Home >
କେନ୍ଦ୍ର ସରକାରଙ୍କୁ ଏନଜିଟିର ଝଟକା: ଦିଲ୍ଲୀ-ଏନସିଆରରେ ଗଡ଼ିବ ନାହିଁ ପୁରୁଣା ଗାଡ଼ି
Khabar Odisha: ngt-banned-old-diesel-petrol-vehicle-in-delhi-ncr-modi-government

ନୂଆଦିଲ୍ଲୀ,ସେପ୍ଟେମ୍ବର୧୪(ଖବର ଓଡିଶା): ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ଦିଲ୍ଲୀ-ଏନସିଆରେ ପେଟ୍ରୋଲ ଓ ଡିଜେଲରେ ଚାଳିତ ପୁରୁଣା ବାହାନ ଉପରେ ଲାଗିଥିବା ରୋକର ଆଦେଶକୁ ବଳବତ୍ତର ରଖିଛନ୍ତି। ଏନଜିଟିର ଏହି ଆଦେଶ ପରେ କେନ୍ଦ୍ର ସରକାରକୁ ବଡ଼ ଝଟକା ଲାଗିଛି। କେନ୍ଦ୍ର ସରକାର ନିଜର ଆଦେଶକୁ ପରିବର୍ତ୍ତନ କରିବାକୁ ଏନଜିଟିରେ ଅପିଲ କରିଥିଲେ। ମାତ୍ର ଏନଜିଟିର ଏହି ଆଦେଶ ପରେ ଏବେ ଦିଲ୍ଲୀ-ଏନସିଆରରେ ୧୦ ବର୍ଷର ପୁରୁଣା ଡିଜେଲ ଗାଡ଼ି ଏବଂ ୧୫ ବର୍ଷ ପୁରୁଣ ପେଟ୍ରୋଲ ଗାଡ଼ି ଉପରେ ରୋକ ଲଗାଯିବ।
 
କେନ୍ଦ୍ର ସରକାର ଏନଜିଟିର ଏହି ଆଦେଶକୁ ନେଇ ସୁପ୍ରିମକୋର୍ଟରେ ମଧ୍ୟ ଅପିଲ କରିଥିଲେ। ମାତ୍ର କୋର୍ଟ ଏହି ମାମଲାକୁ ଏନଜିଟିକୁ ହସ୍ତାନ୍ତର କରିଥିଲା। ଏନଜିଟି ୨୦୧୫ରେ ନିଜର ମଧ୍ୟବର୍ତ୍ତିକାଳୀନ ଆଦେଶରେ ଏହି ଧରଣର ଗାଡ଼ି ଉପରେ ରୋକ ଲଗାଇଥିଲେ। ଏନଜିଟିର ଆଦେଶ ପରେ ଦିଲ୍ଲୀରେ ପୁରୁଣା ଗାଡ଼ିର ପଞ୍ଜିକରଣ ଉପରେ ମଧ୍ୟ ରୋକ୍ ଲଗାଯାଇଥିଲା। ଏହା ପୂର୍ବରୁ ଏନଜିଟି ଅନେକ ଥର କେନ୍ଦ୍ର ସରକାରକୁ ତାଗିଦ କରିସାରିଛି। କିନ୍ତୁ ଏହାକୁ ନେଇ କେନ୍ଦ୍ର ନରମ ଆଭିମୁଖ୍ୟ ପୋଷଣ କରି ଆସୁଥିଲା।
 
ଏହା ପୂର୍ବରୁ ଏନଜିଟି ଗତ ଏକ ବର୍ଷ ମଧ୍ୟରେ ୧୦ ବର୍ଷର ପୁରୁଣା ଗାଡିକୁ ହଟାଇବାକୁ କେନ୍ଦ୍ରକୁ କହିଥିଲେ। ଏହା ସହ ଏନଜିଟି କଠୋର ଶବ୍ଦରେ କେନ୍ଦ୍ର ସରକାରଙ୍କୁ କହିଥିଲା ଯେ ଆପଣ କିଛି କରିନାହାନ୍ତି କି କିଛି କରିବାକୁ ମଧ୍ୟ ଚାହୁଁନାହାନ୍ତି। ପ୍ରକୃତ ସତ୍ୟ କଥା ଏହା ଯେ ସରକାରୀ ମେସିନାରୀ କାମ କରିବାକୁ ଚାହୁଁନାହାନ୍ତି। 

Subscribe

National International State Sports Entertainment