Home >
ଏବେ ପେଟ୍ରୋଲ ପମ୍ପ ଏବଂ କୁକିଙ୍ଗ ଗ୍ୟାସ ସଂସ୍ଥାରେ ସବର୍ଣ୍ଣଙ୍କୁ ମିଳିବ ଆରକ୍ଷଣ
Khabar Odisha:national-odisha-government-may-extend-the-newly-announced-general-quota-to-the-allocation-of-petrol-pumps
ନୂଆଦିଲ୍ଲୀ, ଜାନୁଆରୀ ୧୨ (ଖବର ଓଡିଶା) :

 ନିକଟରେ କେନ୍ଦ୍ର ସରକାର ଆର୍ଥିକ ରୂପରେ ପଛୁଆ ଥିବା ଶ୍ରେଣୀଙ୍କୁ ସବର୍ଣ୍ଣ ଆରକ୍ଷଣରେ ସରକାରୀ ଚାକିରୀ ଏବଂ ଶିକ୍ଷା କ୍ଷେତ୍ରରେ ୧୦ ପ୍ରତିଶତ ଆରକ୍ଷଣ ଦେବା ପାଇଁ ଘୋଷଣା କରିଛନ୍ତି । ଏବେ ଏହାର ଅନ୍ତର୍ଗତ ଗରୀବ ସବର୍ଣ୍ଣଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ସଂଚାଳିତ ତୈଳ ବିପଣନ କମ୍ପାନୀ ଆଧାରରେ ସେମାନଙ୍କ ମଧ୍ୟରେ ପେଟ୍ରୋଲ ପମ୍ପ ଏବଂ କୁକିଙ୍ଗ ଗ୍ୟାସ ଏଜେନ୍ସି ଆବଂଟନ କରିବେ । ଦୁଇ ଜଣ ସରକାରୀ ଅଧିକାରୀ କହିଛନ୍ତି କି, ଏହି କମ୍ପାନୀ ସରକାରଙ୍କ ଆରକ୍ଷଣ ନୀତି ଅନୁସରଣ କରିବ । 

ଜଣେ ଅଧିକାରିଙ୍କ କହିବା ଅନୁଯାୟୀ, ନୂତନ ଭାବେ ପାରିତ ହୋଇଥିବା କାନୁନ ଅଧୀସୂଚନ ହେବା ପରେ ଇଡବ୍ଲ୍ୟୁଏସ୍ ଶ୍ରେଣୀକୁ ୧୦ ପ୍ରତିଶତ ଆରକ୍ଷଣ ଦେବାକୁ ଔପଚାରିକ ଉଚିତ୍ ସମୟରେ ଆରମ୍ଭ କରାଯିବ । ବିଧେୟକକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିବା ପରେ ଯାଇ ଅଧିସୂଚନା ଜାରି କରାଯିବ । ତେବେ ପେଟ୍ରୋଲିୟମ ମନ୍ତ୍ରାଳୟ ଏନେଇ କୌଣସି ଟିପ୍ପଣି କରି ନାହିଁ । ରାଜ୍ୟ ସରକାରଙ୍କ ମାଲିକାନାରେ ଥିବା ଇଣ୍ଡିଆନ ଅଏଲ କରପୋରେଶନ, ହିନ୍ଦୁସ୍ତାନ ପେଟ୍ରୋଲିୟମ କରପୋରେଶନ ଲିମିଟେଡ ଏବଂ ଭାରତ ପେଟ୍ରୋଲିୟମ କରପୋରେଶନ ଲିମିଟେଡରେ ପ୍ରଥମରୁ ଅନୁସୂଚିତ ଜାତି, ଜନଜାତି ଏବଂ ଅନ୍ୟ ପଛୁଆ ବର୍ଗଙ୍କ ପାଇଁ ଆରକ୍ଷଣ ରହିଛି ।

୨୦୧୨ ଜୁଲାଇ ୨୦ରେ ୟୁପିଏ ସରକାର ପେଟ୍ରୋଲ ପମ୍ପ ଏବଂ ଏଲପିଜି ଆବଂଟନ କୋଟାରେ ଓବିସିଙ୍କୁ ଆରକ୍ଷଣ ଦେବା ଆରମ୍ଭ କରିଥିଲେ । ବର୍ତମାନ ଆରକ୍ଷଣ ୨୨.୫ପ୍ରତିଶତ ଏସସି ଏବଂ ଏସଟିଙ୍କ ପାଇଁ ଓ ୨୭ ପ୍ରତିଶତ ଓବିସିଙ୍କ ପାଇଁ ରହିଛି । ସେହି ସମୟରେ ସମ୍ପୂର୍ଣ୍ଣ ଦେଶରେ ସାମାନ୍ୟ ଶ୍ରେଣୀ ସହ ସମ୍ପର୍କ ରଖୁଥିବା ଲୋକଙ୍କ ପାଇଁ ୫୦.୫ପ୍ରତିଶତ ରହିଛି । କିନ୍ତୁ ଏହି ପ୍ରତିଶତ ଅରୁଣାଚଳ ପ୍ରଦେଶ, ମେଘାଳୟ, ନାଗାଲାଣ୍ଡ ଏବଂ ମିଜୋରାମରେ ଅଲଗା ରହିଛି । ପୂର୍ବୋତର ରାଜ୍ୟରେ ଦୋକାନ ଗୁଡିକ ପାଇଁ ଆରକ୍ଷଣ ସାମାଜିକ ଆର୍ଥିକ ସଂରଚନା ଅନୁଯାୟୀ ଅଲଗା ଅଲଗା କରାଯାଉଛି । ସେହି ଭଳି ଅରୁଣାଚଳ ପ୍ରଦେଶରେ ୭୦ପ୍ରତିଶତ ଆରକ୍ଷଣ ରହିଛି । 

Subscribe

National International State Sports Entertainment