Home >
ସିବିଆଇ ବିବାଦ: “ଶୁଆକୁ ପଞ୍ଜୁରୀରେ ରଖା ଯାଇଛି” ବୋଲି କହିଲେ ସୁପ୍ରିମକୋର୍ଟର ପୂର୍ବତନ ଜଷ୍ଟିସ୍ ଆରଏମ ଲୋଢା
Khabar Odisha:odisha-natioanl-CBI-RAM-lodha-said-the-premier-investigating-agency-has-to-be-given-independence
ନୂଆଦିଲ୍ଲୀ, ଜାନୁଆରୀ ୧୨ (ଖବର ଓଡିଶା) :

 ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ କେନ୍ଦ୍ର ସରକାର ଫାୟାର ସର୍ଭିସ ପଦବୀକୁ ପରିବର୍ତନ କରିଥିଲେ । ଏହା ପରେ ସେ ଡିଜି ଫାୟାର ସର୍ଭିସର ଚାର୍ଜ ନେବାକୁ ମନା କରି ଚାକିରୀରୁ ଇସ୍ତଫା ଦେଇଥିଲେ । ସେ କହିଥିଲେ କି, ତାଙ୍କ ମାମଲାରେ ପ୍ରାକୃତିକ ନ୍ୟାୟକୁ ସମାପ୍ତ କରାଯାଇଛି । ଏବେ ଏହି ମାମଲାରେ ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ନ୍ୟାୟାଧୀଶ ଆରଏମ ଲୋଢା ଟିପ୍ପଣୀ କରିଛନ୍ତି । 

ଜଷ୍ଟିସ୍ ଲୋଢା ସିବିଆଇ ପାଇଁ ପିଞ୍ଜରାରେ କଏଦ ଶୁଆର ନାମ ଦେଇଛନ୍ତି । କାରଣ ସିବିଆଇ ସରକାରଙ୍କ ଇଚ୍ଛାର ଗୁଲାମ ରହିଛି । ସେ କହିଛନ୍ତି କି, ଶୁଆ ସେପର୍ଯ୍ୟନ୍ତ ଆକାଶରେ ଉଡି ପାରିବ ନାହିଁ ଯେପର୍ଯ୍ୟନ୍ତ ତାକୁ ଖୋଲା ଛଡାଯିବ ନାହିଁ । ଏବେ କିଛି କରିବା ପାଇଁ ସମୟ ଆସିଛି । ଏହା ସୁନିଶ୍ଚିତ ହେବା ଉଚିତ୍ ଯେ ସିବିଆଇ ଉଚ୍ଚ ସ୍ତରୀୟ ଯାଂଚ୍ ସଂସ୍ଥା । ଏଥିପାଇଁ କିଛି ନୀତି ନିୟମ ରହିଛି । ପ୍ରତ୍ୟେକ ସରକାର ସିବିଆଇର ବ୍ୟବହାର କରୁଛନ୍ତି । କିନ୍ତୁ ମୋତେ ଲାଗୁଛି ଏହି ମାମଲା ସିବିଆଇର ଅଧୀନ । ତେଣୁ କୋର୍ଟ ଜରିଆରେ କିମ୍ବା ଅନ୍ୟ କୌଣସି ଉପରେ ଏହାକୁ ସ୍ୱତନ୍ତ୍ରତା ସାବ୍ୟସ୍ତ କରାଯିବା ଉଚିତ୍ । 

ବର୍ମାଙ୍କ ବଦଳିକୁ ନେଇ ଲୋଢା କହିଛନ୍ତି କି, ସୁପ୍ରିମକୋର୍ଟ ଇଙ୍ଗିତ କରିଛନ୍ତି କି, ସମିତି ସହ ଚର୍ଚ୍ଚା କରାଯାଇ ନଥିଲା । କେନ୍ଦ୍ର ସରକାର ସିବିଆଇର ବ୍ୟବହାର କରିଛନ୍ତି । ଏବେ ସମୟ ଆସିଛି ଏହାକୁ ରାଜନୈତିକ କାର୍ଯ୍ୟକାରିଣୀ ଠାରୁ ଅଲଗା କରାଯିବା ଉଚିତ୍ । 

Subscribe

National International State Sports Entertainment