Home >
ଆଜି କୁଋକ୍ଷେତ୍ରରୁ ଦେଶବାସୀଙ୍କୁ ସ୍ୱଚ୍ଛତାର ସନ୍ଦେଶ ଦେବେ ନରେନ୍ଦ୍ର ମୋଦୀ
Khabar Odisha:national-odisha-lok-sabha-election-2019-bjp-pm-modi-kurukshetra-rally
ଚଣ୍ଡିଗଡ, ଫେବୃଆରୀ ୧୨ (ଖବର ଓଡିଶା) :

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୀତାର ମାଟି କୁଋକ୍ଷେତ୍ରରେ ଦେଶବାସୀଙ୍କୁ ସନ୍ଦେଶ ଦେବେ । ସେ ଏହି ସମୟରେ ହରିୟାଣାକୁ ବହୁ ବଡ ବଡ ପ୍ରକଳ୍ପର ଉପହାର ଦେବେ । ମୋଦୀ ଧର୍ମନଗରୀରେ ବିଶେଷ କରି ସ୍ୱଚ୍ଛତାର ସନ୍ଦେଶ ଦେବେ । ସେ ସ୍ୱଚ୍ଛତା ଅଭିଯାନ ସହ ଜଡିତ ୨୦ ହଜାର ମହିଳଙ୍କୁ ସ୍ୱଚ୍ଛତା ପାଇଁ ସମ୍ମାନିତ କରିବେ । 

ବ୍ରହ୍ମା ସରୋବର ନିକଟରେ ନିର୍ମାଣ ହୋଇଥିବା ସ୍ୱଚ୍ଛତା ଶକ୍ତି ସମ୍ମିଳନୀର ପେଣ୍ଡାଲରୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋନ୍ଧିତ କରିବେ । ଏହି ମଂଚରୁ ସେ ୬ଟି ଯୋଜନାର ଶୁଭାରମ୍ଭ କରିବେ । ଦେଶର ୨୭ ରାଜ୍ୟରୁ ଆସିଥିବା ନଗର ଆୟୁକ୍ତ ଏବଂ ପ୍ରତିନିଧିଙ୍କୁ ସେ ସ୍ୱଚ୍ଛତାର ଶପଥ ଦେବେ । 

ସମ୍ମାନ ଏବଂ ସମ୍ବୋନ୍ଧନ ପରେ ମୋଦୀ ଏକ ପ୍ରଦର୍ଶନୀର ନିରୀକ୍ଷଣ କରିବେ । ସୂଚନା ମୁତାବକ, ସେ ୧୨ଟାରେ କୁଋକ୍ଷେତ୍ର ବିଶ୍ୱବିଦ୍ୟାଳୟ ସ୍ଥିତ ହେଲିପ୍ୟାଡରେ ଅବତରଣ କରିବେ । ସେଠାରେ ରାଜ୍ୟପାଳ ସତ୍ୟନାରାୟଣ ଆର୍ଯ୍ୟ ଏବଂ ମୁଖ୍ୟମନ୍ତ୍ରୀ ମନୋହର ଲାଲ ତାଙ୍କର ସ୍ୱାଗତ କରିବେ । ଏହା ପରେ ମୋଦୀ କାଫିଲା ସଡକ ମାର୍ଗରୁ କାର୍ଯ୍ୟକ୍ରମ ସ୍ଥଳରେ ପହଂଚିବେ । 

Subscribe

National International State Sports Entertainment