Home >
ସ୍ୱଚ୍ଛ ଶକ୍ତି ୨୦୧୯ : ଦେଶକୁ ନ୍ୟାସନାଲ କ୍ୟାନସର ଇନଷ୍ଟିଚ୍ୟୁଟ ସମର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦୀ
Khabar Odisha:national-odisha-lok-sabha-election-2019-bjp-pm-modi-kurukshetra-rally
ଚଣ୍ଡିଗଡ, ଫେବୃଆରୀ ୧୨ (ଖବର ଓଡିଶା) :

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କୁଋକ୍ଷେତ୍ରରେ ରାକି କରିଛନ୍ତି । ସେଠାରୁ ସେ ଦେଶବାସୀଙ୍କୁ ସ୍ୱଚ୍ଛତାର ସନ୍ଦେଶ ଦେଇଛନ୍ତି । ଏହି ସମୟରେ ସେ ହରିୟାଣାକୁ ୬ଟି ଉପକାର ଦେଇଛନ୍ତି । ମୋଦୀ ବ୍ରହ୍ମ ସରୋବରର ପାଖାପାଖି ଥିବା ନିର୍ମାଣ ହୋଇଥିବା ସ୍ୱଚ୍ଛତା ଶକ୍ତି ସମ୍ମିଳନୀ ପେଣ୍ଡାଲରୁ ସ୍ୱଚ୍ଛତା ଅଭିଯାନ ସହ ଜଡିତ ୨୦ ହଜାର ମହିଳାଙ୍କୁ ସମ୍ମାନିତ କରିଛନ୍ତି । ସେଠାରେ ସେ ୨୭ଟି ରାଜ୍ୟର ନଗର ଆୟୁକ୍ତଙ୍କୁ ସ୍ୱଚ୍ଛତାର ଶପଥ ଦେଇଛନ୍ତି । 

ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଏହା ତାଙ୍କର ଦ୍ୱିତୀୟ ଗସ୍ତ । ସେ କାର୍ଯ୍ୟକ୍ରମ ସ୍ଥଳରେ ସ୍ୱଚ୍ଛତା ଉପରେ ଆଧାରିତ ଏକ ଏଗଜିଭିସନ ପରିଦର୍ଶନ କରିଛନ୍ତି । ଏହି ଅବସରରେ ହରିୟାଣାର କ୍ୟାବିନେଟ ମନ୍ତ୍ରୀ କବିତା ଜୈନ ଲୋକଙ୍କୁ ସମ୍ବୋନ୍ଧିତ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଉମା ଭାରତୀ ମଧ୍ୟ ସମ୍ବୋନ୍ଧନ କରିଛନ୍ତି । ମୋଦୀ ରିମୋର୍ଟ ସାହାଯ୍ୟରେ କୁଋକ୍ଷେତ୍ରରେ ନିର୍ମାଣ ହୋଇଥିବା ଦେଶର ପ୍ରଥମ ଆୟୁଷ ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସର ଶିଳାନ୍ୟାସ କରିଛନ୍ତି । ସେ ପାନିପଥରେ ନିର୍ମିତ ଯୁଦ୍ଧ ସ୍ମାରକ ଶିଳାନ୍ୟାସ କରିଛନ୍ତି । ସେ ପଂଚକୁଳାରେ ନିର୍ମିତ ଆୟୁଷ ପିଜି କଲେଜର ଶିଳାନ୍ୟାସ କରିଛନ୍ତି । 

