ୍କୁ ସାକ୍ଷାତ କରିଛନ୍ତି। ପିଟିଆଇ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ଶୁକ୍ରବାର ଭାରତୀୟ ଉଚ୍ଚାୟୁକ୍ତ ଇମ୍ରାନଙ୍କୁ ଭେଟିଛନ୍ତି। ଏହି ସମୟରେ ଖାନ କାଶ୍ମୀର ସମେତ ସବୁ ପ୍ରସଙ୍ଗରେ ଭାରତ ଓ ପାକିସ୍ତାନ ମଧ୍ୟରେ ଆଲୋଚନା ପୁଣି ଥରେ ଆରମ୍ଭ କରିବାର ଆବଶ୍ୟକତା ଉପରେ ଆଲୋଚନା କରିଛନ୍ତି। ଏହି ସମୟରେ ଭାରତୀୟ ଉଚ୍ଚାୟୁକ୍ତ ଇମ୍ରାନଙ୍କୁ ଉପହାରରେ ଏକ ବ୍ୟାଟ୍ ଦେଇଛନ୍ତି, ଯେଉଁଥିରେ ଭାରତୀୟ କ୍ରିକେଟ୍ ଦଳର ହସ୍ତାକ୍ଷର ରହିଛି। 

  • Tags:

Subscribe

National International State Sports Entertainment