Home >
ଜାମ୍ମୁ ଓ କାଶ୍ମୀର: ସେନା ଉପରେ ହମଲା, ମେଜର ସମେତ ଦୁଇ ଯବାନ ସହିଦ
Khabar Odisha:pakistan-army-bat-team-attacks-indian-army-in-nowshera-one-major-martyred-three-injured
ରାଜୌରୀ,ଜାନୁଆରୀ୧୧(ଖବର ଓଡ଼ିଶା):

ନିୟନ୍ତ୍ରଣ ରେଖା(ଏଲଓସି) ନିକଟସ୍ଥ ରାଜୌରୀ ନୌସେରା ସେକ୍ଟରରେ ଶୁକ୍ରବାର ସନ୍ଧ୍ୟାରେ ପାକିସ୍ତାନ ପକ୍ଷରୁ ଗୁଳିମାଡ଼ କରାଯାଇଛି। ସୂଚନାମୁତାବକ  ଏହି ଆକ୍ରମଣରେ ସେନାର ଜଣେ ମେଜର ସମେତ ଦୁଇ ଯବାନ ସହିଦ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ସୀମା ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଆତଙ୍କୀଙ୍କ ପକ୍ଷରୁ ଭୀଷଣ ଆଇଇଡି ବିସ୍ଫୋରଣ ହେବାରୁ ଏହି ଘଟଣା ଘଟିଛି।

କୁହାଯାଉଛି ଯେ ପାକିସ୍ତାନୀ ରେଞ୍ଜର୍ସର ବର୍ଡର ଆକ୍ସନ ଟିମ(ବିଏସଟି) ଏହି ଘଟଣା ଭିଆଇଛି।  ବାଟ୍ ଟିମ୍ ଦ୍ଵାରା 24 ଘଣ୍ଟାରେ ଏହା ଦ୍ଵିତୀୟ ହମଲା।  ହମଲା ବିଷୟରେ ବିସ୍ତୃତ ସୂଚନା ମିଳିପାରି ନାହିଁ।

ସୂଚନା ମୁତାବକ ରାଜୌରୀର ନୌସେରା ଜିଲ୍ଲାର ସୀମା ସ୍ଥିତ 2/1 ଜିଆର ବାଟାଲିୟମରେ ଏହି ଆଇଇଡି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ସୂତ୍ର ମୁତାବକ ଏହି ବିସ୍ଫୋରଣ ଆତଙ୍କବାଦୀଙ୍କ ଦ୍ଵାରା କରାଯାଇଛି। ଏହି ହମଲା ପରେ ସେନା ପୂରା ଇଲାକାକୁ ଘେରାବନ୍ଦୀ କରିଛନ୍ତି। ଅନ୍ୟ ପଟେ  ଜୈଶର ଆତଙ୍କବାଦୀ ଶୁକ୍ରବାର ସନ୍ଧ୍ୟାରେ ଲାଲ ଚୌକ ନିକଟ ସ୍ଥିତ ଏକ ସିନେମା ଘରେ ନିର୍ମିତ ସିଆରପିଏଫର ବଙ୍କର ଉପରେ ଗ୍ରେନେଡ ଆକ୍ରମଣ କରିଥିଲେ। ସୌଭାଗ୍ୟବଶତଃ ଏଥିରେ କାହାରି କିଛି କ୍ଷତି ଘଟିନାହିଁ। 

ଏହା ପୂର୍ବରୁ ମଙ୍ଗଳବାର ଜାମ୍ମୁ ଓ କାଶ୍ମୀରର ପୁଲଓ୍ଵାମାରେ ଭାରତୀୟ ସେନାର ଜଣେ ପେଟ୍ରୋଲିଂ ଦଳ ଉପରେ ଆତଙ୍କୀ ଆମ୍ବୁସ ଲଗାଇ ହମଲା କରିଥିଲେ। ଆକ୍ରମଣ ପରେ ଆତଙ୍କୀ  ଛପି ଯାଇଥିଲେ ଏବଂ ପରେ ସେନାର କାର୍ଯ୍ୟାନୁଷ୍ଠାନରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା। 

Subscribe

National International State Sports Entertainment