କେବଳ ସେତିକି ନୟହେଁ ମୋଦୀ ଇଜରର ବାହାଦୂରଗଡରେ ନିର୍ମିତ ରାଷ୍ଟ୍ରୀୟ କ୍ୟାନସର ହସ୍ପିଟାଲର ଉଦଘାଟନ କରିଛନ୍ତି । ସେଠାରେ କ୍ୟାନସରରେ ପୀଡିତ ରୋଗୀଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗେଇ ଦିଆଯିବ । ପାଖାପାଖି ୨୦୩୫କୋଟି ଟଙ୍କାର ପସ୍ତୁତିରେ ଏହି ହସ୍ପିଟାଲରେ ସବୁଠୁ ବଡ ପ୍ରୋଜେକ୍ଟର କାମ ହୋଇଛି । ମୋଦୀ କହିଛନ୍ତି କ. ମୁଁ ଏକ ପ୍ରଦର୍ଶନୀର ଅବଲୋକନ କରିଛି । ଏଥିରେ ହøାଇଥିବା କଳାକାରୀ ନିଖୁଣ । ଆସନ୍ତା ସମୟରେ ପ୍ରତି ଘରେ ଏଭଳି ରଙ୍ଗ ବେରଙ୍ଗର କଳାକାରି ଦେଖିବାକୁ ମିଳିବ । ଏହି ମାଟିରେ ଆମେ ଯେଉଁ ଲକ୍ଷ୍ୟ ନିର୍ଦ୍ଧାରଣ କରିଥିଲୁ ତାହାକୁ ଆମେ ପୁରଣ କରିଛୁ । ମୁଁ ପ୍ରଧାନମନ୍ତ୍ରୀ ପାର୍ଥୀ ଭାବରେ ମନୋନୀତ ହେବା ପରେ ହରିୟାଣାରୁ ପ୍ରଥମେ ଆଶୀର୍ବାଦ ନେଇଥିଲୁ । ଆଜି ପୁଣି ଥରେ ଆଶୀର୍ବାଦ ନେବାକୁ ଆସିଛି । ଆୟୁଷ୍ମାନ ଭାରତ ଯୋଜନାର ପ୍ରଥମ ଲାଭାର୍ଥୀ ହେଉଛନ୍ତି ହରିୟାଣାବାସୀ । ହରିୟାଣା ଏଭଳି କନ୍ୟାଙ୍କୁ ଜନ୍ମ ଦେଇଛି ଯେଉଁମାନେ ଆଧୁନିକ ଟେକନିକକୁ ବ୍ୟବହାର କରିଛନ୍ତି । 

ଦେଶରେ କନ୍ୟା ବିନା ବିକାଶ ସମ୍ଭବ ନୁହେଁ । ମୋଦୀ ସରକାର ଝିଅ, ବୋହୂ ଏବଂ ମହିଳାଙ୍କ ପାଇଁ ବହୁ ବିକାଶ ଯୋଜନା ଆଣିଛନ୍ତି । ଝିଅମାନଙ୍କୁ ବଳାତ୍କାରୀଙ୍କୁ ଫାଶୀ ଦଣ୍ଡ ଦିଆଯାଉଛି । ଜନତାଙ୍କୁ ଯେଉଁ ଘର ଯୋଗେଇ ଦିଆଯାଉଛି ତାହା ମହିଳାଙ୍କ ନାମରେ କରାଯାଉଛି । ମୁଁ ଯେତେବେଳେ ପ୍ରଧାନମନ୍ତ୍ରୀ ହୋଇଥିଲି ସେତେବେଳେ ମୋତେ ଜଣା ପଡିଥିଲା କି ଏବେ ସୁଦ୍ଧା ଦେଶର ଝିଅ ବୋହୂ ବାହାରେ ଶୌଚ କରିବାକୁ ଯାଉଛନ୍ତି । ତେଣୁ ମାଗଣାରେ ଶୌଚାଳୟ ଯୋଗେଇ ଦିଆଗଲା । ଏହି ସମୟରେ ସେ କୁମ୍ଭ ମେଳା ବିଷୟରେ କହିଛନ୍ତି । ମୋଦୀ କହିଛନ୍ତି କି, କୁମ୍ଭ ମେଳାରେ ଦେଶର ଲକ୍ଷ ଲକ୍ଷ ସାଧୁ ସନ୍ଥ କୁମ୍ଭ ମେଳାରେ ପହଂଚିଛନ୍ତି । ସେଠାରେ ସ୍ୱଚ୍ଛତାର ଏଭଳି ବ୍ୟବସ୍ଥା କରାଯାଇଛି କି, ଏହା ଦେଶ ପାଇଁ ଏକ ଗୌରବର ବିଷୟ । କୁମ୍ଭରେ ଚାଲିଥିବା ସ୍ୱଚ୍ଛତା କାର୍ଯ୍ୟକ୍ରମ ବିଶ୍ୱରେ ଚର୍ଚ୍ଚା ହେଉଛି ।  

Subscribe

National International State Sports Entertainment