Home >
ନିର୍ବାଚନ ଅଧିକାରୀଙ୍କୁ ଟ୍ରାକ କରିବ ଆପ୍, ମତଦାନକୁ ଶୃଙ୍ଖଳିତ କରିବା ଲକ୍ଷ୍ୟ
Khabar Odisha:national-odisha-politics-now-app-will-track-electoral-officers
ନୂଆଦିଲ୍ଲୀ, ଜାନୁଆରୀ ୧୩(ଖବର ଓଡିଶା):

 ମତଦାନ ପୂର୍ବରୁ କିମ୍ବା ପରେ ଇଭିଏମ୍ ମେସିନ ସହ ଦୁର୍ନିୀତିକୁ ନେଇ ଆସୁଥିବା ଅଭିଯୋଗକୁ ଦୂର କରିବା ଛତିଶଗଡ ନିର୍ବାଚନ ଆୟୋଗ ଏକ ବଡ ଧରଣର ସଫଳତା ହାସଲ କରିଛନ୍ତି ।

ପୂର୍ବରୁ ବହୁତ ଶୁଣିବାକୁ ମିଳିଛି ଯେ ନିର୍ବାଚନ ଅଧିକାରୀମାନେ ଭୋଟ ପୂର୍ବରୁ ଇଭିଏମ୍ ମେସିନ ସହ ବିଭିନ୍ନ ନେତାମାନଙ୍କ ବାସଭବନ କିମ୍ବା ହୋଟେଲରେ ରୁହନ୍ତି । ଏହି ଅଭିଯୋଗକୁ ଦୂର କରିବା ପାଇଁ ଓ ଭେଦଭାବ ଯେପରି ନହୁଏ ତାହାକୁ ଦୃଷ୍ଟିରେ ରଖି ଏକ ଆପ୍ଲିକେସନ ପ୍ରସ୍ତୁତ କରାଯାଇଛି ।

ଚଳିତ ବର୍ଷ ହେବାକୁ ଯାଉଥିବା ସାଧରଣ ନିର୍ବାଚନ ପୂର୍ବରୁ ପ୍ରତ୍ୟେକ ରାଜ୍ୟର ନିର୍ବାଚନ ଆୟୋଗ ଅଧିକାରୀଙ୍କୁ  ବୈଠକରେ ଏହି ଆପ୍ ବିଷୟରେ କୁହାଯାଇଛି । ବୈଠକରେ ମଧ୍ୟପ୍ରଦେଶ ନିର୍ବାଚନ ଆୟୋଗ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି । ବୈଠକରେ ଉପସ୍ଥିତ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋଡା କହିଛନ୍ତି ଦେଶରେ ନିର୍ବାଚନ ଆୟୋଗ ଅପକ୍ଷପାତୀ ନିର୍ବାଚନ କରିବା ପାଇଁ ପ୍ରତିବଦ୍ଧ ଅଟନ୍ତି ।

Subscribe

National International State Sports Entertainment