Home >
ଆଜି ବିଏସପି-ଏସପି ମେଂଟ ନେଇ ହେବ ଔପଚାରିକ ଘୋଷଣା, ୨୦୧୯ ପାଇଁ ପାଗ ଭିଡିବେ ଦୁଇ ଦଳ
Khabar Odisha:odisha-mayabati-akhilesh-yadab-alliance
ୟୁପି, ଜାନୁଆରୀ ୧୨(ଖବର ଓଡିଶା):

ୟୁପିରେ ସମାଜବାଦୀ ପାର୍ଟି-ବିଏସପିର ମହାମେଂଟ ନେଇ ଆଜି ଔପଚାରିକ ଭାବେ ଘୋଷଣା ହୋଇପାରେ  । ବିଏସପି ସୁପ୍ରିମୋ ମାୟାବତୀ ଏବଂ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଏଥିନିମନ୍ତେ ପାଗ ଭିଡି ସାରିଛନ୍ତି । ଏନେଇ ସପାର ରାଷ୍ଟ୍ରୀୟ ସଚିବ ରାଜେନ୍ଦ୍ର ଚୌଧୁରୀ ଏବଂ ବିଏସପି ମହାସଚିବ ଗଣମାଧ୍ୟମରେ ସୂଚନା ଦେବା ପରେ ଆଜି ମାୟାବତୀଙ୍କ ଜନ୍ମଦିନ ଅବସରରେ ଏହାର ଘୋଷଣା କରାଯିବ । 

ମହାମେଂଟର ସହେଯାଗୀ ଆରଏଲଡିର ପ୍ରମୁଖ ଅଜିତ ସିଂହ କହିଛନ୍ତି କି, ତାଙ୍କ ଦଳ ମହାମେଂଟରେ ସାମିଲ ଅଛି । କିନ୍ତୁ ଆସନକୁ ନେଇ ଏପର୍ୟ୍ୟେନ୍ତ କୋଣସି ଚର୍ଚ୍ଚା କରାଯାଇ ନାହିଁ । ବିଏସପି ତାଙ୍କୁ ତିନୋଟି ଆସନ ଦେବାକୁ ଚାହୁଁଛି । କିନ୍ତୁ ଆରଏଲଡି ଚାରୋଟି ଆସନ ଦାବି କରିଛି । ତେବେ ୟୁପିରେ ୮୦ଟି ଲୋକସଭା ଆସନ ରହିଛି । ଏବେ ଦୁଇ ଦଳର ରାଜନୈତିକ ମହାମେଂଟ ପରେ ବିଜେପି ପାଇଁ ଏହା ଚ୍ୟାଲେଞ୍ଜର ବିଷୟ । ଗତ ୨୦୧୪ ନିର୍ବାଚନରେ ଏନଡିଏ ଏହି ରାଜ୍ୟରେ ୭୩ଟି ଆସନ ଜିତି ଥିଲା । ଦୁଇ ଦଳ ୩୭-୩୭ ଆସନରୁ ଲଢିବେ ବୋଲି ସୂଚନା ମିଳିଛି । ତେବେ ରାୟବରେଲି ଏବଂ ଅମେଠି କଂଗ୍ରେସ ପାଇଁ ଛଡାଯିବ ବୋଲି ଜଣାପଡିଛି । 

ମାୟାବତୀ ଲକ୍ଷ୍ନୌରେ ପହଂଚିବା ପରେ ରାଜନୈତିକ ମାହୋଲ ସରଗରମ ହୋଇପଡିଛି । ଜାନୁଆରୀ ୨୦ରେ ସେ ଦଳର ପଦାଧିକାରୀଙ୍କ ସହ ଏକ ବୈଠକ ଡାକିଛନ୍ତି । ଏହା ପରେ ରାଜନୈତିକ ରଣନୀତିର ଖୁଲାସା ହେବ ବୋଲି ଅନୁମାନ କରାଯାଉଛି । ଏଥିରେ ବିଏସପିର ସମସ୍ତ ପ୍ରମୁଖ ନେତା ସାମିଲ ରହିବେ । 

ପ୍ରଦେଶରେ ସପା-ବିଏସପି ଠାରୁ ମିଳିଥିବା ଝଟକା ପରେ କଂଗ୍ରେସ ନିଜ ଦମରେ ଲୋକସଭା ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତି କରୁଛି । ଦଳ ପ୍ରଥମ ପର୍ୟ୍ୟା ୟରେ ଶକ୍ତିଶାଳୀ ଥିବା ଆସନ ଗୁଡିକ ଚିହ୍ନଟ କରିବ  ବୋଲି ଅନୁମାନ କରାଯାଉଛି । ଏଭଳି ୪୦-୪୫ଟି ଆସନରେ କଂଗ୍ରେସ ନିଜ ପ୍ରାର୍ଥୀଙ୍କୁ ଓହ୍ଲାଇବ । ତେବେ କଂଗ୍ରେସ ବହୁ ଛୋଟ ଛୋଟ ଦଳଙ୍କ ସହିତ ମେଂଟ କରିବ ବୋଲି ସୂଚନା ମିଳିଛି ।      

Subscribe

National International State Sports Entertainment