Home >
ସ୍ୱାମୀ ବିବେକାନନ୍ଦଙ୍କର ଏହି ୧୦ଟି କଥା ଦୂର କରିଦେବ ଆପଣଙ୍କର ସମସ୍ତ ଚିନ୍ତା
Khabar Odisha:odisha-education-10-gurumatras-of-swami-vivekananda
ଭୁବନେଶ୍ୱର, ଜାନୁଆରୀ ୧୨(ଖବର ଓଡିଶା):

ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ୧୮୬୩ ମସିହା ଜାନୁଆରୀ ୧୨ରେ ହୋଇଥିଲା। ବିବେକାନନ୍ଦଙ୍କୁ ଯୁବକମାନେ ଆଦର୍ଶ ମାନନ୍ତି, ଏଥିପାଇଁ  ତାଙ୍କ ଜନ୍ମ ଦିନକୁ ଯୁବ ଦିବସ ଭାବେ ପାଳନ କରାଯାଏ । ଆମେରିକାରେ ସମାନତା ଧର୍ମର ପ୍ରତିନିଧିତ୍ୱ କରିବା ଲୋକ ସ୍ୱାମୀ ବିବେକାନନ୍ଦଙ୍କର କୁହାଯାଇଥିବା ବର୍ଷ ପୁରୁଣା କଥାକୁ କହିଛନ୍ତି ଏହି ଗୁରୁମନ୍ତ୍ରକୁ ନିରାଶ ଥିବା ବ୍ୟକ୍ତି ପଢିଲେ ଜୀବନ ବଂଚିବାର ଏକ ନୂଆ ପ୍ରେରଣା ମିଳିଥାଏ । ବିବେକାନନ୍ଦଙ୍କର କୁହାଯାଇଥିବା କଥା ଗୁଡିକ ଉପରେ ଯଦି ଆପଣ ୨ମିନିଟ ବିଚାର କରିବେ ତେବେ ଜୀବନର ବହୁ ସମସ୍ୟା ର ସମାଧାନ ଆରାମରେ ହୋଇଯିବ ।

୧-        ଗୀତା ଅଧ୍ୟୟନ କରିବା ବଦଳରେ ଫୁଟବଲ ଖେଳି ସ୍ୱର୍ଗର ଅଧିକ ନିକଟତର ହୁଅନ୍ତୁ ।

୨-        ହୃଦୟ ଓ ମସ୍ତିଷ୍କ ମଧ୍ୟରୁ ସବୁବେଳେ ନିଜ ହୃଦୟର କଥା ଶୁଣନ୍ତୁ ।

୩-        ଗୋଟିଏ ସମୟରେ ଗୋଟିଏ କାମ କର, ନିଜ ଆତ୍ମା ସେହି କାମରେ ଲଗେଇଦିଅ ଓ ବାକି ସବୁ ଭୁଲିଯାଅ ।

୪-        କୌଣସି ସମସ୍ୟା ଯଦି ତୁମ ସାମ୍ନାରେ ନଆସେ ତେବେ ସୁନିଶ୍ଚିତ ହୋଇଯିବେ କି ତୁମେ ଭୁଲ ରାସ୍ତାରେ ଯାଉଛ ।

୫-        ଉଠ, ଜାଗ ଓ ଲକ୍ଷ ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ କାମ କରିଚାଲ ।

୬-        ଗୋଟିଏ ଲକ୍ଷ୍ୟ ରଖନ୍ତୁ । ସେହି ଲକ୍ଷ୍ୟକୁ ନିଜ ଜୀବନ ବନାନ୍ତୁ । ଏହା ବିଷୟରେ ଭାବନ୍ତୁ, ସ୍ୱପ୍ନ ଦେଖନ୍ତୁ, ସେହି ଲକ୍ଷ ସହ ବଞ୍ଚନ୍ତୁ । ଆପଣଙ୍କ ଲକ୍ଷ ନିଶ୍ଚିତ ରୂପରେ ପୂରଣ ହେବ ।

୭-        ନିଜକୁ ଦୁର୍ବଳ ଭାବିବା ସବୁଠାରୁ ବଡ ଭୁଲ ।

୮-        ସବୁଠୁ ବଡ ଧର୍ମ ହେଲା ନିଜ ସ୍ୱଭାବ ପ୍ରତି ସଚ୍ଚଟ ହେବା । ନିଜ ଉପରେ ଭରସା ରଖ ।

୯-        ଯେଉଁ ନିଆଁ ଆମକୁ ଗରମ ଦେଇଥାଏ, ତାହା ଅମକୁ ନଷ୍ଟ ମଧ୍ୟ ଦେଇପାରେ । ଏହା ନିଆଁର ଦୋଷ ନୁହେଁ ।

୧୦-     ମସ୍ତିଷ୍କର ଶକ୍ତି ସୂର‌୍ୟ୍ୟର କିରଣ ସହିତ ସମାନ ଅଟେ । ଯେବେ ଏହା କେନ୍ଦ୍ରୀତ ହୁଏ, ଚମକ ଉଠେ ।

Subscribe

National International State Sports Entertainment