Home >
ସାହାଯ୍ୟ କରିବା ବାହାନାରେ ଏଟିଏମ କାଉଣ୍ଟରରୁ ଲୁଟି ନେଲେ ଟଙ୍କା
Khabar Odisha:odisha-crime-national-atm-loot
ନୂଆଦିଲ୍ଲୀ, ଜାନୁଆରୀ ୧୨(ଖବର ଓଡିଶା):

ଏକ ପୋଲିସ କର୍ମଚାରୀଙ୍କ ଏଟିଏମ୍ କାର୍ଡକୁ ବଦଳାଇ ଲୁଟ କରିଥିବା ଏକ ବ୍ୟକ୍ତିକୁ ମୁନକ ଥାନା ପୋଲିସ ଗିରଫ କରି ମାମଲା ରୁଜୁ କରିଛି। ହାବିଲଦାର ବୁଟା ସିଂହଙ୍କ କହିବାନୁସାରେ ରବିନ୍ଦ୍ର ସିଂହ ପୋଲିସ ଥାନାରେ ବୟାନ ଦେଇଛନ୍ତି କି ସେ ଗତ ଜାନୁଆରୀ ୫ରେ ନିଜ ସ୍ତ୍ରୀର ଏଟିଏମ୍ କାର୍ଡକୁ ନେଇ ପି.ଏନ.ବି ମୁନକ ନିକଟରେ ଥିବା ଏଟିଏମ୍ ମେସିନରୁ ଟଙ୍କା କାଢିବାକୁ ଯାଇଥିଲେ । ସେଠାରେ ସେ ତାଙ୍କ ଏଟିଏମ୍ କାର୍ଡରୁ ୫ହଜାର ଟଙ୍କା କାଢିବାବେଳେ ଏଟିଏମରେ ଆଗରୁ ଉପସ୍ଥିତ ଥିବା ବ୍ୟକ୍ତି ତାଙ୍କୁ ସାହାଯ୍ୟ କରିବା ବାହାନାରେ ଏଟିଏମ୍ କାର୍ଡକୁ ବଦଳାଇ ଦେଇଥିଲା ।   

ରବିନ୍ଦ୍ର ସିଂହ ଜାନୁଆରୀ ୦୬ ରେ ଜାଣିବାକୁ ପାଇଥିଲେ କି ତାଙ୍କ ଏଟିଏମ୍ କାର୍ଡରୁ କେହି ଜଣେ ଅଜଣା ବ୍ୟକ୍ତି ଟଙ୍କା ଉଠାଉଛି । ଏହା ପରେ ସେ କ୍ୟାମେରା ଦେଖି ଜାଣିବାକୁ ପାଇଥିଲେ ଯେ ଗତକାଲି ଏଟିଏମରେ ତାଙ୍କ ପାଖରେ ଠିଆ ହେବା ବ୍ୟକ୍ତିଙ୍କୁ ଚିହ୍ନଟ କରି ପୋଲିସ ହେଫାଜତରେ ଦେଇଥିଲେ । ଅଭିଯୁକ୍ତଙ୍କ ନାମ ହେଲା ସୁରେନ୍ଦ୍ର କୁମାର । ପୋଲିସ ତଦନ୍ତ ଆରମ୍ଭ କରିଛି । 

Subscribe

National International State Sports Entertainment